ବାଇକ ସହ କେନାଲ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ  ହାତୀମଡା ଗ୍ରାମର ପଙ୍କଜ ବେହେରା (28) ଗତକାଲି ବିଳମ୍ବିତ ରାତ୍ରୀରେ ନିଜର ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବାଇଗଣବଡ଼ିଆ ଛକ ନିକଟରେ ହଳଡିଆ ବନ୍ଧ କେନାଲ ରେ ଭରସାମ୍ୟ ହରାଇ ବାଇକ ସହ ପଡିଯାଇ ମୃତ୍ୟୁବରଣ କରିଛନ୍ତି l ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶ୍ରମ ବାହିନୀ ସହାୟତାରେ ମୃତକ କୁ ଉଦ୍ଧାର କରି […]

Read More Text.
IMG 20261008 WA0353

ବିଶିଷ୍ଟ ପରିବେଶବିତ୍ ପ୍ରଦୀପ୍ତ କବି ପାଇଲେ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ( ଉପଖଣ୍ଡ)୨୦୨୬

ବାରିପଦା : ବାରିପଦା ଵନଖଣ୍ଡର ସଂକଳ୍ପ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୬  ଉଦଯାପନୀ  ସମାରୋହ ଶିମିଳିପାଳ ବ୍ୟାଘ୍ର  ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ବାରିପଦା ଆଞ୍ଚଳିକ ବନ ସଂରକ୍ଷକ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ  ଯୋଗଦେଇ  ଚଳିତ ବର୍ଷର ବାର୍ତ୍ତା “ବାସସ୍ଥଳୀ ସଂଯୋଗ,ସମୃଦ୍ଧ […]

Read More Text.
IMG 20261008 WA0352

ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଜନଆନ୍ଦୋଳନର ଆହ୍ୱାନ

ବାରିପଦା : ଓଡ଼ିଶା ମୁଣ୍ଡା ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (OMSA) ଏବଂ ଭାରତ ମୁଣ୍ଡା ସମାଜ ପକ୍ଷରୁ ଏକ ସାଧାରଣ ସଭା ଓ ମିଳନ ଉତ୍ସବ ଆୟୋଜନ ନେଇ ଆଲୋଚନା କରାଯାଇଛି।  ଦିଗାମ୍ବର ସିଂଙ୍କ ଅଧକ୍ଷତାରେ ତଥା  ପୂର୍ବତନ ବିଇଓ ନେପାଳ ମୁଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ “ଶିକ୍ଷା ଆମ ଅଧିକାର, ଏକତା ଆମ ଶକ୍ତି” ଏବଂ “ଶିକ୍ଷିତ ମୁଣ୍ଡା, ସଶକ୍ତ ମୁଣ୍ଡା ସମାଜ” ଭଳି ମନ୍ତ୍ରକୁ ଆଧାର କରି ମୁଣ୍ଡା ସମାଜର ଛାତ୍ରଛାତ୍ରୀ […]

Read More Text.
IMG 20261008 WA0343

କାଦୁଆଣୀ ଅଞ୍ଚଳରେ ନେଟୱର୍କ ସମସ୍ୟା, ଗ୍ରାମବାସୀ ହନ୍ତସନ୍ତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତର କାଦୁଆଣୀ ଅଞ୍ଚଳରେ ଦୀର୍ଘଦିନ ଧରି ମୋବାଇଲ୍ ନେଟୱର୍କ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ସୂଚନା ଅନୁସାରେ, କାଦୁଆଣୀ ଗାଁରେ ଥିବା ମୋବାଇଲ୍ ଟାୱାରକୁ ଯୋଗାଣ ଦେଉଥିବା କେବୁଲ ତାର ଛିଣ୍ଡିଯାଇଥିବାରୁ ନେଟୱର୍କ ସେବା ବ୍ୟାହତ ହୋଇଛି। ଫଳରେ କାଦୁଆଣୀ ସମେତ ମିରୁଡି, ଭାଦୁପାଣି ଓ ଅର୍ଜୁନପାଣି ଗାଁର […]

Read More Text.
20261008

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦ ଆହ୍ବାନ ମୟୂରଭଞ୍ଜ ଜିଲ୍ଲାରେ ସଫଳ 

ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ୍,୨୦୨୬କୁ ରଦ୍ଦ, ଅଗଣତାନ୍ତ୍ରିକ ଓ ଏକଛତ୍ରବାଦୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ସହିତ ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗର ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ, ରାଜ୍ୟର ଅବନତିଶୀଳ ଶିକ୍ଷା ବ୍ୟବସ୍ଥା ପାଇଁ ଅପାରଗ ଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତ ଜନଗଣଙ୍କୁ ତୁରନ୍ତ ସଠିକ୍ କ୍ଷତି ପୂରଣ ଓ […]

Read More Text.
Nana

ନାନା ପାଟେକରଙ୍କ ପରଲୋକ, ପିଏମ୍ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ନେତାଙ୍କ ଶୋକ

ନୂଆଦିଲ୍ଲୀ : ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ । ଡାକ୍ତରଖାନା ନେବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ନିଜର ଶକ୍ତିଶାଳୀ ଅଭିନେତ୍ରୀ ଶୈଳୀ ଓ ସଂଳାପ […]

Read More Text.
Rahul pruyanka

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR, ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ FIR । ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଡ଼ୁଆ ବଢ଼ିଛି । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉଭୟଙ୍କ ନାଁରେ FIR ରୁଜୁ କରିଛି ଦିଲ୍ଲୀ ପୋଲିସ । ଖବର ମୁତାବକ, ଦିଲ୍ଲୀରେ ବିରୋଧୀ INDIA […]

Read More Text.
IMG 20261008 WA0068 750x430

ୟୁକ୍ରେନରେ ଋଷର ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣ, ୩୩ ମୃତ

କିଭ୍ : ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହରରେ ଋଷ ସେନାର ଏକ ଭୟାନକ ବିମାନ ଆକ୍ରମଣ ଯୋଗୁଁ ଅତି କମରେ ୩୩ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଋଷ ଗ୍ଲାଇଡ୍ ବୋମା ବ୍ୟବହାର କରି ଯାତ୍ରୀବାହୀ ବସ୍ ଏବଂ ବସ୍ ଷ୍ଟପ୍ ଅଞ୍ଚଳକୁ ସିଧାସଳଖ ଟାର୍ଗେଟ କରିଥିଲା , ଯାହାଫଳରେ ଦୁଇଟି ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା। ୟୁକ୍ରେନ […]

Read More Text.
IMG 20261008 WA0007 750x430

ସାଉଦି ବିମାନବନ୍ଦର ଉପରେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼: ୩ ମୃତ, ୩୬ ଗୁରୁତର

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ ବିମାନବନ୍ଦର’କୁ ଲକ୍ଷ୍ୟ କରି ୟେମେନର ହୁତି ବିଦ୍ରୋହୀମାନେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼ କରିଥିବା ନେଇ ଦାବି କରିଛନ୍ତି । ସାଉଦି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ଏହି ଆକ୍ରମଣ ଓ […]

Read More Text.
Download (3)

ବାଣ ବିସ୍ଫୋରଣରେ ଆଖି ବୁଜିଲେ ବାପ-ପୁଅ

ଜଗତସିଂହପୁର : ଜଗତସିଂହପୁରରେ ଅଭାବନୀୟ ଘଟଣା । ବାଣ ବିସ୍ଫୋରଣ ନେଇଗଲା ଦୁଇ ନୀରିହଙ୍କ ଜୀବନ । ବିସ୍ଫୋରଣରେ ଆଖି ବୁଜିଲେ ଗୋଟିଏ ପରିବାରର ବାପ-ପୁଅ । ଜଗତସିଂହପୁର ଜିଲ୍ଲା ମହିଲୋ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ବିସ୍ଫୋରକ ଘଟଣା । ସୂଚନା ମୁତାବକ, ମହିଲୋ ଗାଁରେ ମନୋରଞ୍ଜନ ସ୍ଵାଇଁଙ୍କ ଘରେ ଏଭଳି ବାଣ ବିସ୍ଫୋରଣ ଘଟିଛି। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଚି। ମୃତକ ହେଲେ ଖୋଦ୍ ମନୋରଞ୍ଜନ ସ୍ବାଇଁ ଏବଂ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ବାଇଁ । […]

Read More Text.