ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା। ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ । ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଯୁକ୍ତ ଦୁଇ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ […]

Read More Text.

କଣାସରେ ଥମୁନି ଝାଡ଼ାବନ୍ତି: ପୁଣି ୩ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି। ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଜାଗୁଳେଇପଦରରୁ ପୁଣି ୩ଜଣ ଝାଡ଼ାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ […]

Read More Text.

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ର ୧୩୭ ତମ ଜୟନ୍ତୀ ମହାସମାରୋହରେ ପାଳିତ

ବାରିପଦା – ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକ ଅନ୍ତର୍ଗତ ମହିଷିକୁଦର ଗ୍ରାମରେ ସତସଙ୍ଗ ଉପଯୋଜନା କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜୟନ୍ତୀ ମହାସମାରୋହରେ ରବିବାର ଦିନ ପାଳିତ ହୋଇଯାଇଛି ।ସକାଳେ ନଗର ସଂକୀର୍ତ୍ତନ ହୋଇଥିଲା ।ପରେ ଠାକୁରଙ୍କ ପୂଜାର୍ଚ୍ଚନା ,ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଡଃ ବିଚିତ୍ରାନନ୍ଦ ପଟନାୟକ, ମୁଖ୍ୟ ଅତିଥି ଶତ୍ରୁଘ୍ନ ତିରିଆ ସମେତ ବହୁ ‌ସାଧକ […]

Read More Text.

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମୋଟ ୨୦୨ଗୋଟି ଅଭିଯୋଗର ହେଲା ଶୁଣାଣି ବାରିପଦା: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଶ୍ରୀ ବିଭୁତି ଭୂଷଣ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଯୁଗ୍ମ ଜନଶୁଣାଣୀ ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଜନଶୁଣାଣୀ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ., ଅତିରିକ୍ତ […]

Read More Text.

ମୋରଡା, ରାସଗୋବିନ୍ଦପୁର ଏବଂ ବାରିପଦା ପୌରାଞ୍ଚଳରେ ଅନୁଷ୍ଠିତ ହେବ ଜନଅଭିଯୋଗ ଶୁଣାଣୀ ଶିବିର

ବାରିପଦା: ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମୋରଡା ବ୍ଲକ ,ବାରିପଦା ପୌରାଞ୍ଚଳ ଓ ରସଗୋବିନ୍ଦପୁର ବ୍ଲକରେ ସମ୍ପୃକ୍ତ ଅଂଚଳର ଲୋକମାନଙ୍କ ପାଇଁ ଜନଅଭିଯୋଗ ଶୁଣାଣୀ ବୈଠକ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ତା ୦୪-୦୨-୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ସମୟ ରେ ମୋରଡା ପଂଚାୟତ ସମିତି କାର୍ଯ୍ୟାଳୟ ରେ, ତା ୦୫-୦୨-୨୦୨୫ […]

Read More Text.

ପଞ୍ଚଭୂତରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି; ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଦୁବୁଲାଵେଡା (ବିକାଶ ନଗର) ଗ୍ରାମରେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଗ୍ରସେନ ଗିରି ସାର୍ (୭୬) ବର୍ଷ ବୟସରେ ତାଙ୍କ ନିଜସ୍ବ ବାସ ଭବନରେ ଆଜି ସୋମବାର ସକାଳ ୬ ଟା ପାଖାପାଖି ସମୟରେ ମହାପ୍ରୟାଣ ହୋଇଯାଇଛି ।ସେ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ ।ତାଙ୍କୁ ତୁରନ୍ତ ହସ୍ପିଟାଲ କୁ ନିଆ ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ସେ ୧୯୬୦ ମସିହାରୁ ଅନ୍ୟାନ୍ୟ ସରକାରୀ ଚାକିରୀ କୁ […]

Read More Text.

କୁଡୁମୀ ସେନା ପକ୍ଷରୁ ଆସାମ ରେ ଅନୁଷ୍ଠିତ ତ୍ରୀ ଦିବସୀୟ କୁଡୁମୀ ସମ୍ମିଳନୀ ରେ ଯୋଗଦାନ

ବାରିପଦା – ଆସାମ ରାଜ୍ୟ ର ୧୭ ଟି ଜିଲ୍ଲା ରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଛନ୍ତି | ଆସାମ କୁଡୁମୀ ସମାଜର ତ୍ରୀ ଦିବସୀୟ (୩୧ଜାନୁୟାରୀ ରୁ ୦୨ ଫେବୃୟାରୀ)୨୨ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

(ରୋହନଙ୍କ ଶତକ ବଳରେ ବି ସି ଏ ବିଜୟୀ) ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ମ୍ୟାଚରେ ବି ସି ଏ ଦଳ ମୟୁରଭଞ୍ଜ (ଏ) କୁ ୧୪୫ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ସି ଏ ଦଳ ୪୦ ଓଭରରେ […]

Read More Text.

କୋର୍ଟଙ୍କ ଆଦେଶକୁ ଅବମାନନା, ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ

ମାଲକାନଗିରି, ୩।୨ : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପର୍-ୱାନା ଜାରି କଲେ ମାଲକାନଗିରି ଏସଡିଜେଏମ । ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଏସଡିଜେଏମ ଏହି ଫଇସଲା ଶୁଣାଇଛନ୍ତି। ଖବର ଅନୁଯାୟୀ ଗତ ୨୦୧୯ ଡିସେମ୍ବର ୨୭ରେ ସନ୍ଦେହ ଜନକ ଭାବେ ନିଖୋଜ […]

Read More Text.

ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି କରି […]

Read More Text.