New project 1 2025 09 10 19 46 19

୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇ ନେପାଳରେ ଫସିଛନ୍ତି ୩ ଓଡ଼ିଆ

ଭୁବନେଶ୍ବରର ୩ ଜଣ କାଠମାଣ୍ଡୁ ଯାଇଥିବା ବେଳେ ସେଠାରେ ଚାଲିଥିବା ଆନ୍ଦୋଳନରେ ସେମାନେ ଫସିଛନ୍ତି । ତେବେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ୩ ଜଣ ଯାଇଥିବା ବେଳେ ପରିସ୍ଥିତି ପ୍ରତିକୂଳ ଥିବାରୁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଛି … ତେବେ ସେପ୍ଟେମ୍ବର ୧୩ ଏବଂ ୧୪ ତାରିଖରେ ଏହି ସାହିତ୍ୟ ମହୋତ୍ସବ ହେବାକୁ ଥିବା ବେଳେ ଓଡିଶାର କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା, ଦେବରାଜ ମହାନ୍ତି […]

Read More Text.
୧

ଶୈଳବାଳା ମହିଳା ମହାବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

କଟକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, କଟକ ଏବଂ ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ, କଟକର ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଜୀବନ ବଲ୍ଲଭ ଜେନା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏନ.ଏସ.ଏସ. କାର୍ଯ୍ୟକ୍ରମ ଅଧିକାରିଣୀ ଡକ୍ଟର ଯୋଗମାୟା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଭାବରେ ସାଇବର ଇନିସପେକ୍ଟର ଅବନ୍ତିମଣୀ ନାୟକ ସାଇବର ଆଇନ୍ ଉପରେ ଏକ ଭିଡିଓ ଉପସ୍ଥାପନା କରିଥିଲେ। ଆଇନଜୀବୀ […]

Read More Text.
Images

ମାଆ ଆଗରେ ୩ ବର୍ଷର ଶିଶୁକୁ ଟାଣି ନେଲା ବାଘ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ କଲରାପତରିଆ ବାଘ ଆକ୍ରମଣରେ ୮ ବର୍ଷର ଶିଶୁର ଜୀବନ ଯାଇଛି। ଘଟଣାଟି ନଜିବାବାଦ ଥାନା ଅନ୍ତର୍ଗତ ବଡିଆ ଗାଁର ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ୮ ବର୍ଷୀୟ ହର୍ଷ ନିଜ ମାଆ ସହ ଘର ବାହାରେ ନଳରୁ ପାଣି ନେଉଥିଲା। ମାଆ ପାଣି ଭର୍ତ୍ତି କରିବାରେ ବ୍ୟସ୍ତ ଥିବା ବେଳେ ଶିଶୁଟି ନିଜ ମାଆ ପାଖରେ ଠିଆ ହୋଇଥିଲା। ସେହି ସମୟରେ […]

Read More Text.
Trump 4

ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ ଟ୍ରମ୍ପ, ଖୁବଶୀଘ୍ର ମୋଦିଙ୍କ ସହ କରିବେ ଆଲୋଚନା!

ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ । ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ । ଆମେରିକା-ଭାରତ ବାଣିଜ୍ୟିକ ବୁଝାମଣା ଜାରି ରହିବ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ପାଇଁ ଟ୍ରମ୍ପ ପ୍ରଶାସନ କାର୍ଯ୍ୟ କରିବ । ଏଥିସହ ଆଗାମୀ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

Read More Text.
Nepal 1

ସେନା ନିୟନ୍ତ୍ରଣରେ ନେପାଳ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ନେପାଳ : ଦୁଇଦିନ ହେଲାଣି ନେପାଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସେନା ନିୟନ୍ତ୍ରଣରେ ନେପାଳ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ହିଂସାକାଣ୍ଡ ଜାରି ରହିଛି । ନେପାଳ ସ୍ଥଳସେନା ମୁଖ୍ୟ ଆଶୋକ ରାଜ ସିଙ୍ଗଦେଲ ଭିଡିଓ ବାର୍ତ୍ତାରେ ବିକ୍ଷୋଭକାରୀଙ୍କୁ ପ୍ରଦର୍ଶନ ବନ୍ଦ କରି ଆଲୋଚନାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଜାତୀୟ ଐତିହ୍ୟ, ବ୍ୟକ୍ତିଗତ ସମ୍ପତ୍ତି ରକ୍ଷା କରିବା, ଏବଂ ସାଧାରଣ ଜନତା ଓ […]

