ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ବୋମା ବର୍ଷା କଲେ ଆମେରିକା-ଇସ୍ରାଏଲ

ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି । ଆକ୍ରମଣ […]

Read More Text.

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୫୯ ଆହତ

ସିଓଲ : ଦକ୍ଷିଣ କୋରିଆ ଡେଜେଓନ୍ ସହରର ଏକ କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାରେ ୪ ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ସମୟରେ ପ୍ଲାଣ୍ଟରେ ମୋଟ ୧୭୦ ଜଣ କର୍ମଚାରୀ ରହିଥିଲେ । […]

Read More Text.

ଗ୍ରୀସ ଆଡକୁ ଅଗ୍ରସର ହେଲା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ କ୍ଷତିଗ୍ରସ୍ତ ହେବା ପରେ ବର୍ତ୍ତମାନ ଏହା ପାରସ୍ୟ ଉପସାଗର ଛାଡି ଗ୍ରୀସର ଏକ ବନ୍ଦର ଆଡକୁ ଅଗ୍ରସର ହେଉଛି। ଏହି ଯୁଦ୍ଧଜାହାଜର ଲଣ୍ଡ୍ରି ପ୍ରକୋଷ୍ଠ ଏବଂ ସୈନ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନିଆଁ ଲାଗି କ୍ଷତି ଘଟିଥିବାରୁ ଗ୍ରୀସରେ ଏହାର ମରାମତି କରାଯିିବ। ଜେରାଲ୍ଡ ଫୋର୍ଡ ଜାହାଜ ଆଜକୁ ୧୦ ମାସ ହେବ ପାରସ୍ୟ ଉପସାଗରରେ ମୁତୟନ ହୋଇଛି। […]

Read More Text.

ବ୍ୟାଙ୍କ ଜାଲିଆତି ମାମଲାରେ ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ: ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି। ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଛି। […]

Read More Text.

ସମୁଦ୍ର ଶଯ୍ୟାରୁ ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ

ତେହେରାନ: ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି। ଇରାନ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି। ଯଦି ଇରାନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ବରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି। ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ହଜାର […]

Read More Text.

ଆଇଏଏସ ରବି ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଡକ୍ଟର ରବି ମିତ୍ତଲ ଜଣେ ଅତ୍ୟନ୍ତ ଶାନ୍ତ ଏବଂ ତୃଣମୂଳ ସ୍ତରୀୟ ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଦିଲ୍ଲୀର ପ୍ରତିଷ୍ଠିତ ମୌଲାନା ଆଜାଦ ମେଡିକାଲ କଲେଜ (MAMC) ରେ ତାଙ୍କର ଏବିବିଏସ ପାଠ୍ୟକ୍ରମ ସମାପ୍ତ କରିଥିଲେ। ଡାକ୍ତରୀ ବୃତ୍ତିକୁ ପଛରେ […]

Read More Text.

କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ ଆଟାକ ହୋଇଛି । କାତାରରେ ଜଳୁଛି ଗ୍ୟାସ୍ ପ୍ଲାଣ୍ଟ । କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼ । ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ […]

Read More Text.

ପାକିସ୍ତାନରେ ଭୟଙ୍କର ଝଡ଼ବର୍ଷାରେ ଚାଲିଗଲା ୧୯ ଜୀବନ

କରାଚି : ଆଫଗାନିସ୍ତାନ ସହ ସଂଘର୍ଷ ଚାଲିଯିବା ପରେ ଇଦ୍ ପାଇଁ କିଛି ସମୟ ବିରତି ଦେଇଥିବା ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର କରାଳ ରୂପ ଧାରଣ କରିଛି । କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବାଲଦିଆ ଟାଉନର ମୱାଚ୍ ଗୋଥ୍ ଅଞ୍ଚଳରେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି । ବର୍ଷା ସମୟରେ […]

Read More Text.

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନା, ଉପସ୍ଥିତ ରହିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିନ୍ଦୁ ନବବର୍ଷ ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ରାଷ୍ଟ୍ରପତି ମନ୍ଦିରରେ ଶୁଭ ଅଭିଜିତ ମୁହୂର୍ତ୍ତ ୧୧.୫୫ ମିନିଟରେ ଶ୍ରୀରାମ ଯନ୍ତ୍ର ସ୍ଥାପନା ଏବଂ ପୂଜା କରିବେ । ଏହି ଖାସ୍ ସମାରୋହରେ ପାଖାପାଖି ୭୦୦୦ ଅତିଥି ଯୋଗ ଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହର୍ଷି ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଛନ୍ତି । ଏହାପରେ ପରେ ସିଧା ମନ୍ଦିରକୁ ଯିବେ । ତାଙ୍କ […]

Read More Text.

ଜଳିଗଲା ଜରି କାରଖାନା, ୨ ମୃତ, ୯ ଆହତ

ଗୁଜରାଟ : ଗୁଜରାଟ ସୁରତରେ ଥିବା ଜରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଭରତ ନଗର ଗୌଶାଳା ଅଞ୍ଚଳ ସ୍ଥିତ ଏକ ଜରି କାରଖାନାରେ ଆଜି ସକାଳେ ଭୟଙ୍କର ନିଆଁ ଲାଗିଛି । ଏହି ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୩ୟ ମହଲାରେ ଥିବା ଜରି କାରଖାନାରେ ଲାଗିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, କାରଖାନା ଭିତରେ ଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ […]

Read More Text.