12 e1767369669701 300x131

ସ୍ବିଜରଲାଣ୍ଡ ସ୍କି ରିସର୍ଟ ଅଗ୍ନିକାଣ୍ଡରେ ୪୭ ମୃତ: ୫ଦିନ ରାଷ୍ଟ୍ରୀୟ ଶୋକ ପାଳନ

ଜେନିଭା: ନୂଆବର୍ଷ ପାଳନ ସମୟରେ ସ୍ବିଜରଲାଣ୍ଡର କ୍ରାନ୍ସ ମଣ୍ଟାନା ସହରରେ ଏକ ସ୍କି ରିସର୍ଟ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୪୭ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ଏକ ଦୁର୍ଘଟଣା ଏବଂ ଏହାପଛରେ ଆତଙ୍କବାଦୀ ସଂଗଠନର କୌଣସି ହାତ ନାହିଁ ବୋଲି ସ୍ବିଜରଲାଣ୍ଡ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣା ପାଇଁ ସ୍ବିଜରଲାଣ୍ଡରେ ୫ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ କୁହାଯାଇଛି […]

Read More Text.
Indore

ଇନ୍ଦୋରରେ ଉଗ୍ର ରୂପ ନେଲା ଦୂଷିତ ପାଣି ସମସ୍ୟା : ୫୦୦ରୁ ଅଧିକଙ୍କୁ ଝାଡ଼ାବାନ୍ତି, ଆଇସିୟୁରେ ୩୨ ଜଣ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି । ଦୂଷିତ ପାଣି ପିଇ ଅଞ୍ଚଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୫୦୦ରୁ ଅଧିକ ଲୋକଙ୍କ ବାନ୍ତି ଏବଂ ଝାଡା ହେଉଥିବା ବେଳେ ୨୦୦ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ୩୨ ଜଣ ଆଇସିୟୁରେ ଜୀବନ ସହିତ ଲଢୁଛନ୍ତି । ଖବର ମୁତାବକ, ଗୁରୁବାର ଦିନ ଭାଗିରଥିପୁରର ୧୭୧୪ ଘରକୁ […]

Read More Text.
School student

ୟୁପି ପରେ ରାଜସ୍ଥାନରେ ସ୍କୁଲରେ ଛାତ୍ରଛାତ୍ରୀ ଖବରକାଗଜ ପଢିବା ବାଧ୍ୟତାମୂଳକ

ରାଜସ୍ଥାନ : ସ୍କୁଲ ଶିକ୍ଷାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । କରୋନା ପରେ ଅନଲାଇନ କ୍ଲାସ ସ୍କୁଲ ସିଷ୍ଟମର ଅଂଶ ହୋଇଛି । ସ୍କୁଲ ପିଲାଙ୍କ ନିର୍ଭରତା ମୋବାଇଲ, ଲାପଟପ୍ ଏବଂ ଇଣ୍ଟରନେଟରେ ବଢୁଛି । ଏହି କାରଣ ଯୋଗୁଁ ପିଲାମାନେ ବହି ଠାରୁ ଦୂରେଇ ଯାଉଛନ୍ତି । ଏହାକୁ ନେଇ ଶିକ୍ଷା ବିଶେଷଜ୍ଞ ଚିନ୍ତାରେ ରହିଛନ୍ତି । ଏହାକୁ ଦେଖି ରାଜ୍ୟ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ରାଜସ୍ଥାନ ସରକାର […]

Read More Text.
Rajasthan

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ବେଳେ ମାଡ଼ିଗଲା ଟ୍ରେଲର, ୪ ମୃତ, ଅନେକ ଆହତ

ରାଜସ୍ଥାନ : ରାଜସ୍ଥାନ ବିକାନେର ଜିଲ୍ଲାରେ ଅଘଟଣ । ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମୁତାବକ, ବିକାନେର ନାପାସର ଅଞ୍ଚଳରେ ଗତ ରାତିରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । ଆହତ ହୋଇଥିବା ଲୋକଙ୍କୁ ସହାୟତା କରୁଥିବା ସମୟରେ ଦ୍ରୁତ ଗତିରେ ଏକ ଟ୍ରେଲର ଆସି ଏମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା । […]

