Earthquake 1

ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ, ସୁନାମି ଆଲର୍ଟ

ଟୋକିଓ : ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । […]

Read More Text.
Images (5)

ଭାରତ ଉପରେ ୫୦% ଟାରିଫ ଲାଗୁ କଲା ମେକ୍ସିକୋ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ମେକ୍ସିକୋ ସରକାର ଏହି ଶୁଳ୍କ ଲାଗୁ କରିଛନ୍ତି। ଗତ ବୁଧବାର ସିନେଟରେ ଏ ସଂକ୍ରାନ୍ତ ବିଲ୍‌ ପାସ୍ ହୋଇଛି। ବିଲ୍‌ ସପକ୍ଷରେ ୭୬ଟି ଭୋଟ […]

Read More Text.
Umar khalid

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଉମର ଖଲିଦକୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ଉମର ଖଲିଦକୁ ଦିଲ୍ଲୀ ଏକ ତଳ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଭଉଣୀ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋର୍ଟ ଉମରକୁ ୧୪ ଦିନିଆ ସର୍ତ୍ତମୂଳକ ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀରୁ ଉମର ଜେଲରେ ବନ୍ଦୀ ଭାବେ ରହିଆସୁଛି। ଦିଲ୍ଲୀରେ ଦଙ୍ଗା କରିବା ଲାଗି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ସେହି ଷଡ଼ଯନ୍ତ୍ରରେ ଉମର ସମ୍ପୃକ୍ତ ରହିଥିଲା। ମାମଲାର ତଦନ୍ତ ସମୟରେ […]

Read More Text.
Jail

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ କାରାଦଣ୍ଡ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ପାକିସ୍ତାନର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଫୈଜଙ୍କ ନାଁରେ ରାଜନୈତିକ ହସ୍ତକ୍ଷେପ, ଅଫିସିଆଲ ସକ୍ରେଟ୍ସ ଆକ୍ଟର ଉଲ୍ଲଂଘନ ଭଳି ଏକାଧିକ ଅଭିଯୋଗର ତଦନ୍ତ ସହ ମାମଲା ୧୫ ମାସ ଧରି ବିଚାରାଧୀନ ରହିଥିଲା। କୋର୍ଟ ୪ଟି ଅଭିଯୋଗରେ ଫୈଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିବା, କ୍ଷମଦାର ଦୁରୁପୋଯୋଗ କରିବା, ସରକାରୀ […]

Read More Text.
Images (4)

ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ବୋଲି ବୁଧବାର ଘୋଷଣା କରିଛି। ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ। ଯେଉଁସବୁ ରୁଟ୍‌ରେ ଯାତ୍ରୀଙ୍କ ଅଧିକ ଆବଶ୍ୟକତା ରହିଛି ସେହିସବୁ ରୁଟ୍‌ରେ ଏହି ବିମାନ ଉଡାଣ କରାଯିବ। ଅନ୍ୟପଟେ ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟା ୪୦୦ରୁ ୫୦୦ କମ୍ କରିବ ବୋଲି କହିଛି। ଯାହା […]

Read More Text.
Images (3)

ଭୋଟ ଚୋରି କରିଥିଲେ ନେହେରୁ ଓ ଇନ୍ଦିରା: ଅମିତ ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର)କୁ ନେଇ ବିରୋଧୀ ଦଳଗୁଡିକ ମିଥ୍ୟା ପ୍ରଚାର ଚଳାଇଛନ୍ତି। ବିରୋଧୀ ଦଳଗୁଡିକ ନିଜର ନିର୍ବାଚନ ଫାଇଦା ପାଇଁ ନିର୍ବାଚନ ଆୟୋଗଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନିର୍ବାଚନ ଆୟୋଗ ଯେଉଁ […]

Read More Text.
Accident 3

ଘାଟିରେ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ବୁଧବାର ଦିନ ହେଲଙ୍ଗ୍-ଚାଗଲାଘମ୍ ରାସ୍ତାର ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଶ୍ରମିକ […]

Read More Text.

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରୁ ଧରାପଡ଼ିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଧରା ପଡ଼ିଲେ ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ହୋଇଥିବା ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ । ପୂର୍ବରୁ ପୋଲିସର ଅନୁରୋଧରେ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବୁଧବାର ଗୋଆ ପୋଲିସର ଏକ ଟିମ୍ […]

Read More Text.
Fortune india 2025 05 28 3ayspqlq vikram singh mehta chairman of indigo

କ୍ଷମା ମାଗିଲେ ଇଣ୍ଡିଗୋ ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ ହୋଇଛି, ପ୍ରତିଦିନ ୧୯୦୦ ରୁ ଅଧିକ ବିମାନ ଚଳାଚଳ କରୁଛି ଏବଂ ସମୟ ଅନୁଯାୟୀ କାର୍ଯ୍ୟଦକ୍ଷତାରେ ଉନ୍ନତି ହେଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଚାଲିଥିବା ସଙ୍କଟ ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଛି। […]

Read More Text.
Accident 3

ବୋଲେରୋ-ଟ୍ରାକ୍ଟର ଧକ୍କା, ୩ ତୀର୍ଥଯାତ୍ରୀ ମୃତ, ୧୧ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦର୍ଶନ ପାଇଁ ଅଯୋଧ୍ୟା ଆସୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି […]

Read More Text.