ପଦ୍ମା ନଦୀକୁ ଖସିଲା ବସ୍, ୨୩ ମୃତ

ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ଜଣାପଡିଛି। ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବସ୍‌ଟି ୪୦ ରୁ ୫୦ ଯାତ୍ରୀଙ୍କୁ ନେଇ ରାଜବୀରରୁ ଢାକା ଅଭିମୁଖେ ଯାଉଥିଲା । ସନ୍ଧ୍ୟା ୫ଟା ସମୟରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ […]

Read More Text.

ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା

ନୂଆଦିଲ୍ଲୀ : ​ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା! । ପ୍ରତିରକ୍ଷା ବିଭାଗ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେନା, ନୌସେନା କିମ୍ବା ବାୟୁସେନା ମେଡାଲ୍ ପାଇଥିବା ବୀର ଏବଂ ସେମାନଙ୍କ ପରିବାର ପାଇଁ ହୋଇଛି ଏହି ବଡ଼ ଘୋଷଣା । ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ, 2nd AC କିମ୍ବା AC ଚେୟାର୍ କାର୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ । ଖାଲି ସେତିକି […]

Read More Text.

ନାୟାରାରେ ବଢ଼ିଲା ତୈଳ ଦର, ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ନାୟାରା ପେଟ୍ରୋଲ ପମ୍ପରେ ବଢ଼ିଲା ଦର । ଲିଟର ପିଛା ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା ହେଲା । ଦେଶର ସବୁଠାରୁ ବଡ଼ ଘରୋଇ ତୈଳ କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଦେଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ପେଟ୍ରୋଲ ଲିଟର ପିଛା ପ୍ରାୟ ୫ ଟଙ୍କା ବଢ଼ିଛି । ଡିଜେଲ ଲିଟର ପିଛା […]

Read More Text.

ମେଟା’ ଉପରେ ୩୧ ଶହ କୋଟିର ଫାଇନ୍ ଲଗାଇଲେ ଆମେରିକାର କୋର୍ଟ

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ମାଲିକାନା ମେଟାକୁ ଆମେରିକାର ନ୍ୟୁ ମେକ୍ସିକୋରେ ଏକ ବଡ଼ ଝଟକା ଲାଗିଛି। ‘ମେଟା’ ଉପରେ ୩୧ ଶହ କୋଟିର ଫାଇନ୍ ଲଗାଇଛନ୍ତି ଆମେରିକାର କୋର୍ଟ । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି କୋର୍ଟ ଏହି ଜୋରିମାନା ଲଗାଇଛନ୍ତି । କୋର୍ଟ ସ୍ୱୀକାର କରିଛି ଯେ ମେଟା ଜାଣିଶୁଣି ଲାଭକୁ ପ୍ରାଥମିକତା ଦେଇ ପିଲାମାନଙ୍କ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଲୁଚାଇଥିଲା। ନ୍ୟୁ […]

Read More Text.

ଭୂତାଣୁ ନୁହେଁ, ଏଥର ‘ଇନ୍ଧନ’ ପାଇଁ ଅଟକିବ ଦୁନିଆ : ଆସୁଛି କି ଆଉ ଏକ ବିଶ୍ୱବ୍ୟାପୀ ଲକଡାଉନ ?

ହରିହର ତ୍ରିପାଠୀ ସାରା ବିଶ୍ୱରେ ଏବେ ଏକ ନିଶବ୍ଦ କିନ୍ତୁ ଗଭୀର ପରିବର୍ତ୍ତନ ଚାଲିଛି । ଏହା କରୋନା ମହାମାରୀ ସମୟର ସରକାରୀ ତାଲାବନ୍ଦ ଭଳି ନୁହେଁ, ବରଂ ଏକ ନୂଆ ପ୍ରକାରର ବିଶ୍ୱବ୍ୟାପୀ ‘ଲକଡାଉନ’ ଯାହା କୌଣସି ଭୂତାଣୁ ଯୋଗୁଁ ନୁହେଁ, ବରଂ ଏକ ବଡ଼ ଧରଣର ଶକ୍ତି ସଙ୍କଟ କାରଣରୁ ଦେଖାଦେଇଛି । ବିଭିନ୍ନ ଦେଶର ସରକାରମାନେ ବର୍ତ୍ତମାନ ସେମାନଙ୍କ ନାଗରିକମାନଙ୍କୁ ଦୈନନ୍ଦିନ ଜୀବନର ଅତି ସାଧାରଣ ଅଭ୍ୟାସଗୁଡ଼ିକୁ ବଦଳାଇବା ପାଇଁ ବିଭିନ୍ନ ପରାମର୍ଶ […]

Read More Text.