Read More Text.
Images (1)

ଖଣିରେ ବିସ୍ଫୋରଣ; ୪ କଲରାପତରିଆଙ୍କ ମୃତ୍ୟୁ

ବେଙ୍ଗଳୁରୁ: ମାରିଦେଲେ ୪ ବାଘ । ବେଙ୍ଗଳୁରୁ ଉପକଣ୍ଠ ଚିକ୍କନହଲ୍ଲି ଅଞ୍ଚଳର ଏକ ଖଣିରେ ବିସ୍ଫୋରଣରେ ୪ କଲରାପତରିଆଙ୍କ ଜୀବନ ଯାଇଛି । ମୃତ ବାଘ ମଧ୍ୟରେ ଏକ ଗର୍ଭବତୀ ଥିବା କହିଛି ବନ ବିଭାଗ । ବେଆଇନ ବିସ୍ଫୋରଣ ଯୋଗୁଁ ବାଘ ମରିଥିବା ବେଳେ, ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ବନବିଭାଗ ପକ୍ଷରୁ ବାଘ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏଯାଏ ବନବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ […]

Read More Text.
Iran

ଇରାନରେ ସରକାର ବିରୋଧୀ ହିଂସା; ୭ ମୃତ, ୧୩ ଆହତ

ଇରାନ୍ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ବାହିନୀର ଜଣେ ଯବାନ ମଧ୍ୟ ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ତେହରାନରୁ ଆରମ୍ଭ ହୋଇଥିବା ଏହି ହିଂସାତ୍ମକ ପ୍ରଦର୍ଶନ ଏବେ ଇରାନର ୫୦ ରୁ ଅଧିକ ସହରରେ ପହଞ୍ଚିଛି । ଏହି ପ୍ରତିବାଦଗୁଡିକ ସୁରକ୍ଷା […]

Read More Text.
Vigilance

ଭିଜିଲାନ୍ସ ଜାଲରେ ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଆଉ ଜଣେ ଜଙ୍ଗଲ ବାବୁ ।  ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ ଗିରଫ ।  ୫୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ / ସିପିଏ ଯୋଜନା ପାଣ୍ଠିରେ ହେରଫେର କରିଥିବା ଅଭିଯୋଗ ଥିଲା । ଦକ୍ଷିଣ ବନଖଣ୍ଡ ଥୁଆମୁଲ ରେଞ୍ଜ ର ପୋଖରିଗୁଡ଼ା ନଣ୍ଡା ପାହାଡ଼ ରେ ୫୦ ହେକ୍ଟର , […]

Read More Text.

ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁନାର ଧନୁ

ରାଉରକେଲା: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ରାଉରକେଲା ସହରରୁ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି ବିଧିବଦ୍ଧ ଭାବରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରାୟ ୧ କେଜି ସୁନାରେ ନିର୍ମାଣ ହୋଇଛି ଏହି ଧନୁ । କେବଳ ଯେ ୧ କେଜି […]

Read More Text.
Accident 3

ବସ-ବାଇକ ମୁହାଁମୁହିଁ ଧକ୍କା , ୩ ମୃତ

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ୨୨୦ ନମ୍ୱର ଜାତୀୟ ରାଜପଥ ରାନିବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ ସହ ବାଇକର ମୁହାଁମୁହିଁ ଧକ୍କା । ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି  । ବସଟି ରାଇରଙ୍ଗପୁର ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା । ଘଟଣାସ୍ଥଳରୁ ୨ ମୃତକଙ୍କୁ ରାଇରଙ୍ଗପୁର ଡାକ୍ତର ଖାନାକୁ ନେଇଯାଇଥିବା ବେଳେ ଅନ୍ୟଜଣେ ବସ ତଳେ ଚାପି ହୋଇରହିଛନ୍ତି । […]

Read More Text.
Chilika 1

ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଚିଲିକା : ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରିବେ ବିଡ଼ିଓ । କଟକଣାକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ […]

Read More Text.