ଭାଙ୍ଗିଗଲା ପାକ୍‌ ଅଭିନେତ୍ରୀଙ୍କ ସ୍ବପ୍ନ

ନୂଆଦିଲ୍ଲୀ: ଗତ ମଙ୍ଗଳବାର କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ବଦ୍ଧପରିକର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ଆକ୍ରମଣ ଘଟଣାକୁ ନେଇ କଳାକାରମାନେ ବି ନିଜନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଉରି ଆକ୍ରମଣ ପର ଠାରୁ ଭାରତରେ ପାକିସ୍ତାନ […]

Read More Text.

ଆଇଏନଏସ୍ ସୁରତର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ-ପାକିସ୍ତାନ ସମ୍ପର୍କ ଏକ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତ ଏକ କଠୋର ନିଷ୍ପତ୍ତି ନେଇ ପାକିସ୍ତାନ ବିରୋଧରେ ୫ଟି ବଡ଼ ନିଷ୍ପତ୍ତି ନେଇଛି। ଯାହାର ଜବାବରେ ଆଜି ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ସମାନ ୫ଟି ବଡ଼ ନିଷ୍ପତ୍ତି ନେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଗୁରୁବାର ଭାରତୀୟ ନୌସେନାର କ୍ଷେପଣାସ୍ତ୍ର ବିଧ୍ୱଂସକ ‘INS ସୁରତ’ର […]

Read More Text.

ପାକିସ୍ତାନ ନଯିବାକୁ ଭାରତୀୟଙ୍କୁ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପାକିସ୍ତାନ ଯାଅନି… ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ ଗସ୍ତ ନକରିବାକୁ କୁହାଯାଇଛି ଏଥିସହ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କ ମଧ୍ୟ ଭାରତ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି । ଏପଟେ ପହଲଗାମ୍ ହମଲା […]

Read More Text.

ଆଇପିଏଲ୍‌-୨୦୨୫: ବେଙ୍ଗାଲୁରୁରେ ମୁହାଁମୁହିଁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ଓ ରାଜସ୍ଥାନ ରୟାଲ୍‌ସ। ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ।

Read More Text.

ଆକ୍ସନ ମୁଡ଼ରେ ଭାରତ : ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ ଓ ଜୟଶଙ୍କର

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ । ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଷ୍ଟ୍ରପତିଙ୍କୁ ଭେଟିଲେ ବି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟି ପହଲଗାମ୍ ହମଲା ବାବଦରେ ଅବଗତ କଲେ ଦୁଇ ମନ୍ତ୍ରୀ । ତେବେ ଦୁଇ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ହଠାତ୍ ଭେଟିବାକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଛି । ଆଗକୁ ପାକିସ୍ତାନ ବିରୋଧରେ ଏବଂ ଆତଙ୍କବାଦ […]

Read More Text.

ଆଇଏନ୍‌ଏସ୍‌ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି। ଆଇଏନ୍‌ଏସ୍‌ର ୫ ଅଧିକାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୁଲିସ। ଅଗ୍ନିବୀରରେ ନିଯୁକ୍ତି କରାଇବାକୁ ଲାଞ୍ଚ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।

Read More Text.

ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ !

ଶ୍ରୀନଗର : ଲସ୍କର-ଇ-ତୋଇବା କମାଣ୍ଡର ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଛି। ଚଳିତମାସ ୧୮ରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟ୍‌ରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଅବୁ ଏହି ଆକ୍ରମଣ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଇଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିବାରୁ ଆତଙ୍କବାଦୀ ଆକ୍ରମଣ ଜରିଆରେ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ ବୋଲି ଅବୁ ସେତେବେଳେ ଧମକ ଦେଇଥିଲା। ଭାରତ ସରକାରଙ୍କୁ ଚାଲେଞ୍ଜ ଦେଇ […]

Read More Text.

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

Read More Text.

ଲିଫ୍ଟରେ ଚାପିହୋଇ ରୋଗୀ ମୃତ

ଭଦ୍ରକ: ଲିଫ୍ଟରେ ଚାପିହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା। ଶ୍ୱାସ ଓ ଥାଇରଏଡ଼ ସମସ୍ୟା ଥିବାରୁ ଗୁରୁବାର ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରାଇଥିଲେ। ତାଙ୍କୁ ମହିଳା ମେଡିସିନ ୱାର୍ଡକୁ ଷ୍ଟ୍ରେଚର ଯୋଗେ ଲିଫ୍ଟରେ ନିଆ ଯାଉଥିବାବେଳେ ହଠାତ ଲିଫ୍ଟ ଡୋରରେ ମହିଳା ଜଣକ ଚାପି […]

Read More Text.

ମହାନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ମୃତ, ଜଣେ ଉଦ୍ଧାର

କଟକ: ମହାନଦୀରେ ପୁଣି ଅଘଟଣ ଘଟିଛି। ଯୋବ୍ରା ଆନିକଟ ନିକଟରେ ଆଜି ଅପରାହ୍‌ଣରେ ୨ ଜଣ ବୁଡ଼ିଯାଇଛନ୍ତି। ଅନ୍ୟଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସାଈ ବେହେରା ଓ ପିଙ୍କୁନ୍‌ ଜେନା। ସୂଚନା ଅନୁସାରେ କଟକର ମହାନଦୀର ଯୋବ୍ରା ଆନିକଟ ନିକଟକୁ ନଦୀକୂଳସାହିର ସାଈ ଓ ପିଙ୍କୁନ୍‌ଙ୍କ ସମେତ ଅନ୍ୟ କିଛି ପିଲା ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଏଥିରୁ ସାଈ ଓ ପିଙ୍କୁନଙ୍କ ସମେତ ୩ ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା […]

Read More Text.