Fire safety

ରାଜ୍ୟର ସବୁ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର ପ୍ରତିକାର ଲାଗି […]

Read More Text.

ଚାକିରି ଦେବା ଆଳରେ ଠକେଇ, ଜଣେ ଗିରଫ

ସୁନ୍ଦରଗଡ଼: ଭାଇରାଲ ହେଉଥିଲା ଚାକିରି ବିଜ୍ଞାପନ । ବିଜ୍ଞାପନରେ ଥିଲା ଆକର୍ଷଣୀୟ ଅଫର । ଯୁବପିଢ଼ିଙ୍କୁ କରାଯାଉଥିଲା ଶିକାର। କିନ୍ତୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ଠକର ମହା ଠକାମି । ଟଙ୍କା ପାଇଁ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଥିଲା ଠକ । ଚାକିରି ବିଜ୍ଞାପନ ଟିଏ ପ୍ରସ୍ତୁତ କରି ଅନଲାଇନରେ ଭାଇରାଲ କରୁଥିଲା । ଆଉ ବିଜ୍ଞାପନରେ ଲୋଭନୀୟ ଦରମା ସହ ଥିଲା ଓଡ଼ିଶା ସରକାରଙ୍କ ଲୋଗୋ । କାହାକୁ ସନ୍ଦେହ ହେବନି ବୋଲି ଜିଲ୍ଲା […]

Read More Text.
Mayurbhanj

କଲେଜରେ ଗୋଷ୍ଠୀ ସଂଘର୍ଷ, ଛାତ୍ରଙ୍କୁ ଛୁରାମାଡ଼

ମୟୂରଭଞ୍ଜ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ଛୁରାମାଡ଼। ମୟୂରଭଞ୍ଜ-କୁଳିଅଣା ଥାନା ବିବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଛୁରାମାଡ଼ । ଜଣେ ଗୁରୁତର । ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ପ୍ରହ୍ଲାଦ ବିନ୍ଧାଣି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍। ଅଭିଯୁକ୍ତ ଛାତ୍ର ଜଣକ ହେଲେ ବାରିପଦା ସଦର ଥାନା ଅଧୀନ ଦାମୋଦରପୁର୍ ଗ୍ରାମର ଅକ୍ଷୟ ବିଶ୍ବାଳ। ଅକ୍ଷୟ […]

Read More Text.
Konark

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, କାନ୍ଥରେ ଖୋଳା ହେବ ୧୬ ସେଣ୍ଟିମିଟରର ଗର୍ତ୍ତ

ଗୋପ : ଖୁବ ଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ମନ୍ଦିର କାନ୍ଥରେ ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ । ଡ୍ରିଲ କରି ହୋଲ୍ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ହୋଲ୍ କାର୍ଯ୍ୟ ଶେଷ ହେବ । ଗର୍ଭଗୃହ ଭିତରେ ଥିବା ବାଲିର ସ୍ଥିତି ଓ ପଥରର ଅବସ୍ଥା ଦେଖି ପର୍ଯ୍ୟାୟକ୍ରମେ ବାହାର କରାଯିବ। ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ […]

Read More Text.
Brownsugar seized

୬୮୦ଗ୍ରାମ ବ୍ରାଉନସୁଗର ଜବତ, ମା-ପୁଅ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳି ସାହିରେ ଅବକାରୀ ବିଭାଗ ଚଢାଉ । ୬୮୦ଗ୍ରାମ ବ୍ରାଉନସୁଗର ଜବତ ସହ୨ ଗିରଫ । ଗିରଫ ଦୁଇ ଜଣ ମା ଓ ପୁଅ ବୋଲି ଜଣାପଡିଛି । ତେବେ ଅନ୍ୟ ଜଣେ ପୁଅ ଫେରାର ହୋଇଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ। କେଉଁଠୁ ବ୍ରାଉନସୁଗର ଆସୁଥିଲା ସେନେଇ ତଦନ୍ତ କରୁଛି ଅବକାରି ବିଭାଗ । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ […]

Read More Text.
Cuttack

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଲିଥିନ କାରଖାନାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ କଟକ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁ ଆୟତ୍ତ […]

Read More Text.
Cm grievance 750x430 1

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗରୁ ୯୧ % ସମାଧାନ ହୋଇଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ମଧ୍ୟ […]

Read More Text.
Img 20251206 wa0188

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ-୨୦୨୫ ଉଦଯାପିତ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ପିଜି ୟୁନିଟ୍ ଦ୍ୱାରା ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ “ଜିଲ୍ଲା ସ୍ତରୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫” ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଏନ୍ଏସ୍ଏସ୍ […]

Read More Text.
Img 20251207 wa0147

ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ସାନ୍ତାଳୀ ଷ୍ଟଲର ଉଦଘାଟନ

ବାରିପଦା: ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆ ପରିସରରେ ରାଜ୍ୟ ସରକାରଙ୍କ ଆୟୋଜନାରେ ଆରମ୍ଭ ହୋଇଥିବା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ–୨୦୨୫ରେ ଏବର୍ଷ ସାନ୍ତାଳୀ ଭାଷାର ଏକମାତ୍ର ଷ୍ଟଲକୁ ‘ସାନ୍ତାଳୀ ସାଓଁହେଦ ଆଖଡ଼ା’ ପକ୍ଷରୁ ଉଦଘାଟନ କରାଯାଇଛି। ଏହି ଷ୍ଟଲର ଉଦଘାଟନ ବରିଷ୍ଠ ସାନ୍ତାଳୀ ସାହିତ୍ୟିକ ରାମ୍ବାଇ ହେମ୍ବ୍ରମ କରିଥିଲେ। ଉଦଘାଟନ ଅବସରରେ ଆଖଡ଼ାର ସଂପାଦକ କୈଳାସ ଚନ୍ଦ୍ର ବାସ୍କେ, ସୁରୁକୁନୀ ମୁର୍ମୁ, ମିନତୀ ହାଁସଦା, ସୁନାରାମ ମୁର୍ମୁ, ମାଙ୍ଗାତ ମୁର୍ମୁ ଆଦି ଉପସ୍ଥିତ ଥିଲେ। ୧୨ […]

Read More Text.
Gundicha temple

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବିରେ ଗୁଣ୍ଡିଚା ମନ୍ଦିର ଆଗରେ ପୁରୀବାସୀଙ୍କ ଧାରଣା

ପୁରୀ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି କରିଛନ୍ତି ପୁରୀ ସହରବାସୀ। ରବିବାର ପୁରୀ ସହରର ଶତାଧିକ ବାସିନ୍ଦା ଏଭଳି ଦାବି କରି ଧାରଣା ଦେଇଥିଲେ। ସେମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦୀପ ଜାଳି ଧାରଣାରେ ବସିଥିଲେ। ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ […]

Read More Text.