ଚୀନ ରେସ୍ତୋରାଁରେ ନିଆଁ ଲାଗି ୨୨ ମୃତ

ଲିଆଓନିଂ: ଚୀନର ଲିଆଓନିଂରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅତି କମରେ ୩ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଠାର ଝରକା ଏବଂ ଦ୍ୱାରରୁ ନିଆଁ ବାହାରୁଥିବାର ଦେଖାଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ […]

Read More Text.

ଅବୈଧ ବାଂଲାଦେଶୀଙ୍କ ଉପରେ ବଡ଼ ଆକ୍ସନ, ବସ୍ତିରେ ଚାଲିଲା ବୁଲଡୋଜର, ୮୦୦ ଗିରଫ

ଅହମଦାବାଦ,୨୯।୪: ପହଲଗାମ ଆକ୍ରମଣ ପରେ, ଅନେକ ରାଜ୍ୟର ପୋଲିସ ଅବୈଧ ଶରଣାର୍ଥୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ, ଗୁଜରାଟ ପୋଲିସ ସୁରଟ ଏବଂ ଅହମ୍ମଦାବାଦରୁ ୧୦୦୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା। ସେହି ସମୟରେ, ଏବେ ପୋଲିସ ଚାନ୍ଦୋଲା ହ୍ରଦ ନିକଟରେ ନିର୍ମିତ ବାଂଲାଦେଶୀ ବସ୍ତି ଉପରେ ଚଢାଉ କରିଛି। ଚାନ୍ଦୋଳା ହ୍ରଦ ପାଖରେ ଗଢ଼ି ଉଠିଥିବା ସମସ୍ତ ବସ୍ତି ଧୂଳିସାତ୍‌ ହୋଇଯାଇଛି। ଏହି ସମଗ୍ର ଅଞ୍ଚଳରେ ଅବୈଧ ବାଂଲାଦେଶୀ ଶରଣାର୍ଥୀମାନେ ରହୁଥିଲେ। […]

Read More Text.

ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଓ ଖଡଗେଙ୍କ ଚିଠି

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପ୍ରସଙ୍ଗରେ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଖଡଗେ କହିଛନ୍ତି, ଏଭଳି ସମୟରେ ଆମେ ଏକ ରହିଛୁ ବୋଲି ସାରା ବିଶ୍ଵକୁ ଦେଖାଇବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଏକତା ନିହାତି ଜରୁରୀ ବୋଲି ବିରୋଧୀ ଦଳ ବିଶ୍ଵାସ କରୁଛି। ତେଣୁ ଏକ ସ୍ଵତନ୍ତ୍ର ଅଧିବେଶନ ଡକାଇବା ଆବଶ୍ୟକ। ସେହିପରି ରାହୁଲ ତାଙ୍କ ଚିଠିରେ ମଧ୍ୟ […]

Read More Text.

କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ମାର୍କ କାର୍ନି ଏବଂ ତାଙ୍କ ବିଜୟ ପାଇଁ ଲିବରାଲ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ଭାରତ ଏବଂ କାନାଡା ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଜନସାଧାରଣଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ଦ୍ୱାରା ବନ୍ଧା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାଗିଦାରୀକୁ ସୁଦୃଢ଼ କରିବା ଓ ଭାରତ ଏବଂ କାନାଡାର […]

Read More Text.

ଜୁନ ପ୍ରଥମ ସପ୍ତାହରେ ସଂପୂର୍ଣ୍ଣ ହେବ ରାମ ମନ୍ଦିର : ନୃପେନ୍ଦ୍ର ମିଶ୍ର

ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ହେବ । ଜୁନ ୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ଓ ଏହାର ୧-୨ ଦିନ ସୁଦ୍ଧା ଲୋକମାନେ ନବନିର୍ମିତ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଶ୍ରୀରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ମନ୍ଦିରର ଶିଖର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି ଓ ଆସନ୍ତା […]

Read More Text.

