ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

ବାରିପଦା: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୁଳି ଗ୍ରାମରେ ଚଢ଼ାଉ କରାଯାଇ ୫୨.୫୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପଶ୍ଚିମ ସିଙ୍ଗଭୁମ ଜିଲ୍ଲା ମଞ୍ଜରୀ ଥାନା […]

Read More Text.

ବିଧାନସଭାର ୯ମ ଷ୍ଟାଣ୍ଡିଙ୍ଗ କମିଟି-୨୦୨୫ ର ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ

ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କାରି ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା ବାରିପଦା: ବିଧାନସଭାର ୯ମ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ସଦସ୍ୟ ବୃନ୍ଦ ୨ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ସରକାରୀ ଯୋଜନାର ପ୍ରକଳ୍ପ ଗୁଡିକ ଅଗ୍ରଗତି ଓ ଏହାର ସମୀକ୍ଷା କରିଥିଲେ। ମାନ୍ୟବର ବିଧାୟକ […]

Read More Text.

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୫ ପାଳିତ

ବାରିପଦା: ଆଜି ପବିତ୍ର ଶୁକ୍ଳ ପକ୍ଷ ତୃତୀୟା ବା ଅକ୍ଷି ତୃତୀୟା ଅମୃତ ବେଳାରେ ଆମ ରାଜ୍ୟର ଚାଷୀ ଭାଇ ମାନେ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ୱର ଓ ୟୁ ଏ ଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀକୁଳର ଶୁଭମନାସୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ସମୃଦ୍ଧ କୃଷକ, ବିକଶିତ ଓଡିଶା ଗଠନ ପାଇଁ ଏକ ଅଭିନଵ […]

Read More Text.

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହ ରେ ପାଳିତ

ବାରିପଦା: ଆଜି ପୂର୍ବାହ୍ନ ୧୦ ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ର ତତ୍ୱାବଧାନ ରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହ ରେ ପାଳିତ ହୋଇଯାଇଛି. ଉକ୍ତ ଜୟନ୍ତୀ ସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ ମୁଖ୍ୟ ବକ୍ତା […]

Read More Text.

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ  ଶିବ ଶଙ୍କର ଦତ୍ତଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ବାରିପଦା: ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଶିବ ଶଙ୍କର ଦତ୍ତ ତା’ଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଶ୍ରୀ ଦତ୍ତଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦତ୍ତଙ୍କ  ଚାକିରୀ କାଳର କାର୍ଯ୍ୟ ସମ୍ପାଦନ […]

Read More Text.

୩ ଲକ୍ଷ ଜବତ ମାମଲା: ମହିଳା ଅଧିକାରୀ ଗିରଫ, ଜାଣନ୍ତୁ ଅବକାରୀ ଅଧୀକ୍ଷକଙ୍କ ସଂପତ୍ତି

ଢେଙ୍କାନାଳ: ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଦାମୀ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ ମାମଲାରେ ଭିଜିଲାନ୍ସ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଶ୍ରୀମତୀ ନାୟକଙ୍କୁ ଗିରଫ କରିଛି। ଏଥି ସହିତ ଭିଜିଲାନ୍ସ ଟିମ୍ ଶ୍ରୀମତୀ ନାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କର ନାମରେ ଥିବା ସଂପତ୍ତିର ବିବରଣୀ ପ୍ରଦାନ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀମତୀ ନାୟକଙ୍କ ୫ଟି ଠିକଣାରେ ତଦନ୍ତ ବେଳେ […]

Read More Text.

କଲେଜ ଛାତ୍ରଙ୍କ ମୃତଦେହ ରେଳଷ୍ଟେସନ ନିକଟରୁ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲିଙ୍ଗରାଜ ରେଳ ଷ୍ଟେସନ ପାଖରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ତପନ ଆଚାର୍ଯ୍ୟ (୨୨)। ସୂଚନା ଅନୁସାରେ ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ। ତପନ ସିଭିରମଣ କଲେଜରେ ପଢ଼ୁଥିଲେ। କଲେଜର ମାନସିକ ଚାପ ପାଇଁ ପୁଅ ଜୀବନ ହାରିଥିବା ତାଙ୍କର ବାପା ଅଭିଯୋଗ କରିଛନ୍ତି। ପୁଅକୁ ନପାଇ ପରିବାର ଲୋକ କଲେଜକୁ କଲ୍‌ କରିଥିଲେ। […]

Read More Text.

ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ଟଙ୍କା

ଭୁବନେଶ୍ବର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା ରାଜ୍ୟର ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କିଷାନ […]

Read More Text.

ପାକିସ୍ତାନରେ ଅଣ୍ଡର ଗ୍ରାଉଣ୍ଡ ହେଉଛନ୍ତି ଆତଙ୍କୀ: ଆକ୍ରମଣ ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପାକିସ୍ତାନ ଉପରେ ହେବ ଆକ୍ରମଣ । ପହଲଗାମ ଘଟଣାର ପ୍ରତିଶୋଧ ନେବ ଭାରତ । ଏକଥା ଆମେ କହୁନୁ । ଖୋଦ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏଭଳି ଦାବି କରିଛି । ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର । ଭାରତର ପ୍ରସ୍ତୁତି ଦେଖିବା ପରେ ପାକିସ୍ତାନର ନିଦ ହଜିଯାଇଛି […]

Read More Text.

ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ ଜାତିଗଣନା, କ୍ୟାବିନେଟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେତେକ ରାଜ୍ୟ ଏହା ଭଲ ଭାବେ କରିଥିବା ବେଳେ ଆଉ କେତେକ ରାଜ୍ୟ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଏବଂ […]

Read More Text.