Houthi Attack

ୟେମେନ ରାଷ୍ଟ୍ରପତି ଭବନ ଉପରେ ହୁତିର ଆକ୍ରମଣ; ୪ ମୃତ

ସନା: ୟେମେନରେ ସଂଘର୍ଷ ଜୋରଦାର ହେବାରେ ଲାଗିଛି। ଆଦେନ ସହର ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀ ଗୁରୁବାର ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଏହି ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ସାୟା ମୋହସେନ ଅଲ-ଜିନ୍ଦାନୀ ଓ ଅନେକ ମନ୍ତ୍ରୀ ରାଷ୍ଟ୍ରପତି ଭବନ ପରିସରରେ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ସୁରକ୍ଷାକର୍ମୀ ସାମିଲ ଅଛନ୍ତି। ହୁତି […]

Read More Text.
Supreme court 1 1 (1)

ରାହୁଲ ଗାନ୍ଧୀଙ୍କ ସମେତ ନିର୍ବାଚନ କମିଶନ ଓ CECଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ରାହୁଲଙ୍କ ସମେତ INDIA ମେଣ୍ଟ ନେତାଙ୍କୁ ନୋଟିସ୍ କରାଯାଇଛି । ଅକ୍ଟୋବର ୧୨ ହୋଇଥିବା ଚଲୋ ଦିଲ୍ଲୀ ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ରାଜନୈତିକ ବିକ୍ଷୋଭ ଉପରେ କଟକଣା ପାଇଁ ଚାରି ଆଇନଜୀବୀଙ୍କ ଆବେଦନର ଶୁଣାଣି ହୋଇଛି । ନ୍ୟାୟପାଳିକା ଉପରେ ଚାପ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି କହିଛନ୍ତି । […]

Read More Text.
Ghfggfdgf

ପେଶାଓ୍ବରରେ ଭୁଶୁଡ଼ିଲା ସ୍କୁଲ ଛାତ, ୨୯ ମୃତ

ପେଶାୱର: ପାକିସ୍ତାନରେ ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିଛି । ପେଶାୱରର ଦିର କଲୋନୀରେ ଏଖ ଘରୋଇ ସ୍କୁଲର ଛାତ ଭୁଶୁଡି ପଡିଛି । ଏଥିରେ ୨୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି । ଏହି ଘଟଣା ପରେ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ […]

Read More Text.
F4307ee0 c86f 11f1 971b 634f423608e9.jpg

ଦେଶ ଛାଡିବେ ଆମିର ଖାନଙ୍କ ଭଣଜା ଇମ୍ରାନ ଖାନ, ମୁମ୍ବାଇ ପୋଲିସ ଦେଲା ନୋଟିସ

ମୁମ୍ବାଇ : ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଯୋଗୁଁ ଇମ୍ରାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଅକ୍ଟୋବର ୨୮ ସୁଦ୍ଧା ତାଙ୍କୁ ଭାରତରୁ ବାହାରି ଯିବାକୁ କୁହାଯାଇଛି । ଏଥିପାଇଁ ନୋଟିସ ଜାରି ହୋଇଛି । ଇମ୍ରାନଙ୍କୁ ଏହି ନୋଟିସ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି । ନୋଟିସକୁ […]

Read More Text.
Meerut case

ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା: ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ମେରଟ : ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୧୨୬ ଟି ଶୁଣାଣି ଓ ୨୨ ସାକ୍ଷୀଙ୍କ ବୟାନ ପରେ ମେରଟ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି । ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ଉତ୍ତରପ୍ରଦେଶର ମେରଟ ସହରର ବହୁଚର୍ଚ୍ଚିତ ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଆଜି […]

