ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରେଳ କର୍ମଚାରୀମାନେ ଧାରଣର ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ସମୟରେ ହଠାତ ଟ୍ରେନଟି ମାଡ଼ି ଆସିଥିଲା। କାର୍ଯ୍ୟରତ କର୍ମଚାରୀମାନେ ଚାହିଁକି ବି ଧାରଣାରୁ ହଟି ପାରି ନଥିଲେ। ଫଳରେ […]

Read More Text.

ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି

ନୂଆଦିଲ୍ଲୀ : ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ଭାରତ ବିରୁଦ୍ଧରେ ଏକ ବ୍ୟାଖାନ ସୃଷ୍ଟି କରିବା ପାଇଁ ଦେଶ ବାହାରର ବିଭିନ୍ନ ବ୍ୟକ୍ତିଙ୍କ ସହ ହାତ ମିଳାଇଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ‘ଲୋକେସନ’ ବ୍ୟବସ୍ଥାକୁ ଆଧାର କରି ଏହା ଜଣାପଡିଛି ଯେ ଅନେକ କଂଗ୍ରେସ ନେତା ଏବଂ ସଂଗଠନ ଆକାଉଣ୍ଟର ସ୍ଥାନ ବା ଲୋକେସନ ଭାରତରେ ନୁହେଁ, ବରଂ ବିଦେଶରେ ଅଛି। ତାଙ୍କ ଅନୁସାରେ, ପବନ […]

Read More Text.

ଘନେଇଲା ଇମ୍ରାନ ଖାଁ ମୃତ୍ୟୁ ରହସ୍ୟ, ଆଡ଼ିଆଲା ଜେଲ ଆଗରେ ହଙ୍ଗାମା

ଇସଲାମାବାଦ : ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ଇମ୍ରାନ ଖାଁ ମୃତ୍ୟୁ ଖବର । ଏହାକୁ ପାକିସ୍ତାନ(Pakiatan)ର ଆଡ଼ିଆଲା ଜେଲ ବାହାରେ ବହୁତ ହଙ୍ଗାମା ହୋଇଛି। ଆଜି ଖାଇବର ପଖତୁନଖ୍ୱା (କେପିକେ) ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ଆଡ଼ିଆଲା ଜେଲରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଜେଲ ବାହାରେ ଅଟକାଇଥିଲେ, ଯାହା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ସୋହେଲ ଆଫ୍ରିଦି ଜେଲ ସାମନାରେ ଧାରଣାରେ ବସିଯାଇଥିଲେ । ତାଙ୍କ […]

Read More Text.

ହ୍ବାଇଟହାଉସ ଗୁଳିକାଣ୍ଡ ପଛରେ ପାକିସ୍ତାନ : ତାଲିବାନ

କାବୁଲ: ଆମେରିକାରେ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି । ଏବେ ଏହାର ଜବାବ ଦେଇଛି ତାଲିବାନ । ତାଲିବାନ ମୁଖପାତ୍ର ସୁହେଲ୍ ଶାହିନ୍ ଆକ୍ରମଣରେ ଆଇଏସଆଇ ଷଡ଼ଯନ୍ତ୍ର ସନ୍ଦେହ କରି କହିଛନ୍ତି ଯେ ଆଫଗାନିସ୍ତାନକୁ ଫସାଇବା ଓ ଆଫଗାନିସ୍ତାନର ପ୍ରତିଷ୍ଠାକୁ କଳଙ୍କିତ କରିବା ପାଇଁ ଏକ ପ୍ରୟାସ କରାଯାଉଛି। ସେ ଦାବି କରିଛନ୍ତି ଯେ ଏକ […]

Read More Text.

ଏକାଧିକ ବିବାହ କଲେ ୧୦ ବର୍ଷ ଜେଲ୍

ଗୌହାଟୀ : ଆସାମ ବିଧାନସଭାରେ ଗୁରୁବାର (୨୭ ନଭେମ୍ବର, ୨୦୨୫) ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ ଏବଂ କିଛି ବ୍ୟତିକ୍ରମ ସହିତ, ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ପୀଡିତାଙ୍କୁ ୧.୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଅଛି। ବିଲ୍ ଅନୁସୂଚିତ ଜନଜାତି (ST) ବର୍ଗ ଏବଂ […]

Read More Text.

ଦୁଇ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ

ନୂଆଦିଲ୍ଲୀ : ଡାଟା କ୍ଲିନିଙ୍ଗ ପ୍ରକ୍ରିୟା କ୍ରମରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୨କୋଟିରୁ ଅଧିକ ଆଧାର ନମ୍ବରକୁ ଅଚଳ କରିଛନ୍ତି। ଅଚଳ ହୋଇଥିବା ଆଧାର ନମ୍ବର ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇସାରିଛି ବୋଲି ବୁଧବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଧାର ଡାଟାବେସ୍‌କୁ ସୁରକ୍ଷିତ ଓ ଏହାର ଦୁରୁପଯୋଗକୁ ରୋକିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ, ରାଜ୍ୟ ସରକାର, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ମୃତ୍ୟୁ ପଞ୍ଜୀକରଣ […]

Read More Text.

ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଗ୍ଲାସ୍‌ଗୋରେ ବୁଧବାର ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧି ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦ ବର୍ଷ ପରେ ଏହି କ୍ରୀଡ଼ା […]

Read More Text.

ପାକ୍‌ ମନ୍ତବ୍ୟକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବ ସମ୍ପର୍କରେ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ନିନ୍ଦା କରିବା ସହ ଖଣ୍ଡନ କରିଛି। ବୁଧବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଅନ୍ୟକୁ ପରାମର୍ଶ ଦେବାକୁ ପାକିସ୍ତାନର କୌଣସି ନୈତିକତା ନାହିଁ। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ଦମନ କରିଆସୁଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବକୁ ପାକିସ୍ତାନ ବୈଦେଶିକ […]

Read More Text.

ଦେଶର ପ୍ରଥମ ଘରୋଇ ରକେଟ୍ ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ ଘରୋଇ ରକେଟ ଯାହା କକ୍ଷପଥରେ ଉପଗ୍ରହ ସ୍ଥାପନ କରିବାରେ ସକ୍ଷମ ହେବ ଅତ୍ୟାଧୁନିକ ସୁବିଧା ସହିତ କ୍ୟାମ୍ପସଟି ୨୦୦,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏଥିରେ ଏକାଧିକ ପ୍ରକ୍ଷେପଣ ଯାନର ଶେଷ-ରୁ-ଶେଷ ବିକାଶ, ସମନ୍ୱୟ […]

Read More Text.

ଶେଖ ହସିନା ଙ୍କୁ ୨୧ ବର୍ଷ କାରାଦଣ୍ଡ

ଢାକା : ବାଂଲାଦେଶର ଏକ ଅଦାଲତ ୩ଟି ଦୁର୍ନୀତି ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଖବର ଅନୁସାରେ ପୂର୍ବଚୋଲରେ ରାଜୁକ-ନ୍ୟୁ-ଟାଉନ୍ ପ୍ରକଳ୍ପରେ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଏହି ତିନୋଟି ମାମଲା ହସିନାଙ୍କ ବିରୋଦ୍ଧରେ ରୁଜୁ ହୋଇଥିଲା । ହସିନାଙ୍କ ଅନୁପସ୍ଥିତିରେ ବିଚାରପତି ଏହି ରାୟ ଶୁଣାଇଛନ୍ତି କାରଣ ପଳାୟନ ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ତାଙ୍କ ଅନୁପସ୍ଥିତିରେ ତାଙ୍କ ବିରୁଦ୍ଧରେ ବିଚାର […]

Read More Text.