Uttarakhand 1

ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବାଦଲ ଫଟା ବର୍ଷା : ୧୫ ଜଣ ମୃତ, ୧୬ ଜଣ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଲଗାତାର ବାଦଲ ଫଟା ବର୍ଷା ତାଣ୍ଡବ କରୁଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ରହିଛି । କିନ୍ତୁ ଡେରାଡୁନରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୧୬ ଜଣ ନିଖୋଜ ରହିଛନ୍ତି । ସେହି ସମୟରେ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ସବୁଠାରୁ ଅଧିକ କ୍ଷୟକ୍ଷତି ଡେରାଡୁନରେ ଘଟିଛି […]

Read More Text.
Ai video

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ପାଟନା ହାଇକୋର୍ଟର ନିର୍ଦ୍ଦେଶ

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦଙ୍କୁ ଅପମାନିତ କରୁଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ […]

Read More Text.
Rahul gandhi and shahid

ରାହୁଲଙ୍କୁ ଆଫ୍ରିଦିଙ୍କ ପ୍ରଶଂସା : ବିଜେପିର ପ୍ରତିକ୍ରିୟା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମ୍ପର୍କିତ ଏକ ଟେଲିଭିଜନ୍ ବିତର୍କରେ ଭାଗ ନେଇ ଆଫ୍ରିଦି କହିଥିଲେ ଯେ ରାହୁଲ ଜଣେ ସକାରାତ୍ମକ ମାନସିକତାର ରାଜନେତା। ସେ ପ୍ରତ୍ୟେକ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହିଁଥାନ୍ତି। ସେ ଲୋକଙ୍କୁ ସାଥୀରେ ନେଇ ଯିବାକୁ ଚେଷ୍ଟା କରିଥାନ୍ତି। ଆଫ୍ରିଦି ରାହୁଲଙ୍କୁ ଏପରି ପ୍ରଶଂସା କରିଥିବାବେଳେ କେନ୍ଦ୍ର […]

Read More Text.
Evm

ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି।  ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୂଖ ଭାବରେ ପ୍ରଦର୍ଶିତ ହେବ। ସ୍ପଷ୍ଟତା ପାଇଁ ଫଣ୍ଟ ଆକାର ୩୦ ହେବ ଏବଂ ବୋଲ୍ଡ ଅକ୍ଷରରେ ଲେଖାଯିବ। ବିହାର ବିଧାନସଭା ନିର୍ବାଚନଠାରୁ ଏହାକୁ ଆରମ୍ଭ କରାଯିବ। ଇଭିଏମ୍ […]

Read More Text.

ବଢିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ :  ଆୟକର ବିଭାଗ ଆଇଟିଆର୍ ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ଆଣିଛନ୍ତି। ଆଇଟିଆର୍ ଦାଖଲ କରିବାର ତାରିଖକୁ ଆଉ ଏକ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ।  ଏବେ ଆର୍ଥିକ ବର୍ଷ ୨୦୨୪-୨୫ର ଆୟ ଉପରେ ମୂଲ୍ୟାୟନ ବର୍ଷ ୨୦୨୫-୨୬ ପାଇଁ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ନିର୍ଦ୍ଧାରିତ ହୋଇଛି। ୧୫ ସେପ୍ଟେମ୍ବର, ଅର୍ଥାତ୍ ସୋମବାର ଥିଲା […]

Read More Text.
Conrad sangma sixteen nine 1068x601

ମେଘାଳୟରେ ଏକାସଙ୍ଗେ ୮ ମନ୍ତ୍ରୀ ଦେଲେ ଇସ୍ତଫା

ମେଘାଳୟ : ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍‌ ଆଜି ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍‌ ଆଲାୟାନ୍ସ ସରକାରର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସାଙ୍ଗମାଙ୍କ ଉପସ୍ଥିତିରେ ସମସ୍ତ ମନ୍ତ୍ରୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା […]

Read More Text.
Img 20250915 225219 750x430

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ ଡେଇଁଲେ ମହିଳା

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ସୂଚନା ପାଇ ବିସରାଖ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ଫ୍ଲାଟ ଭିତରେ […]

Read More Text.
Screenshot 2025 09 16 092806 750x376

ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍ ଭ୍ୟାଲି ଏବଂ ଉତ୍ତରାଖଣ୍ଡ ଡେଣ୍ଟାଲ୍ କଲେଜ ନିକଟରେ ଘଟିଛି, ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ଆସିଛି ବନ୍ୟା। […]

Read More Text.
Screenshot 2025 09 16 005855

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି। ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି ବନତାରାରେ ଆଇନ ଓ ନିୟମଗୁଡିକର ଅନୁପାଳନ ପ୍ରସଙ୍ଗରେ ସନ୍ତୁଷ୍ଟ ରହିଛି। ଶୁକ୍ରବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ଏବଂ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ […]

Read More Text.
Uttarkhand

ଉତ୍ତରାଖଣ୍ଡରେ ମୌସୁମୀର ତାଣ୍ଡବ, JCB ରେ ଯାଇ ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଧାମି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀ ତାଣ୍ଡବ ରଚିଛି । ଡେରାଡୁନର ସସ୍ତଧାରାଠାରେ ବାଦଲ ଫଟା ବର୍ଷା ଯୋଗୁଁ ଅରାଜକତା ଦେଖାଦେଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନର ମାଲଦେବତା-କେସରୱାଲା ଅଞ୍ଚଳରେ ବାଦଲଫଟା ବର୍ଷାରେ ପ୍ରଭାବିତ ହେଉଥିବା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଦେଖାଯାଉଛି ଯେ ମୁଖ୍ୟମନ୍ତ୍ରୀ ଧାମି ଜେସିବିରେ ଚଢ଼ି ସେହି ଅଞ୍ଚଳ ପରିଦର୍ଶନ କରିବାକୁ ଯାଉଛନ୍ତି । […]

Read More Text.