ଜିଲ୍ଲାସ୍ତରୀୟ ୯୧ତମ ଓଡ଼ିଶା ଦିବସ

ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ବାରିପଦା : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ୯୧ତମ ଓଡ଼ିଶା ଦିବସ ତଥା ରାଜ୍ୟ ପ୍ରତିଷ୍ଠା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା […]

Read More Text.

ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ୍ ଦାବିରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିକ୍ଷୋଭ

ବାରିପଦା : ଆମ ଦେଶ ଜଟିଳ ପରିସ୍ଥିତି ଦେଇ ଗତିକରୁଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲଗାତାର ଭାବରେ ଦେଶର ଶ୍ରମଶକ୍ତିକୁ କର୍ପୋରେଟ ସଂସ୍ଥାମାନଙ୍କ ସ୍ୱାର୍ଥରେ ବିନିଯୋଗ କରିବାକୁ ପଛାଉନାହାନ୍ତି। ସମସ୍ତ ପ୍ରକାରର ଆନ୍ଦୋଳନକୁ ଭ୍ରୂକ୍ଷେପ ନ କରି ଏବଂ ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ଆଲୋଚନା ନ କରି ୪୪ ଟି ଶ୍ରମ ଆଇନକୁ ଭାଂଗି ୪ ଟି ଘୃଣ୍ୟ ଶ୍ରମ କୋର୍ଡକୁ କାର୍ଯ୍ୟକାରୀ କରିଛନ୍ତି।ଦେଶର ଲାଭଜନକ, ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଳବାଇ, […]

Read More Text.

୧୬୭.୨୦ କୋଟି ଟଙ୍କାରେ ବିକ୍ରି ହେଲା ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ

ନୂଆଦିଲ୍ଲୀ: ପେଣ୍ଟିଂର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ । ୧୬୭.୨୦ କୋଟି ଟଙ୍କାରେ ବିକ୍ରି ହେଲା ଏହି ଆକର୍ଷଣୀୟ ଫଟୋ ଚିତ୍ର । ଏହାକୁ ଶିଳ୍ପପତି ସାଇରସ୍ ପୁନୱାଲା କିଣିଥିଲେ। ଏହି ଚିତ୍ରକଳାଟି ପ୍ରାୟ ୧୩୦ ବର୍ଷ ପୁରୁଣା।  ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା। ଏହା ମାତା ଯଶୋଦା ଏବଂ ଶିଶୁ କୃଷ୍ଣଙ୍କ ମଧ୍ୟରେ ପ୍ରେମକୁ ଚିତ୍ରଣ କରିଥାଏ। […]

Read More Text.

ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ଏହି ନିୟମ । ପ୍ରଥମେ ସହରାଞ୍ଚଳରେ […]

Read More Text.

ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କଲାବେଳେ ଭାସିଗଲେ ଦୁଇ ଯୁବ

ଭଦ୍ରକ: ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । ସେହିପରି ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ […]

Read More Text.

ବୟୋଜ୍ୟଷ୍ଠମାନେ ‘ବଟବୃକ୍ଷର ଶୀତଳ ଛାୟା’ ସଦୃଶ : ଓଡ଼ିଶା ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପବିତ୍ର ‘ଉତ୍କଳ ଦିବସ’ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ବଡ଼ବେତରା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପାଟକୁରାର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭାରତର ସୁପ୍ରସିଦ୍ଧ ଭେଷଜ ବିଜ୍ଞାନୀ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ […]

Read More Text.

ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ

ଜିଲ୍ଲାର ଶ୍ରେଷ୍ଠ ୪ ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା  ବାରିପଦା :୧୯୮୦ ମସିହା ଠାରୁ ଦେଶରେ ନିଆରା ଗଠିତ ବାରିପଦା ସଦ୍‌ଭାବନା ସମିତି ତାର ପ୍ରତିଷ୍ଠା ଦିବସ ଅପ୍ରେଲ ୧ ଉତ୍କଳ ଦିବସରେ ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ଓଡିଶାରେ ମାନବ ଧର୍ମର ତଥା ବାରିପଦା ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପୌରହିତ୍ୟ କରି […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ 

ବାରିପଦା : ଭାଷା ଓ ଭୂମି ଜାତୀୟତାର ସ୍ମୃତି ଚାରଣ ସ୍ମାରକୀ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକାନବେତମ ଉତ୍କଳ ଦିବସ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ ଗଠନରେ ଆମ […]

Read More Text.

 ଉପଖଣ୍ଡ ସ୍ତରୀୟ ୯୧ତମ ଓଡିଶା ଦିବସ -୨୦୨୬ ମହାସମାରୋହ ପାଳିତ

ବାରିପଦା : ଆଜି ବାମନଘାଟୀ  ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ  ୯୧ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି| ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ  ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା. ପ୍ରାତଃ ୦୭ -୩୦ ମିନିଟ  ସମୟରେ ବାମନଘାଟୀ ଅତିରିକ୍ତ ଉପଜିଲ୍ଲାପାଳ  ବାସନ୍ତୀ ଲାକ୍ରାଙ୍କ ଅଧ୍ୟକ୍ଷତା ରେ ଅନ୍ୟାନ୍ୟ […]

Read More Text.

ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ ।  ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା ।  ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ ।  ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ କୋଟିର ଯେଉଁ କାରବାର କରୁଛି ଭାରତ, ସେଥିରେ ବଡ଼ ସଞ୍ଚୟ କରିପାରିବ ।  ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଏହାର ଅଧିକ ଉତ୍ପାଦନ […]

Read More Text.