ଏପ୍ରିଲ ୨୪ ରେ ନୂଆ ରାସନ କାର୍ଡ ହେବ ବଣ୍ଟନ, ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁ‌ବନେଶ୍ବର: ଏପ୍ରିଲ ୨୪ ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ 5 ଲକ୍ଷ 90 ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ଏବେ ବି 25 ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ସେମାନଙ୍କୁ […]

Read More Text.

ଭୟଙ୍କର ଅଗ୍ନିକାଣ୍ଡ: ୪ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ନୂଆଦିଲ୍ଲୀ : ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୭୦ ମେଗାଓ୍ବାଟ୍ ସୋଲାର ପାଓ୍ବାର ପ୍ଲାଣ୍ଟରେ ଏଭଳି ଅଘଟଣ ଘଟିଛି। ଏଥିରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବହୁ ମୂଲ୍ୟବାନ୍ ଯନ୍ତ୍ରାଂଶ ମଧ୍ୟ ନଷ୍ଟ ହୋଇଯାଇଛି। ଖବର ପାଇ ଏନଟିପିସିର ଅଧିକାରୀ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପୁଲିସ୍ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡ ପଛରେ […]

Read More Text.

ଖୁବଶୀଘ୍ର ଗ୍ରୀଷ୍ମ ପରିସ୍ଥିତି ପାଇଁ ହେବ ସମୀକ୍ଷା, ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି। ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି କହିଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି। ଏସଓପି ବାହାରେ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ। ଆଗୁଆ ସ୍କୁଲ ବନ୍ଦ ପାଇଁ […]

Read More Text.

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ସଫଳତା, ୪୮ତମ ସ୍ଥାନରେ ଓଡ଼ିଆ ଝିଅ ରିତିକା ରଥ

ଭୁ‌ବନେଶ୍ବର: ପ୍ରକାଶ ପାଇଛି କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ ର ଫଳ । ଏହି ପରୀକ୍ଷାରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ସେହିପରି ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ ତମ ସ୍ଥାନରେ ଅଛନ୍ତି ଆଦିତ୍ୟ ଆଚାର୍ଯ୍ୟ । ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ […]

Read More Text.

ସଂସଦ ହିଁ ସୁପ୍ରିମ୍ ! ନିଜ କଥା ଦୋହରାଇଲେ ଧନଖଡ଼

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣି ଥରେ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାର ଅଧିକାର କ୍ଷେତ୍ର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ମଙ୍ଗଳବାର ଦିନ କହିଛନ୍ତି ଯେ ସମ୍ବିଧାନର ମୌଳିକ ଭାବନାର ‘ସର୍ବୋଚ୍ଚ ରକ୍ଷକ’ ହେଉଛନ୍ତି ନିର୍ବାଚିତ ଜନପ୍ରତିନିଧି ଏବଂ କେହି ସଂସଦଠାରୁ ଉପରେ ନୁହଁନ୍ତି। ଏହା ସହିତ, ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ କୌଣସି ସାମ୍ବିଧାନିକ ଅଧିକାରୀ କିଛି କୁହନ୍ତି, ତାହା ଦେଶର ସର୍ବୋଚ୍ଚ ସ୍ୱାର୍ଥକୁ ଧ୍ୟାନରେ ରଖି […]

Read More Text.

ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିର ୫ ଘଣ୍ଟା ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ବୈଶାଖ କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରଠାରୁ ପୁଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। […]

Read More Text.

ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦେଶ

ଭୁବନେଶ୍ଵର: ବର୍ତ୍ତମାନ୍ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୧୦ଟା ନବାଜୁଣୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଏହାରି ମଧ୍ୟରେ ୪୨.୬ ଡିଗ୍ରୀ ସହ ଝାରସୁଗୁଡା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ତେବେ ଏଭଳି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଲୋକ ମାନଙ୍କୁ ଏକ ବଡ ଆଶ୍ଵସ୍ତି ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ସେ କହିଛନ୍ତି ବକେୟା ବିଲ ପ୍ରଦାନ କରିନଥିଲେ […]

Read More Text.

ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ଆମରୋଲି : ମଙ୍ଗଳବାର (୨୨ ଏପ୍ରିଲ) ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ଡେପୁଟି ଏସପି ଚିରାଗ ଦେଶାଇ ଏହାକୁ ନିଶ୍ଚିତ କରିଛନ୍ତି। ଦେଶାଇ କହିଛନ୍ତି ଯେ ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟର ଏକ ତାଲିମ ବିମାନ ଆମରେଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନିତେକ ମହାଜନ ବିମାନଟି ଉଡ଼ାଉଥିଲେ। ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ଅଧିକାରୀ ଏଚ୍ […]

Read More Text.

ଓଏଚପିସିର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସନ୍ଦୀପ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଅଭିଜ୍ଞତା ରହିଛି। ସନ୍ଦୀପ ପଟ୍ଟନାୟକଙ୍କର କାର୍ଯ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚାଳନା, ସହଭାଗିତା ଏବଂ ଔଦ୍ୟୋଗିକ ସଂସ୍କୃତିର ସଠିକ ପରିଚାଳନା ଆଦି କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି। ଓଏଚପିସିରେ ଯୋଗଦେବା ପୂର୍ବରୁ […]

Read More Text.

୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲା ଅଧିନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ସମସ୍ତ ଥାନା ଅଧିକାରୀଙ୍କୁ ନିଜ ଅଞ୍ଚଳରେ ନିଖୋଜ ଥିବା ପିଲାମାନଙ୍କୁ ବାହାର କରିବା ପାଇଁ କୁହାଯାଇଥିଲା। ପୁଲିସ ପ୍ରୟାସରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୦ ଜଣ ନାବାଳିକା ଓ […]

Read More Text.