ଆତିଶୀ ବିରୋଧୀ ଦଳ ନେତା ନିର୍ବାଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକ ରବିବାର ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରୋଧୀ ଦଳ ନେତାଙ୍କ ନାଁରେ ମୋହର ବାଜିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବେ ବୋଲି ଦଳ ଘୋଷଣା କରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ରବିବାର ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ […]

Read More Text.

ତେଲଙ୍ଗାନାରେ ଟନେଲ ଭୁଶୁଡ଼ିବା ଘଟଣା: ଫସି ରହିଥିବା ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ

ହାଇଦ୍ରାବାଦ: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।  ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ […]

Read More Text.

ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗର ଛାତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗକୁରନୂ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଶନିବାର ଏଠାରେ ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍ କେନାଲ (ଏସଏଲବିସି)ର ଏକ ଟେନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହାର ଭଗ୍ନାବଶେଷ ତଳେ ଫସିଛନ୍ତି ୬ ଶ୍ରମିକ। ସୂଚନା ପାଇ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ମାଣ କମ୍ପାନିର ଟିମ୍‌ କେନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିବାକୁ ଯାଇଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଛି। ଭଗ୍ନାବଶଷ ତଳେ […]

Read More Text.

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ବ ମିଳିଛି। ଗତ କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଗଭର୍ଣ୍ଣର ଭାବେ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ପଦବି ମିଳିଛି। କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଛି। ସେ ପିକେ ମିଶ୍ରଙ୍କ ସହିତ ଦ୍ବିତୀୟ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର […]

Read More Text.

୧୩.୯ କୋଟିର କାମ୍ପା ଅର୍ଥରେ କିଣାଯାଇଛି ଆଇଫୋନ, ଫ୍ରିଜ, ଲାପଟପ୍‌

କ୍ଷତିପୂରକ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ପାଣ୍ଠି ଅର୍ଥରେ କିଣା ହୋଇ ଆଇଫୋନ, ଫ୍ରିଜ ଏବଂ ଲାପଟପ। ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧାସଳଖ ୧୩ କୋଟି ୯୦ ଲକ୍ଷ ଟଙ୍କା ଏଭଳି ଅଯଥା ଖର୍ଚ୍ଚରେ ବିନିଯୋଗ କରାଯାଇଛି। ଏହି ଦୁର୍ନୀତିକୁ ଧରିଛନ୍ତି ସିଏଜି। ଉତ୍ତରାଖଣ୍ଡରେ ଜଙ୍ଗଲ ଜମିରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପରେ ତାହାର କ୍ଷତିଭରଣା କରିବା ଲାଗି ନୂତନ ବନୀକରଣ ଯୋଜନା ସକାଶେ କାମ୍ପା ପାଣ୍ଠିରୁ ଏହି ଅର୍ଥ ବିନିଯୋଗ ହେବାର […]

Read More Text.

ଏୟାରଇଣ୍ଡିଆର ଦୟନୀୟ ସେବାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ବାନ

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏୟାରଇଣ୍ଡିଆର ବିମାନ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମାନର ସିଟ୍‌ଗୁଡ଼ିକର ଖରାପ ସ୍ଥିତିକୁ ନେଇ ଶିବରାଜ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶିବରାଜ କହିଛନ୍ତି, ସେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାରଇଣ୍ଡିଆ ବିମାନ ଏଆଇ୪୩୬ରେ ତାଙ୍କୁ ଟିକେଟ ମିଳିଥିଲା। ବିମାନର ସିଟ୍ ସଂଖ୍ୟା ୮ସି ତାଙ୍କୁ ଆବଣ୍ଟିତ ହୋଇଥିଲା। କିନ୍ତୁ ସେ ଯେତେବେଳେ ସିଟ୍‌ ନିକଟରେ […]

Read More Text.

ଆମ ସମ୍ପର୍କ ଫେଭିକଲ ଭଳି ଅତୁଟ, କେବେ ତୁଟିବନି: ସିନ୍ଦେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସିନ୍ଦେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଫଡନବିସଙ୍କ ସହିତ ତାଙ୍କ ସମ୍ପର୍କ ଫେଭିକଲ ଅଠା ଭଳି। କେବେ ଭାଙ୍ଗିବ ନାହିଁ। ଗତ ଗୁରୁବାର ସେ ଯେଉଁ ଇସାରା କରିଥିଲେ ତାହା ଶାସକ ମେଣ୍ଟ ପାଇଁ ନ ଥିଲା। ତାଙ୍କୁ ହାଲୁକାରେ ନ ନେବାକୁ ସେ ଯେଉଁ ଚେତାବନୀ ଦେଇଥିଲେ […]

Read More Text.

ଗୀତା ଛୁଇଁ ଏଫବିଆଇ ନିର୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ

ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ଵସ୍ତ କାଶ ପଟେଲ ଶନିବାର ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫବିଆଇ) ନିର୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ପବିତ୍ର ଗ୍ରନ୍ଥ ଭଗବତ ଗୀତାକୁ ଛୁଇଁ ସେ ଶପଥ ନେଇଛନ୍ତି। ଏହା ସହିତ ସେ ଏଫବିଆଇର ନେତୃତ୍ଵ ନେବାରେ ୯ମ ବ୍ୟକ୍ତି ପାଲଟି ଯାଇଛନ୍ତି। ୱାଶିଂଟନ ଡିସିସ୍ଥିତ ହ୍ବାଇଟହାଉସ ପରିସରରେ ଥିବା ଆଇଜନହାବର କାର୍ଯ୍ୟାଳୟ କୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକାର ଆଟର୍ନି ଜେନେରାଲ ପ୍ୟାମ ବାଣ୍ଡି ତାଙ୍କୁ ଶପଥପାଠ କରାଇଥିଲେ। କାଶ ପଟେଲଙ୍କ […]

Read More Text.

ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ସୋନିଆ

ନୂଆାଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଗତ ଗୁରୁବାର ସକାଳେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ କରାଯାଇଥିଲା। ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ । […]

Read More Text.

୨୬ରେ ସରିବ ମହାକୁମ୍ଭ: ଶିବରାତ୍ରୀ ଥିବାରୁ ଶେଷ ସପ୍ତାହରେ ସାଙ୍ଘାତିକ ଭିଡ଼

ପ୍ରୟାଗରାଜ: ସରି ଆସୁଛି ସମୟ, ବଢିବାରେ ଲାଗିଛି ଭିଡ । ମହାକୁମ୍ଭ ସରିସରି ଆସୁଥିବା ବେଳେ ପ୍ରୟାଗରାଜରେ ଦିନକୁ ଦିନ ଭିଡ ଅସମ୍ଭାଳ ହେଉଛି । ଆଗରୁ ଶିବରାତ୍ରୀ ଥିବାରୁ ଭିଡ ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । କାରଣ ମହାକୁମ୍ଭ ସରିବାକୁ ଆଉ ହାତରେ ମାତ୍ର ୫ ଦିନ ରହିଛି । ଫେବୃୟାରୀ ୨୬ ତାରିଖରେ ଶେଷ ହେବ ପବିତ୍ର ମହାକୁମ୍ଭ । ତେଣୁ ଶେଷ ସପ୍ତାହରେ ସଙ୍ଗମରେ ବୁଡ ସହ ପବିତ୍ର […]

Read More Text.