Nisar

ଜୁଲାଇ ୩୦ରେ ଉତକ୍ଷେପଣ ହେବ ନାସା-ଇସ୍ରୋ ମିଳିତ ଉପଗ୍ରହ ନିସାର

ନୂଆଦିଲ୍ଲୀ :  ନାସା ଓ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର’, ଜୁଲାଇ ୩୦ରେ ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ ଭିନ୍ନ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହା ପ୍ରଥମ ଥର ପାଇଁ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବ। ଏହା ନାସା ଓ ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ପାଇଁ ବ୍ୟବହୃତ ହୁଏ। ନିସାର […]

Read More Text.
Puri 4

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା – ଆଇନ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନବାଚୀ ମଧ୍ୟରେ ରାଜ୍ୟ ସରକାର ଦୃଢ଼ ମନୋଭାବ ପୋଷଣ କରିଛନ୍ତି। ବିଶେଷକରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା, ମହାପ୍ରସାଦ ଅନଲାଇନରେ ବିକ୍ରି ହେବା ଏବଂ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଜଣେ ଯୁବକ ମନ୍ଦିର ଭିତରକୁ ପ୍ରବେଶ କରିବା ଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ଉପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର […]

Read More Text.
Recent photo 1753781575

ଓଡ଼ିଶା ଉପକୂଳରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣଗୁଡ଼ିକ ଜୁଲାଇ ୨୮ ଏବଂ ୨୯, ୨୦୨୫ ରେ ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପରୀକ୍ଷଣଗୁଡ଼ିକ ବ୍ୟବହାରକାରୀଙ୍କ ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ କରାଯାଇଥିଲା, ଯାହାର […]

Read More Text.
0x0 1464609650248

ତୁର୍କୀ ବିକ୍ରି କରୁଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା: ପ୍ରତିରକ୍ଷା ଶିଳ୍ପ ମେଳାରେ ପ୍ରଦର୍ଶନ କଲା

ଆଙ୍କରା: ତୁର୍କୀ ଡ୍ରୋନ୍‌ର ରପ୍ତାନିକାରୀ ଭାବେ ଖ୍ୟାତି ହାସଲ କରିଛି। ଏବେ ତୁର୍କୀ ବ୍ୟାପକ ଧ୍ୱଂସ ଘଟାଉଥିବା ବୋମାର ନିର୍ମାତା ମଧ୍ୟ ହୋଇଛି। ଇସ୍ତାନବୁଲରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ପ୍ରତିରକ୍ଷା ଶିଳ୍ପ ମେଳା ଆଇଡିଇଏଫ ୨୦୨୫ରେ, ତୁର୍କୀ ବିଶ୍ୱର ଦୁଇଟି ସବୁଠାରୁ ବିପଦପୂର୍ଣ୍ଣ ଅଣ-ପରମାଣୁ ବୋମା ପ୍ରଦର୍ଶନ କରିଛି। ଏହି ଦୁଇଟି ବୋମାର ନାମ ହେଉଛି ଗାଜାପ ଏବଂ ନେବ୍-୨ ଘୋଷ୍ଟ୍। ଉଭୟ ବୋମା ୯୭୦ କିଲୋଗ୍ରାମ ଓଜନର ଏବଂ ଏଫ-୧୬ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇପାରିବ। […]

Read More Text.
Amit shah 1734521855 150x150

ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି, କଂଗ୍ରେସର ଭୁଲରୁ ପାକିସ୍ତାନ ସୃଷ୍ଟି- ଲୋକସଭାରେ ବର୍ଷିଲେ ଶାହ

ନୂଆଦିଲ୍ଲୀ: ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ନିଶାନା କଲେ ଶାହ । ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । କହିଲେ- ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି । ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା […]

