ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମେତ ୬ ସ୍ଥାନକୁ ବୋମା ଧମକ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ହାଇକୋର୍ଟ ସମେତ ରାଜଧାନୀର ୬ ଟି ସ୍ଥାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହେବା ସହ ଯାଞ୍ଚକୁ ଜୋରଦାର ଆରମ୍ଭ କରିଛିନ୍ତି । ଇ-ମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ମିଳିଛି । ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ସହିତ ଜିଲ୍ଲା କୋର୍ଟ, ଲାଲକିଲ୍ଲା ଏବଂ ଟ୍ରେନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବାର ଉଲ୍ଲେଖ ରହିଛି । ସୂଚନାନୁଯାୟୀ, ଜାମା ନଗର ହାଉସ୍, […]

Read More Text.

‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନର ଚେତାବନୀ!

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ|ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ| ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି ଧମକ ଦେଇଛନ୍ତି। ସିନ୍ଧୁ ନଦୀର ପାଣିର ଗୋଟିଏ ବୁନ୍ଦା ମଧ୍ୟ ପାକିସ୍ତାନ ପାଇଁ ‘ରେଡ୍ ଲାଇନ୍’ ବୋଲି କହିବା ସହ ଭାରତ ପାଣି ରୋକିଲେ ଏହାର ଜବାବ ଯୁଦ୍ଧ ମାଧ୍ୟମରେ ଦିଆଯିବ ବୋଲି ସେ […]

Read More Text.

ଚମୋଲିରେ ସୁଡ଼ଙ୍ଗ ଭୁଶୁଡ଼ି ୭ ଶ୍ରମିକ ମୃତ, ୧୪ ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲି ଟନେଲ୍ ରେ ବଡ଼ ଅଘଟଣ। ମାଟି ଓ ପାଣି ପଶିବାରୁ ଫସିଗଲେ ଶ୍ରମିକ। ଉତ୍ତରାଖଣ୍ଡର ଚାମୋଲିରେ ନିର୍ମାଣଧୀନ ଜଳବିଦ୍ୟୁତ ସୁଡ଼ଙ୍ଗ ଭିତରକୁ ହଠାତ୍ ପାଣି ଏବଂ ମାଟି-ପଥର ପଶିଯିବା ଯୋଗୁଁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଥିବା THDCର ନିର୍ମାଣାଧୀନ ଟନେଲରେ ବଡ଼ ଅଘଟଣ ଘଟିଛି। ଟନେଲ୍ ଭିତରକୁ ହଠାତ୍ ପାଣି ଓ ମାଟି-ପଥର ପଶିଯିବା ପରେ ଅନେକ […]

Read More Text.

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ : ୧୩ ଶ୍ରମିକ ଉଦ୍ଧାର, ଫସିରହିଛନ୍ତି ୨୦

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ୍‌ (ଟିଏଚ୍‌ଡିସି) ପ୍ରକଳ୍ପରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଗୁରୁବାର ଭୁଶୁଡ଼ି ପଡ଼ିଛି। ସୁଡ଼ଙ୍ଗ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଫସିଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣା ସମୟରେ ସୁଡ଼ଙ୍ଗ ଭିତରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ଥିଲେ। ତେବେ ପ୍ରକୃତରେ କେତେ ଜଣ ଫସିଛନ୍ତି, ତାହା ଏଯାଏ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। […]

Read More Text.

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ; ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍‌ ଟେଷ୍ଟ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୩ ଅଗଷ୍ଟରୁ ହିଁ ସ୍କ୍ରିନିଂ ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟାମକ ନିୟମକୁ କମ୍ପାନୀ […]

Read More Text.

ବନ୍ଦେ ମାତରମ ଗାନ ସହ ସରିଲା ଲୋକସଭାର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି ବନ୍ଦେ ମାତରମ୍ ଗାନ ସହିତ ଆରମ୍ଭ ହୋଇଥିଲା ଏବଂ ତା’ପରେ ବାଚସ୍ପତି ଓମ୍ ବିର୍ଲା ମୁଲତବୀ ଘୋଷଣା କରିଥିଲେ। ଦିନର ଆରମ୍ଭରେ ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଜାତୀୟ ଗୀତ, ବନ୍ଦେ ମାତରମ୍ ପ୍ରତି ସମ୍ମାନ ଜଣାଇ […]

Read More Text.
39 2 e1786550219305 300x181

ଖୁବ୍‌ଶୀଘ୍ର ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ପଲିମର (ପ୍ଲାଷ୍ଟିକ୍) ନୋଟ୍‌ ଆସିବାକୁ ଯାଉଛି। ଏଥିପାଇଁ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷାମୂଳକ ଭାବେ ବଜାରକୁ ୨୦୦ କୋଟି ଟଙ୍କାର ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ଛଡାଯିବ। ବଜାରକୁ ପ୍ଲାଷ୍ଟିକ୍ ନୋଟ୍‌ ଛାଡିବା ଲାଗି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯଦି ଏହି […]

Read More Text.

ପ୍ରମାଣିତ ହେଲା ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ‘କ୍ୟାସ୍ ଆଟ୍ ହୋମ୍’ ମାମଲାରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ତାଙ୍କ ବିରୋଧରେ ତଦନ୍ତ କରୁଥିବା ଲୋକସଭା ଦ୍ୱାରା ଗଠିତ ୩ ଜଣିଆ ତଦନ୍ତ କମିଟି ସମସ୍ତ ୩ଟି ଅଭିଯୋଗ ପ୍ରମାଣିତ ହୋଇଥିବା ନିଷ୍କର୍ଷରେ ପହଞ୍ଚିଛି । ବୁଧବାର ଏହି ତଦନ୍ତ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇଛି । ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ […]

Read More Text.

ଜିମ୍ବାୱେରେ ଡଙ୍ଗା ବୁଡି ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର କରିବା ସହର ଏବଂ ଅନେକ ଦ୍ୱୀପପୁଞ୍ଜ ଓ ମାଛ ଧରିବା ଶିବିର ମଧ୍ୟରେ ପରିବହନ ଯୋଗାଉଥିବା ଫେରିଟି ପ୍ରବଳ ଢେଉରେ ଧକ୍କା […]

Read More Text.

କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ : ୧୩୨ ମୃତ, ୨୭୦୦ ନିଖୋଜ

ନୂଆଦିଲ୍ଲୀ : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜୋରଦାର ଭାବେ ଜାରି ରହିଛି । ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଭୂମିକମ୍ପ ପରେ ୨,୭୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନଥିବା ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଅନେକ ଲୋକ […]

Read More Text.