Img 20250519 wa0023 750x430

ଦୂଷିତ ପାଣିରେ ସ୍ନାନ କରୁଛନ୍ତି ବାବାମଣି, ପ୍ରଶାସନର ଚିନ୍ତା ନାହିଁ

ଆରଡି: ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ ଏହା ପ୍ରହସନ ପାଲଟିଛି। ବ୍ଲକ ପ୍ରଶାସନ ପକ୍ଷରୁ ହାତ ଗଣତିରେ ଥିବା ୩ଟି ଜଳଛତ୍ର ଖୋଲାଯାଇଛି। ହେଲେ ଜଳଛତ୍ରରେ କେଉଁଠି ପାଣିବିନା ମାଠିଆ ଗଡୁଛି ତ ଆଉ କେଉଁଠି ମାଠିଆ କି ପାଣି ନାହିଁ। ଜଳଛତ୍ରରେ ଯେଉଁ ମାଠିଆ ବସାଯାଇଛି ତାର ଆକାର ଛୋଟ ଥିବାରୁ ୪\୫ଜଣଙ୍କର ଶୋଷ ମେଣ୍ଟାଇ ପାରୁନି। ସେହିପରି ବସୁଧା ଯୋଜନାରେ […]

Read More Text.
Meet 750x430

ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଓଡ଼ିଶାର ଘରକୁ ଘର ବୁଲି ସର୍ବେକ୍ଷଣ ଦେଶ ପାଇଁ ଉଦାହରଣ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା, ଶିକ୍ଷକଙ୍କ ଦକ୍ଷତା ବିକାଶ, ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ, ପ୍ରଧାନମନ୍ତ୍ରୀ ପୋଷଣ ଏବଂ ସମଗ୍ର ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବୈଠକରେ […]

Read More Text.
Spy 1 750x430

ନୁହରୁ ଆଉଜଣେ ପାକ୍ ଗୁପ୍ତଚର ଗିରଫ, ହ୍ୱାଟ୍ସଆପ୍ ଚାଟ୍‌ରୁ ମିଳିଲା ଦେଶଦ୍ରୋହର ପ୍ରମାଣ

ନୁହ: ପାକିସ୍ତାନୀ ଗୁପ୍ତଚର ନେଟୱର୍କ ବିରୋଧରେ ହରିୟାଣା ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ନୁହ ଜିଲାରେ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଦୁଇ ଦିନ ପୂର୍ବରୁ ସମାନ ଅଭିଯୋଗରେ ପୁଲିସ ନୁହ ଜିଲାର ରାଜାକା ଗାଁରୁ ଅରମାନ ନାମକ ବ୍ୟକ୍ତିକୁ ଗିରଫ କରିଥିଲା। ଏଥର ପୁଲିସ ନୁହ ଜିଲା ତାୱଡୁ ସବଡିଭିଜନର କାଙ୍ଗରକା […]

Read More Text.
How youtuber jyoti malhotra used social media apps to pass secrets to pakistan

ବ୍ଲାକଆଉଟ୍‌ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚରି କରିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଅପରେସନ ‘ସିନ୍ଦୂର’ରେ ବ୍ଲାକଆଉଟ୍ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ଯୋଗାଯୋଗରେ ରହିଥିଲେ। ଏପରି କି ଅପରେସନ ସିନ୍ଦୂରର ଦିନକ ପୂର୍ବରୁ ଅର୍ଥାତ ମେ ୬ରେ ବି ସେ ନୂଆଦିଲ୍ଲୀ ଯାଇ ସେଠାରେ ଅବସ୍ଥିତ ପାକ୍ ଦୂତାବାସ ଅଧିକାରୀ ଦାନିଶଙ୍କୁ ଭେଟିଥିଲେ। ଏହା ସହିତ ଅପରେସନ ଚାଲିବାର କିଛି ଦିନ ପର୍ଯ୍ୟନ୍ତ ସେ ଅନ୍ୟ ଅଧିକାରୀମାନଙ୍କ ସହିତ ବି ଯୋଗାଯୋଗରେ […]

Read More Text.
Prashant kishore 750x430

ଉଦୟ ସିଂହ ହେଲେ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ। ସୋମବାର ପ୍ରଶାନ୍ତ ନିଜ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଉଦୟଙ୍କ ନାମ ଘୋଷଣା କରିଛନ୍ତି। ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଶାନ୍ତ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ସେ ପୂର୍ବରୁ ଦଳ ଗଠନ କରିଥିଲେ ହେଁ ତାହା ବିନା କୌଣସି ସଭାପତିରେ ଚାଲୁଥିଲା। ନିଜେ ଦଳର କୌଣସି ପଦବୀ ଗ୍ରହଣ କରିବେ […]

Read More Text.
0099

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ ଆସିଲା ଉଭୟଙ୍କ ଫଟୋ

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ତେବେ ସେହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଥିବା ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। ଉଭୟଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ […]

Read More Text.
2

ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ । ଏପରିକି ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରେନେଜ ସମସ୍ୟା ପାଇଁ […]

Read More Text.
Traffic challan rules 1

୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ

ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ ଦେଶର GDPକୁ ଅତିକ୍ରମ କରିଛି। ୨୦୨୪ ରିପୋର୍ଟ ଅନୁସାରେ, ପ୍ରାୟ ୮ କୋଟି ଟ୍ରାଫିକ ଚାଲାନ ଜାରି ହୋଇଛି, ଯାହାର ମୋଟ ଜରିମାନା ପ୍ରାୟ ୧୨,୦୦୦ କୋଟି ଟଙ୍କା। ଏହାର ଅର୍ଥ ରାସ୍ତାରେ ଚଳାଚଳ କରୁଥିବା ପ୍ରାୟ ପ୍ରତି ଦ୍ୱିତୀୟ ଗାଡ଼ି ଅତି କମ୍ ଥରେ ଜରିମାନା ପଡୁଛି। ତଥାପି, […]

Read More Text.
Supremecourt 300x185

ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ। ଭାରତ ସବୁ ଲୋକଙ୍କୁ କାହିଁକି ଆଶ୍ରୟ ଦେବ… ? ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତ ନିଜର ବିଶାଳ ଜନସଂଖ୍ୟାକୁ ନେଇ ପୂର୍ବରୁ ହିଁ ସମସ୍ୟାର ଅଛି। ବିଶ୍ବର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ। ଜଣେ ଶରଣାର୍ଥୀଙ୍କ […]

Read More Text.
S

ୟୁକୋ ବ୍ୟାଙ୍କର ପୂର୍ବତନ ସିଏମଡି ଗିରଫ, ୬୨୧୦ କୋଟିର ଋଣ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ଏକ ବଡ଼ ଧରଣର ଚଢଉ କରିଛି । ଏହା ସହିତ ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ […]

Read More Text.