Read More Text.
Rbi

ଗୋଟିଏ ସପ୍ତାହରେ ୪ କ୍ବିଣ୍ଟାଲ ସୁନା କିଣିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, ଯାହା ଦ୍ଵାରା ଦେଶର ମୋଟ ସୁନା ଭଣ୍ଡାର ୨୭ ଜୁନ୍ ସୁଦ୍ଧା ୮୭୯.୮ ଟନ୍ ହୋଇଛି। ଗୋଟିଏ ସପ୍ତାହ ପୂର୍ବରୁ ଏହି ସଂଖ୍ୟା ୮୭୯.୬ ଟନ୍ ଥିଲା। ଏହି କ୍ରୟ ଏପରି ସମୟରେ କରାଯାଇଛି ଯେତେବେଳେ ରିଜର୍ଭ […]

Read More Text.
2 171 1753702310214

ଅପରେସନ ସିନ୍ଦୂରରେ ବିମାନ ନଷ୍ଟ ନେଇ ଜବାବ ରଖିଲେ ରାଜନାଥ, କହିଲେ-ପରୀକ୍ଷାର ଫଳ ଗୁରୁତ୍ୱପୂର୍ଣ୍ଣ, ପେନସିଲ ଭାଙ୍ଗିବା ନୁହେଁ

ନୂଆଦିଲ୍ଲୀ ୨୮।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ସାମରିକ ଅଭିଯାନ କାଳରେ ଭାରତୀୟ ବାୟୁସେନାର କେତୋଟି ବିମାନ ନଷ୍ଟ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ଗୃହରେ ଏହାର ଜବାବ ରଖିଛନ୍ତି ରାଜନାଥ, କହିଛନ୍ତି ଲାଗୁଛି ବିରୋଧୀ ଦଳଙ୍କ ଏହି ପ୍ରଶ୍ନ ଜାତୀୟ ଜନଭାବନାର ଉଚିତ ପ୍ରତିନିଧିତ୍ୱ କରୁ ନାହିଁ। ରକ୍ଷାମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଥରେ […]

Read More Text.
Trump

ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କଲେ ଆମେରିକା-ୟୁରୋପୀୟ ସଂଘ

ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଟ୍ରମ୍ପ ଏହାକୁ ଏପର୍ଯ୍ୟନ୍ତ ସର୍ବୋତ୍ତମ ବାଣିଜ୍ୟ ଚୁକ୍ତି ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି, ଉଭୟ ପକ୍ଷ ଏଥିରୁ ଲାଭ ପାଇବେ । ଟ୍ରମ୍ପ ବାଣିଜ୍ୟ ଚୁକ୍ତି ସମୟରେ ୟୁରୋପୀୟ ସଂଘ ଉପରେ ୧୫ ପ୍ରତିଶତ ଶୁଳ୍କ […]

Read More Text.
Rajnath rahul 1068x601

ସଂସଦରେ ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଲେ ସରକାର, ଯୁଦ୍ଧବିରତି କାହିଁକି କଲ ପ୍ରଶ୍ନ କରି ଘେରିଲେ ବିରୋଧୀ

ଲୋକସଭାରେ ସୋମବାର ଅପରେସନ ‘ସିନ୍ଦୂର’ ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରି ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଛନ୍ତି। ତେବେ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରି ଘେରିଛନ୍ତି। ଯୁଦ୍ଧ ବିରତି କାହିଁକି କଲ ? ଏବେ ପିଓକେ ଆଣିବାନି ତ କେବେ ଆଣିବା ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ବିରୋଧୀ। ଆଲୋଚନା ସମୟରେ ରାଜନାଥ କହିଥିଲେ, ଅପରେସନ ‘ସିନ୍ଦୂର’ରେ ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଅଧିକ ଆତଙ୍କୀ, ସେମାନଙ୍କ […]

Read More Text.
Hasim musa 1068x601

ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ନିପାତ

ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍‌ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ଅପରେସନ ମହାଦେବ’ରେ ମୁସା ନିହତ ହୋଇଥିବା ଜଣାପଡ଼ିଛି। ହାସିମ୍‌ ମୁସାକୁ ଧରାଦେବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପହଲଗାଓଁ ବ୍ୟତୀତ ଆହୁରି ଅନେକ ଆତଙ୍କୀ କାର୍ଯ୍ୟକଳାପ ତଥା […]

Read More Text.