Read More Text.
Pujari

ମନ୍ଦିର ପୂଜାରୀଙ୍କୁ ଗୁଳିକରି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଶିବ ମନ୍ଦିର ଭିତରେ ଜଣେ ବୃଦ୍ଧ ପୂଜକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ପୂଜକଙ୍କ ନାମ ସ୍ୱାମୀ ଦେବାନନ୍ଦ ଭାରତୀ ହୋଇଥିବା ବେଳେ ତାଙ୍କ ବୟସ ୮୧ ବର୍ଷ ବୋଲି ଜଣାପଡ଼ିଛି । ନବରାତ୍ରୀ ଚାଲିଥିବା ବେଳେ ପୂଜକଙ୍କୁ ଏଭଳି ହତ୍ୟାକୁ ନେଇ ଚର୍ଚ୍ଚା ଚାଲିଛି । ବାଇକରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ […]

Read More Text.
Fire 1

ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ, ୨ ମହିଳା ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଲାସୋପାରା-ଭାସାଇ ଲିଙ୍କ ରୋଡରେ ଥିବା ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୨ ଜଣ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଉଛନ୍ତି ଫାଲଗୁନି ଶାହ ଏବଂ ଅଶ୍ୱିନୀ ପାରକର । ଉଭୟଙ୍କ ବୟସ ୫୦ ବର୍ଷ ଥିବା ଜଣାପଡିଛି ।  ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ନାଲାସୋପାରା-ଭାସାଇ ଲିଙ୍କ ରୋଡରେ ଥିବା ଇମ୍ପେରିଆଲ ହାଇଟ୍ସ […]

Read More Text.
BOAT TRAGEDY

ବିହାରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଶିଶୁ ମୃତ

ବିହାର: ବିହାର ହାଜିପୁର ନିକଟରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଗଙ୍ଗା ନଦୀରେ ଛୋଟ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ବିହାରର ବୈଶାଳୀ ଜିଲ୍ଲା ରାଘୋପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରାଣ ହରାଇଥିବା ସମସ୍ତ ୧୩ ଜଣ ଶିଶୁଙ୍କ ବୟସ ୧୫ ବର୍ଷରୁ କମ୍ । ଡଙ୍ଗାରେ ପ୍ରାୟ ୧୫ […]

Read More Text.
Upi 07323625 16x9

ଦୀପାବଳୀ ପର୍ଯ୍ୟନ୍ତ ଘୁଞ୍ଚିଲା UPI ମର୍ଚ୍ଚାଣ୍ଟ ଫି

ନୂଆଦିଲ୍ଲୀ: UPI ଟ୍ରାଞ୍ଜାକ୍ସନ୍ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଅକ୍ଟୋବର ୧୫ ତାରିଖରୁ ଲାଗୁ ହେବାର ଥିଲା । କିନ୍ତୁ ଆଗକୁ ଦୀପାବଳି ଥିବାରୁ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ବ୍ୟବସାୟୀମାନେ ଲଗାତାର ସରକାରଙ୍କୁ ଦାବି କରୁଥିଲେ । ସୂଚନାନୁଯାୟୀ, NPCI […]

Read More Text.
Cjp

ବ୍ୟାରିକେଡ୍ ଡେଇଁ ଜନ୍ତରମନ୍ତରରେ ପଶିଲେ CJP ନେତା: ପୁଣି ସୌରଭ, ଆଶୁତୋଷ ଓ ଅଜିଙ୍କ୍ୟ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ହାଇଡ୍ରାମା । କଡ଼ା ପୋଲିସ ସୁରକ୍ଷା ଓ ବ୍ୟାରିକେଡ୍ ସତ୍ତ୍ୱେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିଛନ୍ତି କକ୍ରୋଚ୍ ଜନତା ପାର୍ଟି ବା CJPର ନେତା ଓ କର୍ମୀ । ଦଳର ମୁଖ୍ୟ ମୁଖପାତ୍ର ସୌରଭ ଦାସ, ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେଙ୍କ ସମେତ ଅନେକ କର୍ମୀଙ୍କୁ ପୁଣି ହେପାଜତକୁ ନେଇଛି ଦିଲ୍ଲୀ ପୋଲିସ । ଆଜି ସକାଳେ CJPର ନେତା ଓ କର୍ମୀମାନେ ଜାତୀୟ ପତାକା ଧରି […]

Read More Text.