Captured 1068x596

୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ୫ଟି ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବଢୁଥିବା ଭିଡକୁ ନଜରରେ ରଖି ଭାରତୀୟ ରେଳ ଦିଲ୍ଲୀର ୫ ମୁଖ୍ୟ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି। ରେଳ କହିଛି କି ଯାତ୍ରୀଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ଉଠାଯାଇଛି। ନୂଆ ଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର, ହଜରତ ନିଜାମୁଦ୍ଦିନ ଓ ଗାଜିୟାବାଦ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ […]

Read More Text.
Gujarat

ଇସ୍ତଫା ଦେଲେ ଗୁଜରାଟର ସବୁ ମନ୍ତ୍ରୀ, ଆସନ୍ତାକାଲି ହେବ ମନ୍ତ୍ରିମଣ୍ଡଳ ପୁନର୍ଗଠନ

ଗୁଜରାଟ : ଗୁଜରାଟ ରାଜନୀତିରେ ହଲଚଲ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ରାଜ୍ୟର ମୋଟ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସବୁ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର ସୂଚନା ରହିଛି । ଆସନ୍ତକାଲି ୧୧ଟା ୩୦ରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ । ଏଠାରେ ଅମିତ ଶାହା ଏବଂ ଜେପି ନଡ୍ଡା ଉପସ୍ଥିତ ରହିବେ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ଶାହ । […]

Read More Text.
Accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ସାଙ୍ଗ ମୃତ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ନିଆଁ ଲାଗିବାରୁ ୪ ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ବୁଧବାର ମଧ୍ୟରାତ୍ରିରେ ମେଗା ହାଇୱେରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ସୂଚନା ଅନୁଯାୟୀ, ଗୁଡାମାଲାନିର ଦାବାଦ ଗାଁର ପାଞ୍ଚ ଜଣ ଯୁବକ କାମ ସାରି ସିନ୍ଦାରିରୁ […]

Read More Text.
Cloud seeding

ବିପଜ୍ଜନକ ସ୍ତରରେ ପ୍ରଦୂଷଣ ସ୍ତର, ରାଜଧାନୀରେ କ୍ଲାଉଡ୍ ସିଡିଂ ପାଇଁ ପ୍ରସ୍ତୁତି ଶେଷ

ଦିଲ୍ଲୀ: ସମସ୍ତ ଚେଷ୍ଟା ପରେ ବି ପ୍ରଦୂଷଣର ମାତ୍ରା କମିବାର ନା ନେଉନି । ଏଥର ଦୀପାବଳି ପୂର୍ବରୁ ହିଁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଗାଡ଼ି ଗୁଡ଼ିକରୁ ବାହାରୁଥିବା ଧୂଆଁ ପ୍ରଦୂଷଣର ମୁଖ୍ୟ କାରଣ । ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ କୃତ୍ରିମ ବର୍ଷା ବା କ୍ଲାଉଡ୍ ସିଡିଂ ପାଇଁ […]

Read More Text.
Pakistan 1

ଯୁଦ୍ଧବିରତି ଡାକରା ଦେଲା ପାକିସ୍ତାନ ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ନିକଟରେ ସୀମାର ସଂଘର୍ଷ ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି । ଆଫଗାନ […]

Read More Text.
Nitish kumar

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଜେଡିୟୁ

ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଙ୍ଗଳବାର ଦିନ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୫୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଜେଡିୟୁ ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଦାବି କରୁଥିବା ଚାରୋଟି ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି । ଦଳର କାର୍ଯ୍ୟକାରୀ […]

Read More Text.

ଉତ୍ତରାଖଣ୍ଡରେ ହେବ ଅତ୍ୟାଧୁନିକ ରୋପୱେ, କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ମାତ୍ର ୩୬ ମିନିଟ୍

ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର […]

Read More Text.
Pankajdheer

ଆଖି ବୁଜିଲେ ମହାଭାରତର ‘କର୍ଣ୍ଣ’

ମୁମ୍ବାଇ: ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ […]

Read More Text.
Election commission

ବିଜ୍ଞାପନ ପାଇଁ ପ୍ରାକ୍‌ ଅନୁମତି ଜରୁରୀ: ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ସମେତ ୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ସବୁ ପଞ୍ଜିକୃତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ଇସିଙ୍କ ଅନୁମତି ଲୋଡିବା ଜରୁରୀ ବୋଲି କୁହାଯାଇଛି। ଏଥିପାଇଁ ଜିଲା ଓ ରାଜ୍ୟସ୍ତରରେ ଇସିଙ୍କ […]

Read More Text.
Supreme court

ଦିଲ୍ଲୀବାସୀଙ୍କୁ ସୁପ୍ରିମକୋର୍ଟଙ୍କ ଉପହାର, ଦିଲ୍ଲୀରେ ସବୁଜ ବାଣକୁ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ଆଶଙ୍କାକୁ ଦୂର କଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ସବୁଜ ବାଣକୁ ମିଳିଲା ଅନୁମତି । କୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି । ପ୍ରଧାନ ବିଜାରପତି ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ୍ ବିନୋଦ ଚନ୍ଦ୍ରନ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୮ ରୁ ୨୦ ମଧ୍ୟରେ ସବୁଜ ବାଣ ବିକ୍ରି କରିବାକୁ […]

Read More Text.