Pmmo

ଆଦମପୁର ଏୟାର ବେସ୍ ଯାଇ ସାରା ଦୁନିଆକୁ ସତ ଦେଖାଇଲେ ମୋଦୀ

ଅମୃତସର: ପଦାରେ ପଡିଲା ପାକିସ୍ତାନର ମିଛ, ଗାଲୁଆ ପାକିସ୍ତାନ ଯେଉଁ ଅଭିଯୋଗ କରୁଥିଲା ତାହା ଆଜି ଧରାପଡିଲା । ଆଉ ସତ କଣ ସାରା ଦୁନିଆ ଦେଖିଲା । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଯେତବେଳେ ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ନାକରେ ପାଣି ପିଆଇଦେଲା ଠିକ୍ ସେତେବେଳେ ତାଳ ଫୋଟକା ପରି ବାଣ ମାରି ବଡ଼ ବଡ଼ କଥା କହୁଥିଲା ପାକିସ୍ତାନ । ଘନଘନ ଡ୍ରୋନ ହମଲା ଏବଂ ସୀମାରେ ଗୁଳିମାରି ଭାରତର ଏସା […]

Read More Text.
Br gavai

ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ବିଆର ଗବଇ

ନୂଆଦିଲ୍ଲୀ: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥ‌ା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଆଜି ସକାଳେ ଜଷ୍ଟିସ୍ ବି.ଆର. ଗବାଇଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସୁପ୍ରିମକୋର୍ଟରେ ତାଙ୍କ ସହକର୍ମୀଙ୍କଠାରୁ […]

Read More Text.
Padmashri

ନିଖୋଜ କୃଷି ବୈଜ୍ଞାନିକଙ୍କ ମୃତଦେହ ନଦୀରୁ ଉଦ୍ଧାର, ୨୦୨୨ ମସିହାରେ ପାଇଥିଲେ ପଦ୍ମଶ୍ରୀ ପୁରସ୍କାର

ପୂର୍ବତନ କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ବିଜେତା ଡ.ସୁବନ୍ନା ଆୟାପ୍ପନ ମୃତଦେହ ନଦୀରୁ ଉଦ୍ଧାର । ଗତ ୬ ଦିନ ହେଲାଣି ବୈଜ୍ଞାନିକ ଜଣକ ନିଖୋଜ ରହିଥିଲେ । କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାରେ ଥିବା ସାଇ ଆଶ୍ରମ ନିକଟ କାବେରୀ ନଦୀ କୂଳରୁ ପୋଲିସ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଏହାର ତଦନ୍ତ କରୁଛି । ସୂଚନାନୁଯାୟୀ, କୃଷି ବୈଜ୍ଞାନିକ ଜଣକ ମହୀଶୂରର ବିଶେଶ୍ବର ନଗରରେ ତାଙ୍କ ସ୍ତ୍ରୀ  ଏବଂ ଝିଅ ସହିତ ରହୁଥିଲେ । ହଠାତ୍ ଡ.ସୁବନ୍ନା […]

Read More Text.
Hac

ଅପରେସନ ‘ସିନ୍ଦୂର’ ପରେ ୧୫ ଲକ୍ଷ ସାଇବର ଆଟାକ କଲେଣି ପାକିସ୍ତାନୀ ହ୍ୟାକର୍ସ

ପହଲଗାଓଁ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ହ୍ୟାକର୍ସଙ୍କ ସାହାରା ନେଇଛି। ଅପରେସନ ସିନ୍ଦୂର ପରଠାରୁ ପାକ୍ ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ଓ୍ବେବସାଇଟ୍‌କୁ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନଙ୍କୁ ବିଶେଷ ସଫଳତା ମିଳିନାହିଁ। ମହାରାଷ୍ଟ୍ର ସାଇବର ପାକିସ୍ତାନର ୭ଟି ହ୍ୟାକର୍ସ […]

