B sudarshan reddy

ସିପି ରାଧାକୃଷ୍ଣନଙ୍କୁ ଟକ୍କର ଦେବେ INDIA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ କରିଛି ପ୍ରାର୍ଥୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ସୋମବାର […]

Read More Text.
Railway

ଲଗେଜ ଓଜନ ପରେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳୱେ । ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ […]

Read More Text.
Lady inspector death

ବୁଲା କୁକୁର ପାଇଁ ନିଜ ଜୀବନ ଉତ୍ସର୍ଗ କଲେ ମହିଳା ଇନ୍ସପେକ୍ଟର

ନୂଆଦିଲ୍ଲୀ: ଲା କୁକୁର ପାଇଁ ନିଜ ଜୀବନ ଦେଇଦେଲେ ମହିଳା ଇନ୍ସପେକ୍ଟର । ବୁଲେଟରେ ଘରକୁ ଫେରୁଥିଲେ । ଅଚାନକ ତାଙ୍କ ସାମ୍ନାକୁ ଏକ ବୁଲା କୁକୁର ଆସିଗଲା ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଦର୍ଶକବନ୍ଧୁ ଆପଣ ବହୁତ କୁକୁର ପ୍ରେମୀଙ୍କ ବିଷୟରେ ଶୁଣିଥିବେ । ବହୁତ ଲୋକ ଅଛନ୍ତି କୁକୁର ପାଇଁ ରାସ୍ତାରେ ଝଗଡ଼ା କରନ୍ତି ଏମିତିକି କୁକୁର ପାଇଁ କଚେରୀର କାଠଗଡ଼ାକୁ ମଧ୍ୟ ପଳାଇଛନ୍ତି । […]

Read More Text.
Condor

ମଝି ଆକାଶରେ ବିମାନର ଇଞ୍ଜିନରେ ଭୟଙ୍କର ଅଗ୍ନିକାଣ୍ଡ: ସୁରକ୍ଷିତ ଭାବେ ହେଲା ଜରୁରୀକାଳୀନ ଅବତରଣ

ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଗ୍ରୀସରୁ ଜର୍ମାନୀ ଯାଉଥିବାବେଳେ କଣ୍ଡୋର ଏୟାରୱେଜ୍ ଫ୍ଲାଇଟର ଡାହାଣ ଇଞ୍ଜିନରୁ ନିଆଁ ବାହାରିଥିଲା । ଫଳରେ ଜରୁରୀକଳୀନ ଅବତରଣ କରାଯାଇଥିଲା । ଅଘଟଣ ସମୟରେ ଫ୍ଲାଇଟରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ମିଳୁଛି । ସୂଚନାନୁଯାୟୀ, ବିମାନରେ ନିଆଁ ଲାଗିବା ଫଳରେ ଜର୍ମାନୀ ଯିବା ପରିବର୍ତ୍ତେ ବ୍ରାଣ୍ଡିସି ଯିବାକୁ ନିଷ୍ପତ୍ତି ନେଇଥିଲେ ବିମାନ କର୍ମଚାରୀ । କର୍ଫୁ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରୁଥିବା  ବିମାନଟି  ଇଞ୍ଜିନ୍ ତ୍ରୁଟିର […]

Read More Text.
Janmastami

ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଅଘଟଣ, ରଥ ସହିତ ବିଦ୍ୟୁତ ତାର ଲାଗିବାରୁ ୫ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦର ରାମନ୍ଥପୁର ଅଞ୍ଚଳରେ ବଡ଼ ଅଘଟଣ । ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ଘଟଣାଟି ରାମନ୍ଥପୁର ଅଞ୍ଚଳର ଗୋପାଳ ନଗରରେ ହୋଇଛି । ଖବର ମୁତାବକ, ରାମନ୍ଥପୁର ଗୋପାଳ ନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ […]

Read More Text.
Modi rubio shehbaz

ପୁଣି ମୁହାଁମୁହି ହେବେ ଭାରତ-ପାକିସ୍ତାନ: ଯେ କୌଣସି ସମୟରେ ଭାଙ୍ଗିପାରେ ଅସ୍ତ୍ରବିରତି

ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଆମେରିକା ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଆମେ ଉଭୟ ଦେଶର ପରିସ୍ଥିତି ଉପରେ ପ୍ରତିଦିନ ନଜର ରଖୁଛୁ, କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗୁ ହୋଇଥିବା ଅସ୍ତ୍ରବିରତି ଯେକୌଣସି ସମୟରେ ଭାଙ୍ଗିପାରେ ବୋଲି ଆଶଙ୍କା ରହିଛି। ରୁବିଓ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଅସ୍ତ୍ରବିରତି କେବଳ ସେତେବେଳେ ସମ୍ଭବ ଯେତେବେଳେ ଉଭୟ ପକ୍ଷ ପାରସ୍ପରିକ ସହମତିରେ […]

Read More Text.
Jelenski

ଶାନ୍ତି ପାଇଁ ଆଜି ଆଲୋଚନା ହେବ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ପୂର୍ବରୁ ଆଲାସ୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୁଟିନଙ୍କ ସହ ବୈଠକରେ ପରେ ଜେଲେନସ୍କିଙ୍କୁ ଫୋନ୍‍ କରିଥିଲେ ଡୋନାଲ୍ଡ ଟ୍ରମ୍ପ […]

Read More Text.
Mumbai rain

ମୁମ୍ବାଇରେ ହାଇଆଲର୍ଟ: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ପାଇଁ ଜାରି ହେଲା ଆଡଭାଇଜରି

ମୁମ୍ବାଇ : ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାତାର ତୃତୀୟ ଦିନରେ ମୁମ୍ବାଇରେ ମୁଷଳଧାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି । ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ସମସ୍ତ ସରକାରୀ ଏବଂ […]

Read More Text.
Putin

ମୋଦିଙ୍କୁ ଫୋନ୍ ଯୋଗେ ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ବିଷୟରେ କଥା ହେଲେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଟିନ ସୋମବାର ରାତିରେ ୟୁରୋପୀୟ ନେତା ଜେଲେନସ୍କିଙ୍କ ସହ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି […]

Read More Text.
Bjp vice president candidate cp radhakrishnan

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେପି ନେତୃତ୍ୱାଧୀନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାମିଲନାଡୁର ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରାଯାଇଛି। […]

Read More Text.