Siachein

ସିଆଚିନରେ ହିମସ୍ଖଳନ, ୩ ଯବାନ ସହିଦ

ଲଦାଖ : ଲଦାଖ ସିଆଚିନରେ ହିମସ୍ଖଳନ । ହିମସ୍ଖଳନରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର । ଏଠାରେ ସୈନିକ ୬୦ ଡିଗ୍ରୀ ଥଣ୍ଡା, ପବନ ଏବଂ ବରଫକୁ ସାମ୍ନା କରୁଛନ୍ତି ଯବାନ । ହିମସ୍ଖଳନ ଯୋଗୁଁ ସେନାର ଏକ ପୋଷ୍ଟ ନଷ୍ଟ ହୋଇଛି । ସେନାର ଉଦ୍ଧାରକାରୀ ଦଳ କାମରେ ଲାଗିପଡିଛନ୍ତି । ଏମାନେ ଲେହ ଏବଂ ଉଧମପୁରରୁ ବାହାରିଛନ୍ତି । ସିଆଚିନ ଗ୍ଲେସିୟର କାରାକୋରମ […]

Read More Text.
Images

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ହେଲେ ବିଜୟ । ପ୍ରାୟ 98.2 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । 452 ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ପାଇଲେ 300 ପ୍ରଥମ ପସନ୍ଦ ଭୋଟ । ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍। ସିପି. […]

Read More Text.
Pm himachal

ହିମାଚଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ବିପନ୍ନଙ୍କୁ ୧୫୦୦ କୋଟି ଟଙ୍କା ସହାୟତା ଘୋଷଣା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରରୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ହିମାଚଳ ପ୍ରଦେଶରେ ବନ୍ୟା ଏବଂ […]

Read More Text.
Chinese 750x430

ଆମେରିକାକୁ ଚୀନ୍ ରାଷ୍ଟ୍ରଦୂତଙ୍କ ବାର୍ତ୍ତା; ‘ଏକାଠି ଲଢିବେ ଭାରତ-ଚୀନ୍‌’,

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କର ମୁକାବିଲା କରିବା ଉଚିତ, କାରଣ ଏହା ଅନ୍ୟାୟ ଏବଂ ଭୁଲ। ସେ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଉଭୟ […]

Read More Text.
୧୧୧

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ। ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର। ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା […]

Read More Text.
Snake

ସର୍ପାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ନବରଙ୍ଗପୁର:  ଅନ୍ଧବିଶ୍ବାସର କରୁଣ ପରିଣତି । ସାପ କାମୁଡ଼ିବା ପରେ ମେଡିକାଲ ନଯାଇ ଗୁଣିଆ ପାଖକୁ ଗଲେ ।  ଆଉ ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଚିକିତ୍ସାରେ ବିଳମ୍ବତା ଯୋଗୁଁ ଚାଲିଗଲା ୨ନୀରିହ ଜୀବନ ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁର ଅଭାବନୀୟ ଘଟଣା ।  ମୃତକ ହେଲେ ଭାଇ ଋତୁରଜ ହରିଜନ ଏବଂ ଭଉଣୀ ଅମିତା ହରିଜନ । ପରିବାରର ୬ଜଣ ସଦସ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ […]

Read More Text.
Workers 1068x601

ପୁଣି ରାଜ୍ୟକୁ ଫେରିଲା ୨ ଶ୍ରମିକଙ୍କ ମରଶରୀର

ପାତ୍ରପୁର:  ପିଛା ଛାଡ଼ୁନି ଦାଦନ ମୃତ୍ୟୁ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ସାମ୍ନାକୁ ଆସୁଛି। ଗତ ରବିବାର ଏବଂ ସୋମବାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ଆସି ପହଞ୍ଚିଥିବା ବେଳେ ପୁଣି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ବାଦପୁରରେ ଜଣେ ଶ୍ରମିକଙ୍କ ମୃଦଦେହ ପହଞ୍ଚିଥିବାବେଳେ ତିନିଘରିଆର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ତାମିଲନାଡୁରୁ ଆସୁଥିବା ଖବର ମିଳିଛି। ପ୍ରାଣ ହରାଇଥିବା ଏହି […]

Read More Text.
Srimandira 750x430 1

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ ହେବ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। । ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ ଠାକୁରଙ୍କ ଦର୍ଶନ ଚାଲିଥାଏ । […]

Read More Text.
Screenshot 2025 09 09 093649 750x430

ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା: ବାଣୀବିହାର ବନ୍ଦ ଡ଼ାକରା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ। ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ଗତକାଲି ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଥିଲା। ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବା ନେଇ କୁହାଯାଇଛି। ୨ନଂ ହଷ୍ଟେଲ୍‌ର ୨୫ […]

Read More Text.
Image 2025 09 09t132457.929

ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରା କରିବେ ବରିଷ୍ଠ ନାଗରିକ: ମେୟର

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ । ମେୟର ଦାସ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ବରର ଭୀମ ଭୋଇ ଦୃଷ୍ଟିବାଧିତ ସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍‌ରେ ରହଣି ବ୍ୟବସ୍ଥା କରାଯାଇଛି । ସ୍କାଉଟ୍ ଗାଇଡ୍ କ୍ୟାମ୍ପସ୍‌ରେ ବରିଷ୍ଠ ନାଗରିକଙ୍କ […]

Read More Text.