Read More Text.
Google

ଦଶନ୍ଧି ପରେ ବଦଳିଲା ଗୁଗଲ୍‌ ଲୋଗୋ

ବଦଳିଲା ଗୁଗଲ୍‌ ଲୋଗୋ। ଦୀର୍ଘ ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଗୁଗଲ୍‌ ଏହାର ପ୍ରତିଷ୍ଠିତ ‘G’ ଲୋଗୋରେ ପରିବର୍ତ୍ତନ କରିଛି। ବର୍ଷ ୨୦୧୫ ପରେ ଏହା ପ୍ରଥମ ବଡ଼ ଭିଜୁଆଲ ପରିବର୍ତ୍ତନ। ଏପର୍ଯ୍ୟନ୍ତ ଲୋଗୋରେ ସଲିଡ୍‌ ଲାଲ, ହଳଦିଆ, ସବୁଜ ଏବଂ ନୀଳ ରଙ୍ଗ ଥିଲା, ଯାହାକୁ ବର୍ତ୍ତମାନ ଏକ ଫ୍ଲୁଇଡ୍‌ ଗ୍ରେଡିଏଣ୍ଟ ଶେଡ୍‌ସରେ ପରିବର୍ତ୍ତନ କରାଯାଇଛି। ଏଥିରେ ସେହି ସମାନ ଚାରୋଟି ରଙ୍ଗ ଅଛି କିନ୍ତୁ ଏବେ ଏହା ପରସ୍ପର ସହିତ ସହଜରେ […]

Read More Text.
Dea

ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ମୃତ, ୬ ଗୁରୁତର

ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ମଜୀଠାର ମଡଇ ଗାଁ ଓ ଭାଗଲୀ ଗାଁରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ପୋଲିସ ମୁତାବକ, ସୋମବାର ରାତିରେ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର […]

Read More Text.
Jais

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଗ୍ରହଣ କରିବ ନାହିଁ ଭାରତ: ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର […]

Read More Text.
2 13 1536x864

ପରମାଣୁ ଅସ୍ତ୍ର ବ୍ଲାକମେଲିଂକୁ ସହିବୁ ନାହିଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ନିର୍ଦ୍ଧାରିତ ଆଲୋଚନା ପରେ ଦେଶକୁ ସମ୍ବୋଧିତ କରିଛନ୍ତି। ଅପରେସନ ସିନ୍ଦୂର ପରେ, ସେ ପ୍ରଥମ ଥର ପାଇଁ ଦେଶର ଜନତାଙ୍କ ସମ୍ମୁଖରେ ପାକିସ୍ତାନ, ପିଓକେ, ଅସ୍ତ୍ରବିରତି, ଆତଙ୍କବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବିଶ୍ୱ ଦେଖିଲା ଯେ କିପରି ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଭାରତ ଆଗରେ ବିଫଳ ହୋଇଥିଲା। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ […]

Read More Text.

ଭାରତ-ପାକିସ୍ତାନ ବିବାଦରୁ ଶ୍ରେୟ ଖୋଜୁଛି ଆମେରିକା: ଟ୍ରମ୍ପ କହିଲେ-ପରମାଣୁ ଯୁଦ୍ଧ ରୋକିଦେଲୁ

ନୂଆଦିଲ୍ଲୀ : ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନି​‌ଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା। ଯଦିଓ ଅସ୍ତ୍ରଶସ୍ତ୍ର ବିକିବା ଜରିଆରେ ନୁହେଁ, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଃବାଃ ନେବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହେବା ପରେ ତାହାର ଶ୍ରେୟ […]

Read More Text.
Zzx

ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ ଭାରତ-ପାକିସ୍ତାନ, ଫୁଟିବନି ଗୋଟିଏ ବି ଗୁଳି

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରରେ ଏହା ପ୍ରଥମ ଆଲୋଚନା ଥିଲା। ଆଲୋଚନା ସମୟରେ ଦୁଇ ପକ୍ଷ ଗୋଟିଏ ବି ଗୁଳି ଚଳାଇବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି। ତା’ ସହିତ ପରସ୍ପର ପ୍ରତି କୌଣସି ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ସେହିପରି ସୀମାନ୍ତରେ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ସୈନ୍ୟ ସଂଖ୍ୟା […]

Read More Text.