ନଦୀ ଭିତରକୁ ଯାଇ ରିଲ୍ କରୁଥିବା ବେଳେ ଭାସିଗଲେ ମହିଳା, ଏପର୍ଯ୍ୟନ୍ତ ମିଳୁନି ପତ୍ତା

ନୂଆଦିଲ୍ଲୀ: ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ଏହା ପରେ ହଠାତ୍ ତାଙ୍କ ପାଦ ଖସିଯାଉଛି ଏବଂ ସେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। […]

Read More Text.

ଜିନପିଙ୍ଗଙ୍କୁ ଶକ୍ତ ଧକ୍କା: ମହିଳା ଅଧିକାରୀ ତାଇୱାନକୁ ପଠାଇଲେ ୩ ଲକ୍ଷ ଗୁପ୍ତ ଫାଇଲ୍!

ବେଜିଂ: ଚୀନ୍‌ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍‌ରେ ଆତଙ୍କ ସୃଷ୍ଟି ହୋଇଛି। ସେନା ଅଧିକାରୀମାନେ ମହିଳାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ଅଧିକାରୀମାନେ ଭୟ କରୁଛନ୍ତି ଯେ, ଏହି ଫାଇଲଗୁଡ଼ିକ ତାଇୱାନକୁ ପଠାଯାଇ ଥାଇପାରେ। ମହିଳାଙ୍କ ତାଇୱାନ ଲିଙ୍କ୍ ସାମ୍ନାକୁ […]

Read More Text.

ବିହାରରେ ମୁଣ୍ଡ ଟେକିଲେଣି ନୂଆଦଳ, ବଦଳାଇ ଦେଇପାରନ୍ତି ରାଜନୀତିର ଦୃଶ୍ୟପଟ୍ଟ

ପାଟଣା: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରଖିବେ ସବୁ ରାଜନୈତିକ ଦଳ । ଏହି ନିର୍ବାଚନରେ ଗୋଟିଏ ପଟେ ବିଜେପି, ଜନତା ଦଳ ୟୁନାଇଟେଡ୍‌, ଆରଜେଡି ଏବଂ କଂଗ୍ରେସ ପରି ପୁରୁଣା ଦଳଗୁଡ଼ିକ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟପଟେ ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରଜ’ ଭଳି ନୂଆ ଦଳର ନେତାମାନେ ଅନ୍ୟ ପୁରୁଖା ନେତାମାନଙ୍କ ସହ ନିର୍ବାଚନୀ ମୁକାବିଲା କରିବେ । ଏହି ଦଳଗୁଡ଼ିକ ତାଲିକାରେ […]

Read More Text.

ବଢିପାରେ ଦିଗବିଜୟଙ୍କ ଅଡୁଆ, ପୁଣି ଖୋଲିବ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ସମସ୍ୟା ବଢ଼ିପାରେ, କାରଣ ୨୮ ବର୍ଷ ପରେ କଂଗ୍ରେସ ନେତ୍ରୀ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲିବାକୁ ଯାଉଛି। ଏହି ମାମଲାରେ, ସରଳା ମିଶ୍ରଙ୍କ ଭାଇ ଦିଗବିଜୟ ସିଂହଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋପାଳ କୋର୍ଟର ନିର୍ଦ୍ଦେଶ ପରେ, ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲାଯାଉଛି। ସରଳାଙ୍କ ଭାଇ କୋର୍ଟରେ ଆବେଦନ କରିଥିଲେ, ଯାହା ପରେ ଭୋପାଳ […]

Read More Text.

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ବିଚାର ପାଇଁ […]

Read More Text.

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍‌

ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ ବେଲଜିୟମ ଯିବ। ଉଭୟ ଏଜେନ୍ସିରୁ ଦୁଇରୁ ତିନି ଜଣ ଅଧିକାରୀଙ୍କୁ ବେଲଜିୟମ ପଠାଯାଇପାରେ ବୋଲି ବିଶ୍ୱାସ କରାଯାଉଛି। ଏହି ଅଧିକାରୀମାନେ ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ ଏବଂ ସେଠାକାର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରିବେ। ଇଣ୍ଡିଆନ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶ କରିଛି ଯେ ମେହୁଲ ଚୋକସିଙ୍କ […]

Read More Text.

ବିକ୍ରି ହୋଇପାରେ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ୍‌

ମୁମ୍ବାଇ: ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍‌ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି । ୨୦୨୦ରେ ତାଙ୍କ କମ୍ପାନୀ […]

Read More Text.

ଆମ୍ବେଦକରଙ୍କ ପ୍ରେରଣାରୁ ସାମାଜିକ ନ୍ୟାୟ ପାଇଁ ଦେଶ ଉତ୍ସର୍ଗୀକୃତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୀମ ରାଓ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ତାଙ୍କ ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ତାଙ୍କର ନୀତି ଏବଂ ଚିନ୍ତାଧାରା ଆତ୍ମନିର୍ଭର ଭାରତର ବିକାଶକୁ ସୁଦୃଢ଼ ଓ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ ରେ କହିଛନ୍ତି। ସଂସଦରେ ଆୟୋଜିତ ଭୀମ ରାଓ ଆମ୍ବେଦକରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ […]

Read More Text.

୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ:  ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିବା ମେସେଜରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର  ଡ୍ରଗ୍ ନେଟୱାର୍କକୁ ମୂଳୋତ୍ପାଟନ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଛନ୍ତି ଯେ, ନିଶା ମୁକ୍ତ ଭାରତ ନିର୍ମାଣର […]

Read More Text.

ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ: ନୂତନ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବ୍ୟୟ ଅଟକଳ ୪୧୦କୋଟି

ହିସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର ଦାୟିତ୍ୱ ତାଙ୍କୁ  ଦିଆଯାଇଥିଲା, ସେତେବେଳେ ସେ ଅନେକ ସହକର୍ମୀଙ୍କ ସହିତ ଘନିଷ୍ଠ ଭାବେ କାମ କରିଥିଲେ। ହରିୟାଣାରେ ଦଳର ମୂଳଦୁଆକୁ ମଜବୁତ କରିବାରେ ସେ ଏହି ସହକର୍ମୀଙ୍କ ଉତ୍ସର୍ଗ ଏବଂ ଉଦ୍ୟମକୁ ପ୍ରଶଂସା କରିଥିଲେ। […]

Read More Text.