ଏଣିକି ମଦ ପିଇ ରୋଗାଗ୍ରସ୍ତ ହେଲେ ମିଳିବନି ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ଉତ୍ତମ ଜୀବନ ପାଇଁ ସ୍ୱାସ୍ଥ୍ୟ ବୀମା ନୀହାତି କରିବା ଉଚିତ୍ । ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ବୀମା କମ୍ପାନୀ ଅଲଗା ଅଲଗା ପ୍ରକାରର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ବା ହେଲଥ୍‌ ଇନସୁରାନ୍ସ ପଲିସି ଉପଲବ୍ଧ କରିଥାନ୍ତି । ଏହି ସବୁ ପଲିସି ଦ୍ୱାରା ଗ୍ରାହକଙ୍କୁ ଖାସ୍‌ ସୁବିଧା ମିଳିଥାଏ । ଯାହାକୁ ପାଇ ଗ୍ରାହକ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଥାନ୍ତି । ତେବେ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ କେତେକ […]

Read More Text.

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୩.୫

ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି ଗଭୀରତା ରହିଥିଲା ।  ଏହା ପୂର୍ବରୁ ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । […]

Read More Text.

ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ କାର୍‌ ବିସ୍ଫୋରଣ, ଜେଲେଁସ୍କି ଦେଇଥିଲେ ଧମକ

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ ହତ୍ୟା କରିବାକୁ ପୁଣି ଉଦ୍ୟମ ହୋଇଛି। ମସ୍କୋ ରାସ୍ତାରେ ରୁଷିଆର ପ୍ରମୁଖ ଗୁଇନ୍ଦା ଏଜେନ୍ସି ଏଫଏସବି ମୁଖ୍ୟାଳୟ ନିକଟରେ ପୁତିନ ବ୍ୟବହାର କରୁଥିବା ଅତ୍ୟନ୍ତ ନାମୀଦାମୀ ଅରସ୍ ସେନତ୍ ଲିମୋସିନ୍ କାର୍‌ରେ ଭୀଷଣ ବିସ୍ଫୋରଣ ଘଟି ଏହି କାର୍ ଜଳିଯାଇଛି। ହେଲେ ଏହି ସମୟରେ ପୁତିନ ଉକ୍ତ କାର୍‌ରେ ନଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ସାମିଲ ରହିଥିବା ବିଭିନ୍ନ ଶ୍ରେଣୀର କାର୍ ମଧ୍ୟରେ ଏହି […]

Read More Text.

ମୋଦୀଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ଆସିବେ : ସଂଜୟ ରାଉତ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗପୁର ଗସ୍ତ ଉପରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ନାଗପୁର ଯାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ଏହି ବାର୍ତ୍ତା ଦେଇଥିଲେ ଯେ ସେ ଅବସର ନେଉଛନ୍ତି ଏବଂ ତାଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ଆସିବେ। ତାଙ୍କର ଏହି ଦାବିଗୁଡ଼ିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛନ୍ତି। […]

Read More Text.

କୁମ୍ଭ ଭାଇରଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ମାତା ଦୁଷ୍କର୍ମ ଅଭିଯୋଗରେ ଗିରଫ

କୁମ୍ଭମେଳା ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ ପାଇଁ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ଯାଞ୍ଚ ପରେ ୪୫ ବର୍ଷୀୟ ସନୋଜ ମିଶ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗାଜିଆବାଦରେ ପୁଲିସ ସନୋଜଙ୍କୁ ଗିରଫ କରିଛି ଏବଂ ପରେ ନବୀ କରିମ ପୁଲିସ ଷ୍ଟେସନ ହେପାଜତକୁ ନେଇଥିଲା। ଏକ […]

Read More Text.

