ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ଦିଲ୍ଲୀ ଏମ୍ସରେ ଛୁଟି ବାତିଲ । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଆଗଲା ବଡ଼ ନିଷ୍ପତ୍ତି । ଛୁଟି ବାତିଲ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ତେବେ ବାତିଲ ହେଲା ଦିଲ୍ଲୀ ଏମ୍ସର ସମସ୍ତ ଅଧିକାରୀଙ୍କ ଛୁଟି । ସ୍ବାସ୍ଥ୍ୟଗତ କାରଣ ଛଡ଼ା ଅନ୍ୟ ସବୁ ଛୁଟି ବାତିଲ। ଯଦି ପୂର୍ବରୁ ଛୁଟି ମଞ୍ଜୁର ଥାଏ ତାହାଲେ ବି ବାତିଲ । ଯେତେ […]

Read More Text.

ଏୟାର ସାଇରନ୍ ଶବ୍ଦ ବ୍ୟବହାର ନକରିବାକୁ ସମାଚାର ଚ୍ୟାନେଲଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ସରକାର ସମସ୍ତ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ସେମାନଙ୍କ କାର୍ଯ୍ୟକ୍ରମରେ ‘ସିଭିଲ୍ ଡିଫେନ୍ସ ଏୟାର ରେଡ୍ ସାଇରନ୍’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ ଏକ ପରାମର୍ଶ ଜାରି କରିଛନ୍ତି। କାରଣ ଏହି ଶବ୍ଦ କେବଳ ସାମୁଦାୟିକ ସଚେତନତା ଅଭିଯାନ ପାଇଁ ବ୍ୟବହୃତ ହୁଏ, ବୋଲି ଶନିବାର ଦିନ ଜଣେ ବରିଷ୍ଠ ଏମ୍ଏଚ୍ଏ ଅଧିକାରୀ କହିଛନ୍ତି। ୧୯୬୮ ମସିହାର ସିଭିଲ ଡିଫେନ୍ସ ଆକ୍ଟ ଧାରା ୩ (୧) (ଡବ୍ଲୁ) (୦) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, […]

Read More Text.

ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍‌ ପ୍ରଧାନମନ୍ତ୍ରୀ ଶୃଗାଳ

ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, […]

Read More Text.

ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍‌ ଓ ୩ ସେନା ପ୍ରମୁଖଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଆସିଛି। ବାତିଲ ହୋଇଛି ସବୁ ସେନାଧିକାରୀଙ୍କ ଛୁଟି । କୌଣସି କାରଣରୁ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ମଧ୍ୟ ପ୍ରସ୍ତୁତ ରହିବାକୁ […]

Read More Text.

ରଜୌରୀରେ ପାକ୍ ମିସାଇଲରେ ଭାଙ୍ଗିଲା ଘର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଭାରତର ଜବରଦସ୍ତ ପ୍ରହାରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଭାରତୀୟ ସେନା ପାକିସ୍ତାନର ୨ ଜେଏଫ୍-୧୭ ଓ ଗୋଟିଏ ଏଫ-୧୬ ଫାଇଟର ଜେଟ୍ ମାରି ଖସାଇଛି । ଏହା ସହିତ ପାକିସ୍ତାନ ଏୟାରଫୋର୍ସର ଏଡବ୍ଲୁଏସିଏସ୍ ବିମାନ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଧ୍ବସଂ କରିଦେଇଛି । ପ୍ରାୟ ୪୮ ଘଣ୍ଟାରେ ପାକିସ୍ତାନକୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ରଜୌରୀରେ ଏକ […]

Read More Text.

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ହେଉଛି ଘନ ଘନ ବୈଠକ । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକ ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଚୁର ଔଷଧ ମହଜୁଦ୍‌ ରଖିବାକୁ ଔଷଧ ନିର୍ମାତା କମ୍ପାନୀ ଓ ବିତରକମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଏଥିରେ […]

Read More Text.

ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍‌ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି ଦେଇଛି। ଯାହାଫଳରେ ପାକ୍‌ରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଭାରତ ସରକାର ଗୁରୁବାର ରମ୍ବନଠାରେ ଚେନାବ ନଦୀରେ ନିର୍ମିତ ବଗଲିହାର ଡ୍ୟାମର ୨ଟି ଗେଟ ଏବଂ ରିଆସୀଠାରେ ସଲାଲ ଡ୍ୟାମର ୩ଟି ଗେଟ୍‌କୁ ଖୋଲି […]

Read More Text.

ଆଇପିଏଲ ଏକ ସପ୍ତାହ ଲାଗି ସ୍ଥଗିତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦେଶରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ କୁ ୧ ସପ୍ତାହ ଲାଗି ସ୍ଥଗିତ ରଖିଛି ବିସିସିଆଇ | ବିସିସିଆଇ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ପରିସ୍ଥିତିରେ ଆମେ ସରକାର ଓ ସେନାଙ୍କ ସହିତ ରହିଛୁ | ସୂଚନାଯୋଗ୍ୟ ଗୁରୁବାର ରାତିରେ, ମେ ୮ ରାତିରେ, ଆଇପିଏଲ ୨୦୨୫ର ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ […]

Read More Text.

ଏହା ଆବଶ୍ୟକତା ଥିଲା, ସେନାକୁ ଅଭିନନ୍ଦନ: ମୋହନ ଭାଗବତ

ନାଗପୁର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏହି ପରିସ୍ଥିତିରେ ସେ ସରକାର ଏବଂ ସଶସ୍ତ୍ର ବାହିନୀ ସହିତ ଠିଆ ହେବେ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ମୋହନ ଭାଗବତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, “ଅପରେସନ ସିନ୍ଦୂର ପାଇଁ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀର ନେତୃତ୍ୱକୁ ହାର୍ଦ୍ଦିକ ଅଭିନନ୍ଦନ। ହିନ୍ଦୁ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକାଣ୍ଡରେ ପୀଡିତ […]

Read More Text.

ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କାଟଜୁ

ନୂଆଦିଲ୍ଲୀ,୯।୫: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଲାହୋରରେ ଜଳଖିଆରେ ବେକନ ଏବଂ ଅଣ୍ଡା ଖାଇବୁ, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବୁ, ପେଶାୱରରେ ଚା’ ସହିତ ଡୋନଟ୍ସ ଖାଇବୁ ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟ ବା […]

Read More Text.