Zelensky putin

ଖୁବଶୀଘ୍ର ଭାରତ ଆସିପାରନ୍ତି ଜେଲେନସ୍କି ଓ ପୁଟିନ୍, ବାହାରିପାରେ ଶାନ୍ତିର ରାସ୍ତା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସତ ଚେଷ୍ଟା ପରେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରିନାହିଁ ପୂର୍ଣ୍ଣଚ୍ଛେଦ । ବାରମ୍ବାର ବୈଠକ ସତ୍ତ୍ବେ ସମାଧାନ ମିଳିପାରିନାହିଁ । ଏହାରି ମଧ୍ୟରେ ଜେଲେନସ୍କିଙ୍କ ଭାରତ ଗସ୍ତ ଖବରକୁ ତୀବ୍ର କରିଛି । ପୁଟିନ୍ ମଧ୍ୟ ଚଳିତ ବର୍ଷ ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ଉଭୟ ଦେଶକୁ ସମାଧାନର ରାସ୍ତା ଦିଲ୍ଲୀରୁ ମିଳିପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି । ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ, […]

Read More Text.
Elections

ଭାଗଲପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଭୋଟର ତାଲିକାରେ ଅଛି ପାକିସ୍ତାନୀ ମହିଳାଙ୍କ ନାମ

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଗୃହ ମନ୍ତ୍ରଣାଳୟର ତଦନ୍ତରୁ ଜଣାପଡିଛି ଯେ ପାକିସ୍ତାନରୁ ଆସିଥିବା ଦୁଇ ମହିଳାଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିଲା । ଏଥିସହ ସେମାନଙ୍କର ଭୋଟର ପରିଚୟପତ୍ର ମଧ୍ୟ ତିଆରି କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା । ଯେତେବେଳେ ଗୃହ ମନ୍ତ୍ରଣାଳୟ ଭିସା ଅବଧି ଶେଷ ହେବା ପରେ ମଧ୍ୟ ଭାରତରେ ରହୁଥିବା […]

Read More Text.
Drdo

DRDO ବିକଶିତ କଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ, IADWS ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭାରତ ଏକ ବଡ଼ ସଫଳତା ହାସଲ କରି ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା ବଛା ଦେଶଙ୍କ ଶ୍ରେଣୀରେ ସାମିଲ କରିଛି, ଯେଉଁମାନଙ୍କ ପାଖରେ ଆଧୁନିକ, ସ୍ୱଦେଶୀ ଏବଂ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି । IADWS […]

Read More Text.
Sergio gore

ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ନିଷ୍ପତ୍ତି: ସର୍ଗିଓ ଗୋର୍ ହେଲେ ଭାରତରେ ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋର୍‌ଙ୍କୁ ଦକ୍ଷିଣ ଏବଂ ମଧ୍ୟ ପୂର୍ବ ଏସୀୟ ବ୍ୟାପାର ପାଇଁ ସ୍ୱତନ୍ତ୍ର ଦୂତର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ମଧ୍ୟରେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ୍ ଟ୍ରୁଥ୍ […]

Read More Text.
Canada

ଆମେରିକାର ସାମଗ୍ରୀ ଉପରୁ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ କାନାଡା

ନୂଆଦିଲ୍ଲୀ: କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ଯଦିଓ ଷ୍ଟିଲ୍, ଆଲୁମିନିୟମ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ସମାନ ରହିବ। ନିକଟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍‌ରେ ଆଲୋଚନା କରିଥିଲେ। ଯାହା ପରେ କାର୍ନି ପ୍ରତିଶୋଧମୂଳକ ଶୁଳ୍କ ହଟାଇବା ନେଇ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ହ୍ରାସ କରିବ ବୋଲି ଆଶା କରାଯାଉଛି। […]

Read More Text.
Mamata revanth

ମୁଖ୍ୟମନ୍ତ୍ରୀଙ୍କ ଭିତରେ ମମତା ସବୁଠୁ ଗରିବ, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁଠୁ ଅଧିକ ଅପରାଧ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହେଉଥାଏ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ରାଜ୍ୟର ମୁଖିଆଙ୍କର କେତେ ସମ୍ପତ୍ତି ରହିଛି? ଏହାକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ, ସାରା ଦେଶର ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି, ଯେ କାହାର କେତେ ସମ୍ପତ୍ତି ଅଛି ? ଏହି ତାଲିକାରେ, ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ସବୁଠାରୁ […]

Read More Text.
Tejaswi

ମହାରାଷ୍ଟ୍ରର ଗଡଚିରୋଲିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଏବଂ ଅପମାନଜନକ ପୋଷ୍ଟ କରିଥିଲେ। ଯାହାକୁ ନେଇ ମହାରାଷ୍ଟ୍ରର ଗଡଚିରୋଲିର […]

Read More Text.
Isro

୨୦୨୮ ସୁଦ୍ଧା ହେବ ଭାରତର ନିଜସ୍ୱ ମହାକାଶ ଷ୍ଟେସନ, ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪: ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪, ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS), ଭାରତର ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବାର ଯୋଜନା ଘୋଷଣା କରିଛି । ଦେଶ ୨୦୪୦ ସୁଦ୍ଧା ଏହାର ପ୍ରଥମ ଚନ୍ଦ୍ର ନମୁନା ପ୍ରତ୍ୟାବର୍ତ୍ତନ ମିଶନ ପରିଚାଳନା କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱର ସବୁଠାରୁ ଉନ୍ନତ ମହାକାଶଯାତ୍ରୀ ଦେଶମାନଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିବ […]

Read More Text.
Patna accident

ଗଙ୍ଗା ସ୍ନାନ ସାରି ଫେରିବା ବେଳେ ଦୁର୍ଘଟଣା, ଅଟୋ-ଟ୍ରକ୍ ମୁହାଁମୁହିଁ : ୮ ମୃତ, ୪ ଆହତ

ପାଟନା : ବିହାରର ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର  ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଟୋ ଏବଂ ଏକ ଅଜଣା ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ଅଟୋ ଭାଙ୍ଗିରୁଜି ଚୁନା ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତରେ ବ୍ୟସ୍ତ […]

Read More Text.

ଅଡ଼ୁଆ ଜାଲରେ ଅନୀଲ ଅମ୍ବାନୀ, ଘର, ଅଫିସ୍ ସମେତ ୬ ସ୍ଥାନରେ ସିବିଆଇ ରେଡ୍

ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି  ସିବିଆଇ ।  ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।  ୧୭  ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ ।  ସକାଳ ୭ଟାରୁ ରେଡ୍ ଜାରି ରହିଛି । ଏହି ଅପରେସନରେ ସିବିଆଇର ୭ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ସୂଚନାନୁଯାୟୀ, ସିବିଆଇ […]

Read More Text.