ଏଣିକି ସାହାରା ଇଣ୍ଡିଆର ନିବେଶକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ଦାବି କରିପାରିବେ

ନୂଆଦିଲ୍ଲୀ,୫।୨: ଯେଉଁମାନଙ୍କର ଟଙ୍କା ସାହାରା ଇଣ୍ଡିଆରେ ଫସି ରହିଛି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକ ସଭାରେ କହିଛନ୍ତି, ୨୮ ଜାନୁଆରୀ, ୨୦୨୫ ସୁଦ୍ଧା ସାହାରା ଗ୍ରୁପର ସମବାୟ ସମିତିଗୁଡ଼ିକର ୧୧,୬୧,୦୭୭ ଜମାକାରୀଙ୍କୁ ମୋଟ ୨,୦୨୫.୭୫ କୋଟି ଟଙ୍କା ଫେରସ୍ତ କରାଯାଇଛି। ଏହା ବ୍ୟତୀତ ଯେଉଁମାନଙ୍କର ଟଙ୍କା ଏ ପର୍ଯ୍ୟନ୍ତ ଫସି ରହିଛି, ସେମାନେ ଏକ ୱେବସାଇଟ ମାଧ୍ୟମରେ ସେମାନଙ୍କର ଟଙ୍କା ଫେରି ପାଇପାରିବେ। କେନ୍ଦ୍ର […]

Read More Text.

ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବନ କଲା ତିରୁପତି ମନ୍ଦିର କମିଟି

ତିରୁପତି,୫ା୨: ଭାରତରେ ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଅନ୍ୟତମ। କିଛିଦିନ ତଳେ ଏଠାରେ ମିଳୁଥିବା ଲଡ଼ୁରେ ଗୋମାଂସ ଚର୍ବି ଅଂଶ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଥିଲା। ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନେତୃତ୍ୱରେ ଟିଟିଡି ବୋର୍ଡ ପୂର୍ବରୁ କହିଥିଲେ ଯେ କେବଳ ହିନ୍ଦୁ କର୍ମଚାରୀମାନେ ଟିଟିଡିରେ କାମ କରିପାରିବେ। ତଥାପି, ଏହି ୧୮ ଜଣ କର୍ମଚାରୀ ଅଣ-ହିନ୍ଦୁ ପରମ୍ପରା ପାଳନ କରୁଥିବା ଜଣାପଡିଛି, ଯାହା ଫଳରେ ସେମାନଙ୍କ […]

Read More Text.

ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଟ୍ରମ୍ପ

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନମାନଙ୍କୁ ଅପସାରଣ କରି ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଏହା ଅନ୍ତର୍ଗତ ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୧୪୦ ବର୍ଗ ମାଇଲ ପରିବ୍ୟାପ୍ତ ଏହି ଷ୍ଟ୍ରିପ୍ ଉପରେ ଆମେରିକାର ଅଧିକାର ରହିବ। ଟ୍ରମ୍ପଙ୍କ ଏହି ଯୋଜନାକୁ ନେଇ ଆରବ ଦେଶଗୁଡ଼ିକ ଏବଂ ଡେମୋକ୍ରାଟିକ୍ ପାର୍ଟିର ସାଂସଦମାନେ ଆଶ୍ଚର୍ଯ୍ୟ ପ୍ରକାଶ […]

Read More Text.

ଚେନ୍ନାଇରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଛୁରୀ ଦେଖାଇ ଚଳନ୍ତା ଅଟୋରେ ଯୌନ ନିର୍ଯାତନା

ଚେନ୍ନାଇ,୫ା୨: ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ଅପରାଧ ସ୍ଥାନ ନିକଟରେ ଥିବା CCTV ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ତିନି ଜଣ ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ ଚେନ୍ନାଇ ନିକଟସ୍ଥ କିଲାମ୍ବକ୍କମ୍ ବସ୍ ଟର୍ମିନସ୍ ବାହାରେ ମହିଳା ଜଣକ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ଅଟୋ-ରିକ୍ସା ଡ୍ରାଇଭର […]

Read More Text.

ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର ଢଙ୍ଗରେ ସଜାଯାଇଛି । ଭୋଟ ଦେବା ପରେ ରାଷ୍ଟ୍ରପତି ମତଦାନ କେନ୍ଦ୍ର ବାହାରେ ଏକ ଫଟୋ ମଧ୍ୟ ଉଠାଇଥିଲେ। ମତଦାନ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଛି । ୧୩,୭୬୬ ମତଦାନ […]

Read More Text.

ଅମିତ ଶାହଙ୍କ ବିରୋଧରେ ‘ଗୁଣ୍ଡାରାଜ୍‌’ ଅଭିଯୋଗ ଆଣିଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଅଭିଯୋଗ ଆଣିଛନ୍ତି ଯେ ​​ଭୋଟ ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ “ଗୁଣ୍ଡାରାଜ”କୁ ସମର୍ଥନ କରି ଆପ୍‌ କର୍ମୀମାନଙ୍କୁ ହଇରାଣ କରୁଛନ୍ତି। କେଜ୍ରିୱାଲ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଜେପି ସମର୍ଥିତ ଲୋକମାନେ ଆପ କର୍ମୀମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଏବଂ ଦିଲ୍ଲୀ ପୁଲିସ ଏହାକୁ ରୋକିବା ପାଇଁ କିଛି […]

Read More Text.

ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା

ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ […]

Read More Text.

ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ। ସଂସଦର […]

Read More Text.

ସନାତନ ବିରୋଧୀ ଚାହୁଁଥିଲେ କୁମ୍ଭମେଳାରେ ବଡ଼ ଅଘଟଣ ଘଟୁ : ଯୋଗୀ

ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭମେଳାରେ ମୌନି ଅମାବାସ୍ୟା ଦିନ ଜାନୁଆରୀ ୨୯ ତାରିଖରେ ହୋଇଥିବା ଦଳାଚକଟା ଓ ସେଥିରେ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ଜାରି ରହିଛି । ଏହାକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଥିବାବେଳେ ତାହାର କଡ଼ା ଜବାବ ଦେଇଛନ୍ତି ଯୋଗୀ । ଏହି ଘଟଣାରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। […]

Read More Text.

ଦେଶର ବିକାଶ ସେମାନଙ୍କ ପାଇଁ ବୋରିଂ – ମୋଦୀ

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି […]

Read More Text.