ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସର​‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି। ସାରା ବିଶ୍ୱରେ, ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପ୍ରଶଂସା କରୁଥିବା ଲୋକମାନେ ପୋଙ୍ଗଲକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି। ଏବଂ ମୁଁ ସେମାନଙ୍କ […]

Read More Text.

ହବିବି ନଗରରେ ବିସ୍ଫୋରଣ, ଗୋଟିଏ ପରିବାରର ୩ ମୃତ, ୨ ଆହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ହବିବି ନଗରରେ ବିସ୍ଫୋରଣ ଯୋଗୁଁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ବାମୀ ସ୍ତ୍ରୀ ଏବଂ ଜଣେ ପିଲା ରହିଛି । ବିସ୍ଫୋରଣରେ ୨ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ କାରଣ ଏଯାଏଁ ଜଣାପଡିନି । ସୂଚନା ମୁତାବକ, ବଡ଼ ବଜାର ଥାନା ଅଞ୍ଚଳରେ ଖିରଗାଁ ହବିବି ନଗର ଖାନକାହ ନିକଟରେ ବିସ୍ଫୋରଣ ହୋଇଛି । […]

Read More Text.

ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ ମାରିବାକୁ, ପୂର୍ବରୁ କରାଯାଇଥିଲା ଯୋଜନା । ନିର୍ବାଚନ ପ୍ରତିଶୃତି ପାଳନ କରିବାକୁ ଯାଇ ୫ଶହ କୁକୁରଙ୍କ ଜୀବନ ନେଇଗଲେ । ଘଟଣା ଘଟିଛି ତେଲଙ୍ଗାନାରେ । ପୋଲିସ ଏ ଘଟଣାରେ […]

Read More Text.

ଭାରତୀୟଙ୍କୁ ଇରାନ ଛାଡିବାକୁ ପରାମର୍ଶ, ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି

ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର, ଶ୍ରଦ୍ଧାଳୁ, ବେପାରୀ ଏବଂ ପର୍ଯ୍ୟଟକ ତୁରନ୍ତ ଇରାନ ଛାଡିଦିଅନ୍ତୁ । ଯେତେଶୀଘ୍ର ସମ୍ଭବ ଇରାନ ଛାଡି ଚାଲିଆସିବାକୁ ପରାମର୍ଶ । ତେହେରାନ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି ହୋଇଛି । ବିଦେଶ […]

Read More Text.

ଗଙ୍ଗାସାଗର ମେଳା, ପୂଣ୍ୟ ବୁଡ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା: ସମସ୍ତ ତୀର୍ଥ ସ୍ଥାନ ଦର୍ଶନ କଲେ ଯାହା ପୁଣ୍ୟ ମିଳେ ଗଙ୍ଗା ସାଗରରେ ଥରେ ମାତ୍ର ବୁଡ ପକାଇଲେ ସମାନ ପୁଣ୍ୟ ମିଳିଥାଏ । ପୂଣ୍ୟ ତୀର୍ଥ ସ୍ଥାନ ଗଙ୍ଗାସାଗରରେ ମକର ସଂକ୍ରାନ୍ତି ଦିନ ଆଜି ୧ଟା ୧୯ ମିନିଟରୁ ୧୫ ତାରିଖ ମଧ୍ୟାହ୍ନ ୧ଟା ୧୯ ମିନିଟ ପର୍ଯ୍ୟନ୍ତ ପୂଣ୍ୟସ୍ନାନର ମାହେନ୍ଦ୍ର କ୍ଷଣ ରହିଛି । ତେଣୁ ମେଳାରେ ଭକ୍ତଙ୍କ ପ୍ରବଳ ଭିଡ଼ । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ରହିଛି ଗଙ୍ଗା […]

Read More Text.

ବ୍ୟାଙ୍କକ : ଥାଇଲାଣ୍ଡରେ ଉତ୍ତର-ପୂର୍ବ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଆଉ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଟ୍ରେନ କ୍ରେନ୍ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା । ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ବଡ଼ ଟ୍ରେନ୍ ଦୁର୍ଘଟଣା । ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ […]

Read More Text.

‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’

ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଇରାନ କଡ଼ା ଜବାବ ଦେଇଛି । ଇରାନର ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଅଲି […]

Read More Text.

ଇରାନ ହିଂସାରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଇରାନ: ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି ଲୋକ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏହା ସହ ଇରାନ ଉପରେ ଅଧିକ କଟକଣା ଲଗାଇବା ପାଇଁ ୟୁରୋପୀୟ ସଂଘ ସୂଚନା ଦେଇଛି । ଏନେଇ ଏକାଧିକ ୟୁରୋପ ରାଷ୍ଟ୍ରଦୂତଙ୍କୁ ସମନ ଜାରି […]

Read More Text.
1590387559

୬ଦିନ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଚଳିତ ମାସରେ ଦିଲ୍ଲୀ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ରହିବ। କେନ୍ଦ୍ର ସରକାର ଜାନୁଆରୀ ୨୧ ରୁ ଜାନୁଆରୀ ୨୬ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଆକାଶମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM) ଜାରି କରିଛନ୍ତି। ୨୦୨୬ ମସିହାରେ ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରୋଟୋକଲ ପାଳନ କରି ଏହି ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ଦିଲ୍ଲୀ ବିମାନବନ୍ଦରରୁ ବିମାନ ଚଳାଚଳ […]

Read More Text.

ସୀମା ପାର୍‌ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ : ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ​‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଅପରେସନ ସିନ୍ଦୂରରେ […]

Read More Text.