୩୫ ଦିନ ମଧ୍ୟରେ ବୁକିଂ ହେବ LPG ସିଲିଣ୍ଡର, ନିୟମ ପରିବର୍ତ୍ତନ ନେଇ ବିବୃତ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ : LPG ସିଲିଣ୍ଡର ବୁକିଂ ସମ୍ପର୍କରେ ଏକ ନୂଆ ଖବର ପ୍ରକାଶ ପାଉଛି । ଯାହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବିଭିନ୍ନ ଲୋକଙ୍କୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସମୟ ଅପେକ୍ଷା କରିବାକୁ ପଡିବ । ଯାହାର ଖବର ସୋସିଆଲ ମିଡିଆରୁ ସୂଚନା ମିଳିଛି । କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ଥିବା ଲୋକମାନଙ୍କୁ ୪୫ ଦିନ ଅପେକ୍ଷା କରିବାକୁ […]

Read More Text.

ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ‘ଦୁଖ୍‌ତରାନ-ଇ-ମିଲାତ୍‌’ ସଂଗଠନର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆସିୟାଙ୍କ ଅନ୍ୟ ଦୁଇ ସହଯୋଗୀ ସୋଫି ଫେମିଦା ଓ ନାହିଦା ନସରିନ୍‌ଙ୍କୁ ଅନୁରୂପ ଭାବେ ଦୋଷୀସାବ୍ୟସ୍ତ କରାଯାଇ ୩୦ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି। ଆନ୍ଦ୍ରାବି ଓ ତାଙ୍କ ସଂଗଠନ ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା […]

Read More Text.

ପଶ୍ଚିମ ଏସିଆ ସଙ୍କଟ : ଭାରତ ପାଇଁ ଏକ ବଡ଼ ପରୀକ୍ଷା

ହରିହର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପଶ୍ଚିମ ଏସିଆରେ ଦିନକୁ ଦିନ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ‘ସର୍ବଦଳୀୟ ବୈଠକ’ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦର୍ଶାଉଛି ଯେ ସେଠାକାର ପରିସ୍ଥିତି କେତେ ଗମ୍ଭୀର ଏବଂ ଏହା ଭାରତ ଉପରେ କି ପ୍ରଭାବ ପକାଇପାରେ। ଭାରତର ଶକ୍ତି ସୁରକ୍ଷା (ତେଲ), ବାଣିଜ୍ୟ ଏବଂ ସେଠାରେ ରହୁଥିବା କୋଟି କୋଟି ଭାରତୀୟଙ୍କ ସୁରକ୍ଷା ପାଇଁ ଏବେ ଏକ ଦୃଢ଼ ଓ ମିଳିତ ରଣନୀତି ପ୍ରସ୍ତୁତ […]

Read More Text.

ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ୍ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ଏହି ରାୟ ଶୁଣାଇଛନ୍ତି। ବର୍ଷକୁ କେବଳ ୨୫୦ ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି […]

Read More Text.

କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ: ଚାଲିଗଲା ୬୬ ଜୀମନ, ୬୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ । ୬୬ ମୃତ । ଦକ୍ଷିଣ କଲମ୍ବିଆ ସୀମା ପେରୁ ନିକଟରେ ବିମାନ କ୍ରାସ । ୧୨୫ ଜଣଙ୍କୁ ନେଇ କଲମ୍ବିଆର ପୁଏର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଘଟିଛି ଦୁର୍ଘଟଣା ।  ବିମାନ ବନ୍ଦରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ ଖସିପଡ଼ିଥିଲା ମିଲିଟାରୀ ପ୍ଲେନ ।  ସାମରିକ ବିମାନ ଦୁର୍ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୬୦ରୁ ଉର୍ଦ୍ଧ୍ବ […]

Read More Text.