ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା

ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ […]

Read More Text.

ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ସହ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଏଭଳି ଅନୁଷ୍ଠାନର ଏକ ବଡ ଭୂମିକା ରହିଛି। ଆଜିର ଏହି ଦିନ କେବଳ ଉତ୍ସବ ପାଳନରେ ସୀମିତ ନୁହେଁ, ଏହାର ଗୁରୁତ୍ଵ ଏବଂ ଆବଶ୍ୟକତାକୁ ବୁଝିବାର ଏକ ଅବସର ଅଟେ। ପୁରୀ ଠାରେ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ […]

Read More Text.

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା ଅଭିଯୋଗ ଲଗାଇ ଯେଉଁପରି ଭାବେ ଜେଲ ମୁହାଁ କରାଇ ପ୍ରତିଶୋଧ ପରାୟଣ ରାଜନୀତି ବିଜେପି ସରକାର କରୁଛି, ତାହା ବିରୋଧରେ ଏହି ପ୍ରଦର୍ଶନ ରହିଥିଲା । […]

Read More Text.

ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ ଦୁଃଖ, ସାଧାରଣ ମାନବର ସମସ୍ୟା, ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ ବୋଲି ସେ କହିଛନ୍ତି। ଏସବୁ ବୁଝିବା ଓ ଅନୁଭବ କରିବା ପାଇଁ ସେତିକି ଆଗ୍ରହ ଆବଶ୍ୟକ। ସଂସଦର […]

Read More Text.

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ଘରେ ରେଡ୍, ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଅଭିଯୋଗ

ସମ୍ବଲପୁର: ପ୍ରଫେସରଙ୍କ ଘରେ ସିବିଆଇ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଘରେ ରେଡ୍ ହୋଇଛି ।  ଆଜି ସିବିଆଇ ଟିମ୍ ବୁଲୁ ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏହି ଯାଞ୍ଚ ଟିମରେ ୫ ଜଣ ଅଧିକାରୀ ରହିଛନ୍ତି ।  ଦୀର୍ଘ ଦୁଇ ଘଣ୍ଟା ଧରି ପ୍ରଫେସର ବୁଲୁ ମହାରଣାଙ୍କ ଘରେ ତଦନ୍ତ କଲା ପରେ ସିବିଆଇ ଟିମ ଜ୍ୟୋତି ବିହାର ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟକୁ ଆସିଛନ୍ତି । ଦୁଇ ଘଣ୍ଟା ଭିତରେ ସିବିଆଇ […]

Read More Text.

ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି

ଭୁବନେଶ୍ୱର: ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି। ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍‌ ଆଧାରିତ ଓ ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ପ୍ରକାର ଭେଦ, କେଉଁ ଅଞ୍ଚଳରେ କେଉଁ କ୍ୟାନ୍‌ସର ରେଜିଷ୍ଟ୍ରିରୁ ଜଣାପଡ଼ିବ। ତଥ୍ୟ ଆଧାରରେ ସରକାର ଜନସ୍ବାସ୍ଥ୍ୟ ପାଇଁ ପଦକ୍ଷେପ ନେବେ। […]

Read More Text.

ଆତ୍ମସମର୍ପଣ କଲେ ଦୁଇ ମାଓ ଦମ୍ପତି

ଭୁବନେଶ୍ବର: ଦୁଇ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଝାଡ଼ଖଣ୍ଡର ଗଢଚିରୋଲି ଠାରେ ୪ଜଣଯାକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରଥମ ମାଓବାଦୀ ଦମ୍ପତି ହେଲେ ୬୩ ବର୍ଷୀୟ ବାଲାନ୍ନା ଏବଂ ତାଙ୍କ ୫୪ ବର୍ଷୀୟ ପତ୍ନୀ ବନିତା। ଠିକ୍ ସେହିପରି ମାଓନେତା ସମୀର ଓ ତାଙ୍କ ପତ୍ନୀ ମୁନ୍ନି ବି ଆତ୍ମସମର୍ପଣ କରିଛନ୍ତି। ବାଲାନ୍ନା ଡିଭିସିଏମ୍ ଓ ବନିତା ଏସିଏମ ଭାବେ ସକ୍ରିୟ ଥିଲେ। ଉଭୟ […]

Read More Text.

ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ

ବାରିପଦା: ଆଉ ନାହାନ୍ତି ଓଡିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି । ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଥିଲେ ପୂର୍ବତନ ବିଧାୟକ ହରିହର ମହାନ୍ତି ଓ ଶୀତଳ କୁମାର ମହାନ୍ତି ଙ୍କ ସୁପୁତ୍ର । ସେ ୧୯୭୧ ମସିହାରେ କଟକ ଆକାଶବାଣୀ କେନ୍ଦ୍ରର ଜଣେ […]

Read More Text.

ସନାତନ ବିରୋଧୀ ଚାହୁଁଥିଲେ କୁମ୍ଭମେଳାରେ ବଡ଼ ଅଘଟଣ ଘଟୁ : ଯୋଗୀ

ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭମେଳାରେ ମୌନି ଅମାବାସ୍ୟା ଦିନ ଜାନୁଆରୀ ୨୯ ତାରିଖରେ ହୋଇଥିବା ଦଳାଚକଟା ଓ ସେଥିରେ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ଜାରି ରହିଛି । ଏହାକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଥିବାବେଳେ ତାହାର କଡ଼ା ଜବାବ ଦେଇଛନ୍ତି ଯୋଗୀ । ଏହି ଘଟଣାରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। […]

Read More Text.

ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା, କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର : ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଆଇଛି । ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ । ସୂଚନା ଅନୁସାରେ ଆଜି ସକାଳୁ ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍ । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା ।  ଘରୁ ସାଇକେଲ […]

Read More Text.