Read More Text.
Nepal yogi

ନେପାଳରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କଲେ ଯୋଗୀ

ଉତ୍ତରପ୍ରଦେଶ : ଗତ ଦୁଇଦିନ ହେଲାଣି ନେପାଳ ସ୍ଥିତି ବିଗିଡିବାରେ ଲାଗିଛି । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାରେ ପଡିବାକୁ ଲାଗିଛି । ତେଣୁ ନେପାଳ ସୀମାରେ ଥିବା ବହରାଇଚ, ଶ୍ରାବସ୍ତି, ଲକ୍ଷ୍ମୀପୁର ଏବଂ ମହାରାଜଗଂଜରେ ହାଇଆଲର୍ଟ ଜାରି ହୋଇଛି । ବେପାର, ପଢିବା ଏବଂ […]

Read More Text.
France

ନେପାଳ ପରେ ଫ୍ରାନ୍ସରେ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ପ୍ରଦର୍ଶନକାରୀ

ଫ୍ରାନ୍ସ : ନେପାଳ ପରେ ଏବେ ଫ୍ରାନ୍ସରେ ଉତ୍ତେଜନା ଦେଖାଦେଇଛି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଏବେ ଫ୍ରାନ୍ସରେ ନେପାଳ ଭଳି ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ । ରାସ୍ତାଘାଟ ସବୁଠି ପ୍ରତିବାଦ ଆରମ୍ଭ ହୋଇଛି । ହିଂସା ରୋକିବାକୁ ପ୍ୟାରିସର ଗଳିକନ୍ଦିରେ ପାଖାପାଖି ୮୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ସୂଚନା ରହିଛି । […]

Read More Text.
Kathamandu airport

ଖୋଲିଲା କାଠମାଣ୍ଡୁ ଏୟାରପୋର୍ଟ ସୂଚନା ଦେଲେ ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ

କାଠମାଣ୍ଡୁ: ନେପାଳରେ ଉତ୍ତେଜନା ଯୋଗୁଁ ସମଗ୍ର ଦେଶ ଛାରଖାର ହୋଇଯାଇଛି । ଏନେଇ ବନ୍ଦ ପଡିଥିବା କାଠମାଣ୍ଡୁ ବିମାନବନ୍ଦର ପୁଣିଥରେ ଖୋଲିଛି । କାଠମାଣ୍ଡୁ ବିମାନବନ୍ଦର ପୁନର୍ବାର ଖୋଲିଛି ବୋଲି ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହିଂସା ରୋକିବା ପାଇଁ ନେପାଳ ସେନା ଦେଶବ୍ୟାପୀ କଟକଣା ଲାଗୁ କରିବା ପରେ ଆଜି କର୍ତ୍ତୃପକ୍ଷ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ବିମାନବନ୍ଦରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଯାତ୍ରୀମାନଙ୍କୁ ଉଡ଼ାଣ […]

Read More Text.
Nepal protest 1

ବିଗୁଡୁଛି ନେପାଳ ସ୍ଥିତି, ୬ ହଜାର କଏଦୀ ଜେଲରୁ ଫେରାର

କାଠମାଣ୍ଡୁ : ନେପାଳ ସରକାର ବିରୋଧରେ ଜେନ୍-ଜି ବିକ୍ଷୋଭ ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ ଥମିନାହିଁ ଏବଂ ପ୍ରଦର୍ଶନକାରୀମାନେ ସେମାନଙ୍କର ଦାବି ଉପରେ ଅଟଳ ଅଛନ୍ତି । ପ୍ରଦର୍ଶନକାରୀ ଜେଲରେ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ଏହି ହିଂସାରେ ୧୮ […]

Read More Text.
Attack

କତାର ଉପରେ ଇସ୍ରାଏଲର ଆକ୍ରମଣ, ୬ ମୃତ

କତାରରେ ଇସ୍ରାଏଲର ପ୍ରଥମ ଆକ୍ରମଣ । ଦୋହାର କତାର ଜିଲ୍ଲାରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ହମାସର ରାଜନୈତିକ ବ୍ୟୁରୋର ଆବାସିକ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୋହା ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ପେଟ୍ରୋଲ ଷ୍ଟେସନ ନିକଟରେ ଥିବା ସୁରକ୍ଷିତ ଆବାସିକ କମ୍ପାଉଣ୍ଡରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା । କତାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ଅଟକାଇ ପାରିନଥିଲା । ଇସ୍ରାଏଲ ପ୍ରତିରକ୍ଷା […]

Read More Text.