ପୁଣି ଇରାନ ସହ ପରମାଣୁ ଚୁକ୍ତି କରିବେ ଟ୍ରମ୍ପ୍ !

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ସହ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଏ ନେଇ ଇରାନର ସର୍ବୋଚ୍ଚ ନେତାଙ୍କୁ ଏକ ଚିଠି ପଠାଇଛନ୍ତି। ଶୁକ୍ରବାର ଫକ୍ସ ବିଜନେସ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, “ମୁଁ ଆଶା କରୁଛି ଆପଣମାନେ କଥାବାର୍ତ୍ତା କରିବେ, କାରଣ ଏହା ଇରାନ ପାଇଁ ବହୁତ ଭଲ ହେବ । ମୁଁ ଭାବୁଛି ସେମାନେ ସେହି ଚିଠି ପାଇବାକୁ ଚାହୁଁଛନ୍ତି । […]

Read More Text.

ବାଇଡେନଙ୍କ ପାଇଁ ଫସିଛନ୍ତି ସୁନୀତା: ଏଲନ ମସ୍କ

ୱାସିଂଟନ ଡିସି: ମହାକାଶରୁ ସୁନୀତା ୱିଲିୟମସଙ୍କ ଫେରିବା ପଛରେ ବିଳମ୍ବକୁ ନେଇ ଏଲନ ମସ୍କଙ୍କ ବଡ଼ ବୟାନ । କହିଲେ ମହାକାଶଚାରୀଙ୍କ ଫେରିବାରେ ବିଳମ୍ବ ପଛରେ ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲ୍‌ ଥିଲା । ଦୁଇ ନାସା ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା ନାସା । ରାଜନୈତିକ କାରଣ ଯୋଗୁ ସୁନୀତା ଏବଂ ତାଙ୍କ ସହଯୋଗୀ ଇଣ୍ଟରନ୍ୟାସନାଲ ସ୍ଫେଶ ଷ୍ଟେସନରେ ଫଶି ରହିଛନ୍ତି । ଗତବର୍ଷ ଜୁନ ମାସରେ ଇଣ୍ଟରନ୍ୟାସନାଲ […]

Read More Text.

ଇ-ମେଲ ଠାରୁ ସୋସିଆଲ୍ ମିଡିଆ ଆକାଉଣ୍ଟ, ସବୁ ଯାଞ୍ଚ କରିପାରିବ ଆୟକର ବିଭାଗ

ନୂଆଦିଲ୍ଲୀ: ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ। ମିଳିଥିବା ସୂଚନା ଅନୁସାରେ, ଯଦି କୌଣସି କର୍ତ୍ତୃପକ୍ଷ ସନ୍ଦେହ କରନ୍ତି ଯେ, କୌଣସି ବ୍ୟକ୍ତି ଆୟକର ଫାଙ୍କି ଦେଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର କିମ୍ବା ମୂଲ୍ୟବାନ ଜିନିଷ କିମ୍ବା ସମ୍ପତ୍ତି […]

Read More Text.

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲଣ୍ଡନରେ ଆକ୍ରମଣ ଉଦ୍ୟମ

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲଣ୍ଡନ ଗସ୍ତରେ ରହିଛନ୍ତି । ଲଣ୍ଡନରେ ଚଥାମ ହାଉସ ଥିଙ୍କ ଟ୍ୟାଙ୍କରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ । ଏହା ସହିତ ବହୁ ଖଲିସ୍ତାନୀ ଆତଙ୍କୀ ରାସ୍ତାପାର୍ଶ୍ବରେ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଜୟଶଙ୍କରଙ୍କୁ […]

Read More Text.

ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଅପରେସନରେ ଜଣେ ନକ୍ସଲଙ୍କୁ ଗିରଫ କରିଛି। ଏହି ମହିଳା ନକ୍ସଲ ଏତେ ବିପଦପୂର୍ଣ୍ଣ ଯେ ଝାଡ଼ଖଣ୍ଡ ପୁଲିସ ସହ ତିନିଥର ଗୁଳିବିନିମୟ କରିଥିଲେ | ପୋଲିସ କହିଛି ଯେ ଆମେ ସୂଚନା ପାଇଲୁ ଯେ ଜଣେ ନକ୍ସଲ ମହିଳା ଦିଲ୍ଲୀରେ ପରିଚୟ ବଦଳାଇ କାମ କରୁଛନ୍ତି। ଏହା ପରେ, ଆମେ ଏକ ଅପରେସନ କରି ଏହି ନକ୍ସଲ ମହିଳାଙ୍କୁ ଗିରଫ […]

Read More Text.

ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଅଦାଲତ ବୀର ସାବରକରଙ୍କ ଉପରେ ଟିପ୍ପଣୀକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଲଗାତାର ଶୁଣାଣିରେ ଗାଏବ ରହିବା କାରଣରୁ ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହାସହ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଚେତାବନୀ ଦେଇଛନ୍ତି ଯେ ୨୦୨୫ ଏପ୍ରିଲ୍ ୧୪ରେ ରାହୁଲ ଗାନ୍ଧୀଙ୍କୁ ଯେକୌଣସି ପରିସ୍ଥିତିରେ ଉପସ୍ଥିତ ରହିବାକୁ ପଡ଼ିବ । ଯଦି […]

Read More Text.

ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ ଆଧାରିତ ସମନ୍ୱିତ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ କରିଛି। ସମନ୍ୱିତ ଜୀବନ ରକ୍ଷାକରି ବ୍ୟବସ୍ଥା ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ପାରମ୍ପରିକ ତରଳ ଅମ୍ଳଜାନ ସିଲିଣ୍ଡର ଆଧାରିତ ପ୍ରଣାଳୀ ଉପରେ ନିର୍ଭରଶୀଳତାକୁ ଦୂର […]

Read More Text.

ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ। ଶ୍ରଦ୍ଧାଳୁଙ୍କ ରହିବାର […]

Read More Text.

ଶିକ୍ଷା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ପୁଞ୍ଜିନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ସହିତ ଅର୍ଥନୀତି ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେଇଛନ୍ତି। ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ମୋଦି କହିଛନ୍ତି ଯେ ଲୋକଙ୍କ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଲକ୍ଷ୍ୟ ତିନୋଟି ସ୍ତମ୍ଭ ଉପରେ ନିର୍ଭର କରେ ଓ ତାହା ହେଉଛି ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବା। ସେ କହିଥିଲେ ଯେ ଅନେକ ଦଶନ୍ଧି ପରେ ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। […]

Read More Text.

ୟୁପି ବିଧାନସଭା ପରିସରରେ ପାନଛେପ ପକାଇବା ସମୟରେ ଧରାପଡ଼ିଲେ ହେବ ଜରିମାନା

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି। ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ୟୁପି ବିଧାନସଭାର ବାଚସ୍ପତି କହିଥିଲେ,‘ ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା ପ୍ରସାର କରିଛନ୍ତି। ମୁଁ ବ୍ୟକ୍ତିଗତ […]

Read More Text.