S

ୟୁକୋ ବ୍ୟାଙ୍କର ପୂର୍ବତନ ସିଏମଡି ଗିରଫ, ୬୨୧୦ କୋଟିର ଋଣ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ଏକ ବଡ଼ ଧରଣର ଚଢଉ କରିଛି । ଏହା ସହିତ ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ […]

Read More Text.
Supremecourt 300x185

ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ। ଭାରତ ସବୁ ଲୋକଙ୍କୁ କାହିଁକି ଆଶ୍ରୟ ଦେବ… ? ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତ ନିଜର ବିଶାଳ ଜନସଂଖ୍ୟାକୁ ନେଇ ପୂର୍ବରୁ ହିଁ ସମସ୍ୟାର ଅଛି। ବିଶ୍ବର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ। ଜଣେ ଶରଣାର୍ଥୀଙ୍କ […]

Read More Text.
Sanjay

ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ

ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା। ​​ଯେଉଁମାନେ ସୀମାପାର ଆତଙ୍କବାଦ ଏବଂ ଅପରେସନ ସିନ୍ଦୁର ବିରୁଦ୍ଧରେ ଭାରତର ନିରନ୍ତର ଲଢ଼େଇ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ଟିମ୍‌ଗୁଡ଼ିକର ଅଧ୍ୟକ୍ଷ ଭାବରେ କଂଗ୍ରେସର ଶଶି ଥରୁରଙ୍କୁ ନିଯୁକ୍ତ କରାଯାଇଛି। ଏହା […]

Read More Text.
Jy

ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା ସହିତ ଏହି ତିନି ଜଣଙ୍କ ସହିତ ସେ ଖୁବ […]

Read More Text.

ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା : ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ନୂଆ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି। ଭାରତୀୟ ସେନା ଏହି ଭିଡିଓ ସେୟାର କରି ଉଲ୍ଲେଖ କରିଛି, ‘ଏସବୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିଲା। ମନରେ କୌଣସି କ୍ରୋଧ ନଥିଲା, କ’ଣ ହାସଲ କରିବୁ, କ’ଣ ଲାଭ କରିବୁ ସେ […]

Read More Text.
Vpsvdqokqw2cnrsyuvob

୨୭୩ ଡ୍ରୋନ ସହ ୟୁକ୍ରେନ ଉପରେ ରୁଷର ଆକ୍ରମଣ

କିବ୍: ରବିବାର ପ୍ରତ୍ୟୁଷରେ ରୁଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଆକ୍ରମଣାତ୍ମକ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଡ୍ନିପ୍ରୋପେଟ୍ରୋଭସ୍କ ଏବଂ ଡୋନେସ୍କ ଅଞ୍ଚଳକୁ ଦୋହଲାଇ ଦେଇଥିଲା। ଏହି ଆକ୍ରମଣ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ସମସ୍ୟା ସୃଷ୍ଟି କରିଥିଲା ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ, ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ସେ ୟୁକ୍ରେନରେ ‘ସଂଘର୍ଷର କାରଣଗୁଡ଼ିକୁ ଦୂର କରିବାକୁ’ ଏବଂ ରୁଷର ସୁରକ୍ଷା ସୁନିଶ୍ଚିତ […]

Read More Text.
Imf

ପାକିସ୍ତାନ ଆଗରେ ୧୧ଟି ସର୍ତ୍ତ ରଖିଲା IMF

ନ୍ୟୁୟର୍କ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନ ଉପରେ ଏହାର ରିଲିଫ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ ୧୧ଟି ନୂତନ ସର୍ତ୍ତ ଲାଗୁ କରିଛି। ଏହା ସହିତ, ଆଇଏମଏଫ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଭାରତ ସହିତ ଉତ୍ତେଜନା ଯୋଜନାର ଆର୍ଥିକ, ବାହ୍ୟ ଏବଂ ସଂସ୍କାର ଲକ୍ଷ୍ୟ ପ୍ରତି ବିପଦ ବୃଦ୍ଧି କରିପାରେ। ରବିବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ପାକିସ୍ତାନ ଉପରେ ଲାଗୁ ହୋଇଥିବା ନୂତନ ସର୍ତ୍ତଗୁଡ଼ିକ ମଧ୍ୟରେ ୧୭,୬୦୦ […]

Read More Text.
Pa

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ୍ ସିନ୍ଦୂର’କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ମାସୁଦ ଆଝାରର ପରିବାରର ୧୪ଜଣ ସଦସ୍ୟ ଏକାସହିତ ନିହତ ହୋଇଥିଲେ। ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ସେ ନିଜେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ […]

Read More Text.
Owa

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଓଓ୍ବେସୀ କହିଛନ୍ତି, ପହଲଗାଓଁ ଆକ୍ରମଣ ପରେ କାଶ୍ମୀରବାସୀ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପାକିସ୍ତାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ପାକିସ୍ତାନ ବିରୋଧରେ […]

Read More Text.
Trump

ଯୁଦ୍ଧ ଅଟକାଇଲି କିନ୍ତୁ ଶ୍ରେୟ ମିଳିଲା ନାହିଁ : ଡୋନାଲ୍ଡ ଟ୍ରମ୍ପ୍

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି  ।  ଟ୍ରମ୍ପ ଦାବି କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ  ସେ  ଥିଲେ କିନ୍ତୁ ଏହାର କ୍ରେିଡିଟ୍  ତାଙ୍କୁ ମିଳିଲା ନାହିଁ  । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଏତେ ବଢିଯାଇଥିଲା କି ପରମାଣୁ ଯୁଦ୍ଧ ହେବା ଆଶଙ୍କା ଦେଖାଦେଇଥିଲା ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତି ହେବା ପରେ ଟ୍ରମ୍ପ […]

Read More Text.