ଆଶାରାମକୁ ମିଳିଲା ୯୦ ଦିନ ଜାମିନ

ଶାହଜହାଁପୁର: ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ଅବଧି ଆଉ ୩ ମାସ ବଢିଛି। ଫଳରେ ପୀଡ଼ିତାଙ୍କ ପିତା ପରିବାରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ପିତା କହିଛନ୍ତି ତାଙ୍କ ପରିବାର ନିମନ୍ତେ ଏବେ ବିପଦ ବଢ଼ି ଯାଇଛି। ଏବେ ଆଶାରାମ କେବେବି ତାଙ୍କପରିବାର ପ୍ରତି କିଛିବି କରି ପାରେ। ତେବେ ଆଶାରାମଙ୍କୁ ବାରମ୍ବାର ଜାମିନ ଦିଆଯାଉଥିବାରୁ ପୀଡ଼ିତାଙ୍କ ପିତା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ଶାହଜାହଁପୁର ନିବାସୀ […]

Read More Text.

ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଲାଗୁ ରହିବ AFSPA, ୬ ମାସ ଅବଧି ବୃଦ୍ଧି କଲେ ଗୃହ ମନ୍ତ୍ରଣାଳୟ

ମଣିପୁର ରାଜ୍ୟର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (AFSPA)(ଆର୍ମଡ୍ ଫୋର୍ସଡ ସ୍ପେସାଲ ପାୱାର ଆକ୍ଟ ) କୁ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ମଣିପୁର ରାଜ୍ୟକୁ ୧ ଏପ୍ରିଲ୍ ୨୦୨୫ ରୁ ଛଅ ମାସ ପାଇଁ ପୁଣି ଥରେ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି  ।  ଏହାସହ ୫ଟି ଜିଲ୍ଲାର ମଣିପୁରର କିଛି […]

Read More Text.

ନାଗପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଗପୁରରେ ଗସ୍ତରେ ଅଛନ୍ତି । ଇତି ମଧ୍ୟରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିଷ୍ଠାକୁ ୮ବର୍ଷ ବିତିଯାଇଛି । ନାଗପୁର ଗସ୍ତରେ ଆସି ଶ୍ରୀ ମୋଦି ଆରଏସଏସର ସଂସ୍ଥାପକଙ୍କ ମୁର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରଦ୍ଧାଞ୍ଜଳି ଅର୍ପଣବେଳେ ମୋଦିଙ୍କ ସମେତ ସଂଘର ମୁଖ୍ୟ ମୋହନ ଭାଗବତ  ମଧ୍ୟ ତାଙ୍କ ସହିତ ରହିଥିବା ଦେଖିବାକୁ ମିଳିଛି । ଏହାପରେ ମୋଦି ବାବା ଆମ୍ବେଦକର ଦୀକ୍ଷା ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ […]

Read More Text.

ହିମାଚଳପ୍ରଦେଶରେ ଭୂସ୍ଖଳନ, ୬ ମୃତ

ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ମଣିକର୍ଣ୍ଣ ଅଞ୍ଚଳରେ ରବିବାର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମଣିକର୍ଣ୍ଣ ସାହିବ ନିକଟରେ ରାସ୍ତାପାର୍ଶ୍ବରେ କିଛି ଲୋକ ବସିଥିଲେ। ଏହି ସମୟରେ ହଠାତ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ଦ୍ଵାରା ନିକଟରେ ଥିବା ବିରାଟ ଗଛ ଉପୁଡ଼ିଯାଇ ରାସ୍ତାପାର୍ଶ୍ବରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା, ଯାହା ଫଳରେ ଘଟଣାସ୍ଥଳରେ […]

Read More Text.

ଦିଲ୍ଲୀ ଉପକଣ୍ଠକୁ ସ୍ଥାନାନ୍ତର ହେବ ତିହାର ଜେଲ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। ଦିଲ୍ଲୀର ଆବାସିକ ସ୍ଥଳରେ ଏହି ଜେଲ ଅବସ୍ଥିତ ହୋଇଥିବାରୁ ଆଖପାଖରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ତିହାର ଜେଲକୁ ଦିଲ୍ଲୀ ଉପକଣ୍ଠସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନକୁ […]

Read More Text.