ଗ୍ରେନେଡ୍ ଆକ୍ରମଣ ଘଟଣାରେ ସେନା ଯବାନ ଗିରଫ

ପଞ୍ଜାବରେ ଗତ ମାସରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ଜଳନ୍ଧର ପୁଲିସ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ଜଳନ୍ଧର ଗ୍ରାମୀଣର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ହରବିନ୍ଦର ସିଂ ଭିର୍କ ପ୍ରକାଶ କରିଛନ୍ତି ଯେ ମାର୍ଚ୍ଚ ୧୫ ଓ ୧୬ ତାରିଖ ମଧ୍ୟରାତ୍ରିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାସଭବନରେ ହ୍ୟାଣ୍ଡ ଗ୍ରେନେଡ୍ ଚଳାଇବା ଏବଂ ଫିଙ୍ଗିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଅନଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସେନା ଯବାନ ଦାୟୀ […]

Read More Text.

ପୁଣି ବଢ଼ିଲା ସୁନା ଦର, କିଛି ଦିନ ଭିତରେ ଟପିଯିବ ଲକ୍ଷେ!

ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର ଲକ୍ଷେ ପାର୍ କରିବ। ତେଣୁ ଗ୍ରାହକଙ୍କୁ ସୁନା କିଣିବାକୁ ଡର ଲାଗୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ୯୭ ହଜାର ଟଙ୍କା ଟପି ଆଉ ଏକ ନୂଆ […]

Read More Text.

ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ, ରାଜେଶକୁ ହତ୍ୟା କରିଥିବା କହିଲେ ସ୍ତ୍ରୀ ଓ ଝିଅ

ରାଉରକେଲା: ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ମଦ ଅଭିଯୋଗରେ ବାପାକୁ ଉଠାଇ ନେଲେ ଅବକାରୀ ବିଭାଗ । ଏବେ ମୋ ବାପା ଆମ ଗହଣରେ ନାହାଁନ୍ତି । ମୋ ବାପାକୁ ମାଡ଼ ମାରି ହତ୍ୟା କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ବାପାକୁ ହରାଇଥିବା ଝିଅ । ବୀରମିତ୍ରପୁରର ରାଏବୋଗା ଥାନା ଅନ୍ତର୍ଗତ ଦଲକି ଗାଁରୁ ଆସିଛି ଏଭଳି ଅଭିଯୋଗ । ୪୫ ବର୍ଷୀୟ ରାଜେଶ୍ କୁଜୁର କୁ ଅବକାରୀ ହାଜତରେ ମାଡ଼ ମାରି ହତ୍ୟା […]

Read More Text.

ପଶ୍ଚିମବଙ୍ଗ ହିଂସା ଯୋଜନାବଦ୍ଧ: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା ଏହି ଯୋଜନା ହୋଇଥିବା ମମତା କହିଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍‌ସି ମୁଖ୍ୟ କହିଛନ୍ତି ଯେ ୱକଫ୍‌ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ। ତେବେ ସେ ଶାନ୍ତିପୂର୍ଣ୍ଣ […]

Read More Text.

କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା: ସୁଭଦ୍ରା ସର୍ଭେରେ ହେବେ ସାମିଲ

ଭୁବନେଶ୍ୱର: କଲେଜ ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ। ଏନେଇ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା […]

Read More Text.

ମୋହନ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସଙ୍କ ଦରମା ବୃଦ୍ଧି । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ମାସକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍‍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, […]

Read More Text.

ଓ୍ବାକଫ୍‌ ସଂଶୋଧନ ଆଇନ: ସରକାରଙ୍କୁ ୭ ଦିନ ସମୟ, ପରବର୍ତ୍ତୀ ଶୁଣାଣି ଯାଏ ହେବନି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସାତ ଦିନ ସମୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ସ୍ଥିତାବସ୍ଥା ବଜାୟ ରହିବ। ମେ’ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, […]

Read More Text.

ପଡୋଶୀ ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ

ବାଲେଶ୍ୱର: ବେଆଇ ଗଞ୍ଜେଇ ବେପାର ଥମିବାର ନାଁ ଧରୁନି। କେତେବେଳେ ରାଜ୍ୟ ଭିତରେ ଚାଲାଣ ହେଉଛି ତ କେତେବେଳେ ରାଜ୍ୟ ବାହାରେ। ଏବେ ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ। ଭୋଗରାଇର ଉଦୟପୁର ବର୍ଡରରୁ ଜବତ ହେଲା ଗୋଟିଏ ବସ୍ତା ଗଞ୍ଜେଇ। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଏବଂ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଉଭୟଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନା ଅଞ୍ଚଳରେ ବୋଲି […]

Read More Text.

ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଉଲେ୍‌ଖ କରିଛନ୍ତି, ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଜଣେ ସ୍ୱାଭିମାନୀ ଓଡ଼ିଆ ତଥା ଶିକ୍ଷା, […]

Read More Text.

ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଘଟଣାସ୍ଥଳରେ ୭ ଗୁରୁତର

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ। ତିହିଡ଼ି ଥାନାର କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମା ମାଡ଼। ବୋମା ମାଡ଼ରେ ଗୁରୁତର ହୋଇଛନ୍ତି ୭ ଜଣ। ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି । ଆହତ ମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବୁଧବାର ରାତିରେ ଦୁଇ […]

Read More Text.