ଡେରାଡୁନ୍ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଡେରାଡୁନ୍: ଡେରାଡୁନ୍ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍ ଭ୍ୟାଲି ଏବଂ ଉତ୍ତରାଖଣ୍ଡ ଡେଣ୍ଟାଲ୍ କଲେଜ ନିକଟରେ ଘଟିଛି, ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ଆସିଛି ବନ୍ୟା। […]
Read More Text.