ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ ବ୍ୟକ୍ତି ତାଙ୍କ ୨ ବର୍ଷର ଶିଶୁକୁ ଆଣିଥିଲେ । ଗୋଟିଏ ଘଣ୍ଟା ପରେ ଶିଶୁର ମୁତ୍ୟୁ ହୋଇଥିଲା । କିନ୍ତୁ ୧୭ ଘଣ୍ଟା ପରେ ବି ପରିବାରକୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ । […]

Read More Text.
Salary mla in india

ମଇଁଷି ସିଂଘ ଫଟା ଯୁଟିଲା ବେଳକୁ ଗୋଟା !

ସଂଗ୍ରାମ କେଶରୀ ମହାନ୍ତି ଏବେ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବେତନ ବୃଦ୍ଧି ପ୍ରସ୍ତାବକୁ ଶୁଣି ଗୋଟିଏ କଥା ମନେପଡ଼େ । ପ୍ରାଣ ସହିରେ କି ନ ଶୁଣିଲା ଏ ସ୍ମୃତିରେ ମେଣ୍ଢାଚରା ପିଲା ପଣ୍ଡା ସାଜିଲେଣି ପୂଜିବାକୁ ବିଷ୍ଣୁ ମୂର୍ତ୍ତିରେ | ଓଡ଼ିଶାରେ ମୁଣ୍ଡପିଛା ଆୟ ଜାତୀୟ ସ୍ତରରୁ ଯଥେଷ୍ଟ ତଳେ । ବିପିଏଲ୍ ତାଲିକା ଲମ୍ବା । ଦାରିଦ୍ର‌୍ୟତାର ସୀମାରେଖା ତଳେ ଏବେବି କୁଆଡ଼େ ଅନେକ ଲୋକ । […]

Read More Text.
Img 20251219 wa0193

ଡି ସି ସି ଗ୍ରୁପ‌ ଅଫ୍ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ

ବାରିପଦା : ସ୍ଥାନୀୟ ଭଂଜପୁର ନିକଟସ୍ଥ ୧୭ ନଂ ୱାର୍ଡରେ ଅବସ୍ଥିତ ଡି ସି ସି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ମୁଖ୍ୟ ପରିଚାଳକ ଅଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅନ୍ତର୍ନିବେଶି ଶିକ୍ଷାର ଜିଲ୍ଲା ସଂଯୋଜକ ନିରଞ୍ଜନ ନାୟକ, ବି ଆର ସି ସି ତପସ୍ୱିନୀ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ […]

Read More Text.
Img 20251219 wa0138

ସୁନାମୁହିଁ ବିଦ୍ୟାଳୟର ବାର୍ଷିକ ଉତ୍ସବ; ୧୦୪ ଛାତ୍ରଛାତ୍ରୀ ପୁରସ୍କୃତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୨ ନଂ ୱାର୍ଡରେ ସ୍ଥିତ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗଦେଇ ବି ଆର ସି ସି ତପସ୍ୱିନୀ ଦାଶ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ସି ଆର ସି ସି କନକଲତା ମାଝୀ, ବାରିପଦା ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପ୍ରଦୀପ କୁମାର ନାଥ, […]

Read More Text.
Img 20251219 wa0132

ବାରିପଦାରେ ୨ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ବାରିପଦା : ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଶୁଭ ଉଦଘାଟନ   ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ମିଳିତ ସହଯୋଗ ତଥା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ଯକ୍ରମରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ରମଣୀ ରଞ୍ଜନ […]

Read More Text.
Photo for the news of transformer(bantala)

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଖବର ପ୍ରକାଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ଆଗରପଡ଼ା,ତା୧୯/୧୨(ପିଏନଏସ):ଗତ ୨୩ ତାରିଖରେ “ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର”ଶୀର୍ଷକ ଖବର ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୧ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଭବିଷ୍ୟତରେ କୌଣସି ଅଘଟଣ ଘଟିବା ନେଇ ଚିନ୍ତାରେ ଅଂଚଳବାସୀ ଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଆଗରପଡ଼ା ବିଦ୍ୟୁତ୍ ବିଭାଗ ଅଧିନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତର ବନ୍ତଳା ଗ୍ରାମର ଅଙ୍ଗନବାଡ଼ି,ଖେଳପଡ଼ିଆ ଓ ଶିବ […]

Read More Text.

୨ଟି ବାଲି ବୋଝେଇ ହାଇୱା ଜବତ

ଆଗରପଡ଼ା: ବୈତରଣୀ ନଦୀ ଘାଟରୁ ବାଲି ବୋଝେଇ କରି ୨ଟି ହାଇୱା ଆଗରପଡ଼ା ରାସ୍ତାରେ ଦୃତ ଗତିରେ ଯାଉଥିଲା । ଏଥିରେ ସନ୍ଦେହ ହେବାରୁ ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା ହାଇୱା ୨ଟି ଅଟକାଇ ଯାଂଚ କରିଥିଲେ । ମାତ୍ର ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ ଥାନା କେସ୍ ନଂ ୧୩୩/୨୫ରେ ଏକ ମାମଲା ରୁଜ୍ଜୁ କରି ସଂପୃକ୍ତ ୨ଟି ହାଇୱା ନଂ ଓଡି-୦୧- ଏଜେଡ-୮୦୬୨ ଓ ଓଡି୩୫-୨୪୬୯କୁ ପୋଲିସ୍ ଜବତ୍ କରିଥିବାର ଜଣାପଡ଼ିଛି ।

Read More Text.
Photo of telnati school

ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଆଗରପଡ଼ା,ତା୧୯/୧୨(ପିଏନଏସ):ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ, ସିଆରସିସି ନିରଞ୍ଜନ ଖିଲାର,ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ, ଉପସଭାପତି ଦୋଳଗୋବିନ୍ଦ ନାଥ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଅଜିତ ରାଉଳ ସ୍ୱାଗତ ଭାଷଣ ଓ ଶିକ୍ଷକ ବିରେନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । […]

Read More Text.
Maoist e1766157354798 300x101

ପୁଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି। ତା’ର ନାଁ ଫଗୁନ ମାଡଭି। ଫଗୁନ ନାମରେ ଛତିଶଗଡ଼ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଇନ୍ଦ୍ରାବଦୀ ଜଙ୍ଗଲରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ପୁଲିସ ଏବଂ ଯବାନଙ୍କ ମିଳିତ ଟିମ ଜଙ୍ଗଲରେ କୋମ୍ବିଂ ଅପରେସନ କରିଥିଲେ। ଏହି […]

Read More Text.
10 10 e1766157048463 300x87

ରୋଚକ ଦୃଶ୍ୟ: ଏକାଠି ବସି ଚା ପିଇଲେ ମୋଦୀ, ପ୍ରିୟଙ୍କା, ସୁପ୍ରିୟା-ଧର୍ମେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଚା ପିଉଥିବା ଏକ ଭିନ୍ନ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ସଂସଦର କାର୍ଯ୍ୟକାରିତା ଏବଂ ଅଧିବେଶନର କାର୍ଯ୍ୟଧାରା ସମ୍ପର୍କରେ […]

Read More Text.