ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ଏହି ନିୟମ । ପ୍ରଥମେ ସହରାଞ୍ଚଳରେ […]

Read More Text.

ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କଲାବେଳେ ଭାସିଗଲେ ଦୁଇ ଯୁବ

ଭଦ୍ରକ: ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । ସେହିପରି ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ […]

Read More Text.

ବୟୋଜ୍ୟଷ୍ଠମାନେ ‘ବଟବୃକ୍ଷର ଶୀତଳ ଛାୟା’ ସଦୃଶ : ଓଡ଼ିଶା ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପବିତ୍ର ‘ଉତ୍କଳ ଦିବସ’ ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ବଡ଼ବେତରା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପାଟକୁରାର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭାରତର ସୁପ୍ରସିଦ୍ଧ ଭେଷଜ ବିଜ୍ଞାନୀ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ […]

Read More Text.

ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ

ଜିଲ୍ଲାର ଶ୍ରେଷ୍ଠ ୪ ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା  ବାରିପଦା :୧୯୮୦ ମସିହା ଠାରୁ ଦେଶରେ ନିଆରା ଗଠିତ ବାରିପଦା ସଦ୍‌ଭାବନା ସମିତି ତାର ପ୍ରତିଷ୍ଠା ଦିବସ ଅପ୍ରେଲ ୧ ଉତ୍କଳ ଦିବସରେ ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ଓଡିଶାରେ ମାନବ ଧର୍ମର ତଥା ବାରିପଦା ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପୌରହିତ୍ୟ କରି […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ 

ବାରିପଦା : ଭାଷା ଓ ଭୂମି ଜାତୀୟତାର ସ୍ମୃତି ଚାରଣ ସ୍ମାରକୀ ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକାନବେତମ ଉତ୍କଳ ଦିବସ ସମାରୋହ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶା ପ୍ରଦେଶ ଗଠନରେ ଆମ […]

Read More Text.

 ଉପଖଣ୍ଡ ସ୍ତରୀୟ ୯୧ତମ ଓଡିଶା ଦିବସ -୨୦୨୬ ମହାସମାରୋହ ପାଳିତ

ବାରିପଦା : ଆଜି ବାମନଘାଟୀ  ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ  ୯୧ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି| ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ.୦୪-୩୦ ମିନିଟ ସମୟରେ  ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା. ପ୍ରାତଃ ୦୭ -୩୦ ମିନିଟ  ସମୟରେ ବାମନଘାଟୀ ଅତିରିକ୍ତ ଉପଜିଲ୍ଲାପାଳ  ବାସନ୍ତୀ ଲାକ୍ରାଙ୍କ ଅଧ୍ୟକ୍ଷତା ରେ ଅନ୍ୟାନ୍ୟ […]

Read More Text.

ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ ।  ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା ।  ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ ।  ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ କୋଟିର ଯେଉଁ କାରବାର କରୁଛି ଭାରତ, ସେଥିରେ ବଡ଼ ସଞ୍ଚୟ କରିପାରିବ ।  ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଏହାର ଅଧିକ ଉତ୍ପାଦନ […]

Read More Text.

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ, ୪ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର : ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଁ ଘୋଷଣା ହୋଇଛି । ସେହିପରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି । ନିତ୍ୟାନନ୍ଦ ଗଣ୍ଡଙ୍କୁ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା କମିଟି […]

Read More Text.

ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ପ୍ରଦେଶ ଭାବେ ୯୧ ବର୍ଷରେ ପଦାର୍ପଣ କଲା ଓଡ଼ିଶା

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ । ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି […]

Read More Text.

ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ, ସ୍ବାମୀ ଗୁରୁତର

ବଲାଙ୍ଗିର: ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ । ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦମୟନ୍ତୀ ବାରିକ । ତାଙ୍କ ସ୍ବାମୀଙ୍କୁ […]

Read More Text.