ପହଲଗାମ ଆକ୍ରମଣ : ସନ୍ଦେହରେ ଜିପ୍ ଲାଇନ ଅପରେଟର

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ Zipline Operatorଙ୍କ ଦ୍ୱାରା “ଆଲ୍ଲାହୋ ଆକବର” କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବାପା ଏକ ବୟାନ ଦେଇଛନ୍ତି। ଅନନ୍ତନାଗ ଜିଲାରେ ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ସମେତ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ। ଜିପଲାଇନ ଅପରେଟର ମୁଜମ୍ମିଲଙ୍କ ବାପା କହିଛନ୍ତି, “ମୁଁ ଭିଡିଓଟି ଦେଖିନାହିଁ… ହେଲେ ଆମେ […]

Read More Text.

ମେ’ ୧ ଓ ୨ରେ ଜାତୀୟ ଆୟୁଷ ମିଶନ ସମ୍ମିଳନୀ

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମେ’ ପହିଲା ଓ ୨ ତାରିଖରେ ମହାରାଷ୍ଟ୍ରର ଲୋନାଭାଲାଠାରେ ଜାତୀୟ ଆୟୁଷ ମିଶନ ସମ୍ମିଳନୀ ଆୟୋଜନ କରାଯିବ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଭାରତରେ ଆୟୁଷ ଭିତ୍ତିକ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ଗଠନ ପାଇଁ ଏକ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଆୟୁଷ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟ ବୃତ୍ତିଜୀବୀ, ଗବେଷକ ଏବଂ ଉଦ୍ଭାବକମାନଙ୍କୁ ଏକାଠି କରି ଏହି ସମ୍ମିଳନୀରେ ପାରମ୍ପରିକ ଭାରତୀୟ ଔଷଧ ପ୍ରଣାଳୀକୁ ମୁଖ୍ୟସ୍ରୋତର […]

Read More Text.

ପାକିସ୍ତାନ ହେବ ଦୁଇଭାଗ: ଏକ ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ ହେବ!

ଇସଲାମାବାଦ: ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଏକ ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ ପାଇଁ ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଲୋକମାନେ ବିପର୍ଯ୍ୟୟରେ ସୁଯୋଗ ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହା ଦେଖାଯାଉଛି ଯେ, ସେମାନେ ଭାରତର ଆକ୍ରମଣ କରିବାକୁ ଅପେକ୍ଷା କରିଛନ୍ତି ଯାହା ଦ୍ଵାରା ସେମାନେ ପାକିସ୍ତାନରୁ ଅଲଗା ହୋଇ ସେମାନଙ୍କର ଭିନ୍ନ ପ୍ରଦେଶ ପାଇଁ ଏକ ପୃଥକ ଦେଶ ଗଠନ କରିପାରିବେ। ସିନ୍ଧୁଦେଶର ଦାବିର ଅର୍ଥ ହେଉଛି ସିନ୍ଧୀମାନଙ୍କ ପାଇଁ […]

Read More Text.

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଭାଇ ହେବେ ଭାରତର ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଭାଇ ହେବେ ଭାରତର ପରବର୍ତ୍ତି ନୂଆ ମୁଖ୍ୟ ବିଚାରପତି । ସେ ହେବେ ଭାରତର ୫୨ତମ ମୁଖ୍ୟ ବିଚାରପତି । ତାଙ୍କ ନାମକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି । ଜଷ୍ଟିସ୍ ଗଭାଇ ୧୪ ମଇ, ୨୦୨୫ରେ ଭାରତର ୫୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଭାରତର ବର୍ତ୍ତମାନର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ତାଙ୍କ ନାମ ସୁପାରିଶ କରିଥିଲେ। […]

Read More Text.

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ। ଏକ୍ସିଅମ ସ୍ପେସର ଏକ୍ସ-୪ ମିଶନର ଅଂଶ ଭାବେ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ମିଶନ ପାଇଲଟ ଭାବେ ସାମିଲ ହେବେ। ଏହା ହେଉଛି ୧୯୮୪ରେ ରାକେଶ ଶର୍ମାଙ୍କ ସୋଭିଏତ ସୋୟୁଜ ମହାକାଶ ଯାତ୍ରା ପରେ ଭାରତର […]

Read More Text.