ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା: ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି। ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରବିବାର ସକାଳେ ୭.୪ ଡିଗ୍ରି ସେଲସିୟସ୍ ସହିତ ପାହାଡ଼ିଆ ସ୍ଥାନ ଜି.ଉଦୟଗିରି ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ସେହିପରି କୋରାପୁଟର ସେମିଲିଗୁଡ଼ାରେ ତାପମାତ୍ରା ୧୦.୨ […]

Read More Text.

ଡିଏସ୍‌ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

ଯାଜପୁର: ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ଅଛନ୍ତି। ସେ ହେଲେ ବଳରାମ ନାୟକ। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ସେ ଏକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇଥାନ୍ତେ। ସୂଚନା‌ ଅନୁସାରେ ଡିଏସ୍‌ପି ବଳରାମ ନାୟକ ଆଜି […]

Read More Text.

କ୍ୟାନସର୍ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନିଜର କେଶ ଦାନ କରି ଚର୍ଚ୍ଚାରେ ଜୟଶ୍ରୀ

ଆଗରପଡ଼ା :ଜଣେ କ୍ୟାନସର୍ ପୀଡ଼ିତା କେମୋ ନେବା ପରେ ତାଙ୍କର ସମସ୍ତ ଚୂଳ ଝଡ଼ି ଯାଇଥାଏ । ଯାହା ଫଳରେ ସେ ସୁସ୍ଥ ହୋଇ ଘରକୁ ଫେଣିବା ପରେ ବାହାରକୁ ବାହାରିବା ପାଇଁ ଲଜ୍ଜିତ ଅନୁଭବ କରିଥାଏ । କାରଣ ନାରୀର ସୌନ୍ଦର୍ଯ୍ୟ ହେଉଛି କେଶ । ତେଣୁ ସେମାନଙ୍କୁ ଲଜ୍ଜା ମୁକ୍ତ କରିବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶାର ‘ସୋପ୍‌ଭା’ଟ୍ରଷ୍ଟ ନାମକ ଏକ ସଂସ୍ଥା ଉକ୍ତ ମହିଳାଙ୍କୁ ବିନା ମୂଲ୍ୟରେ […]

Read More Text.

ଅଙ୍ଗନବାଡ଼ି ଗୃହ ନିର୍ମାଣରେ ଅନିୟମିତତା

ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ ଖାତା ଓ ପ୍ଲଟ ନମ୍ବରରେ ଚଂଚକତା ଆଗରପଡ଼ା:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ୨୦୧୬-୧୭ ଆର୍ôଥକ ବର୍ଷରେ ଅନୁମୋଦିତ ହୋଇଥିବା ଅଙ୍ଗନବାଡ଼ିର ନିର୍ମାଣ କାର୍ଯ୍ୟ ଚାଲିଛି । ଏମଜିଏନଆରଜିଏସ ଯୋଜନାରେ ୮ଲକ୍ଷ, ଡ଼ବ୍ଳ୍ୟଏଣ୍ଡସିଡ଼ିରେ ୨ଲକ୍ଷ ଓ ଏସଏଫସିସିଜିପିରେ ୨ଲକ୍ଷ ଏହିପରି ଭାବରେ ଉକ୍ତ ୩ଗୋଟି ଯୋଜନାରେ ୧୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ଚାଲିଛି । କିନ୍ତୁ ଯେଉଁ ଜାଗାରେ ଉକ୍ତ ନିର୍ମାଣ କାର୍ଯ୍ୟ […]

Read More Text.

ସାଧନକେନ୍ଦ୍ର ସ୍ତରୀୟ ଏମସିଏମ ବୈଠକ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ଏମସିଏମର ନବମ ବୈଠକ ବୃନ୍ଦାବନପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ର କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡାର ବରିଷ୍ଠ ପ୍ରଶିକ୍ଷକ ମଧୁସ୍ମିତା ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଆଂଚଳିକ ସାଧନକେନ୍ଦ୍ର ଅଧୀନରେ କାର୍ଯ୍ୟକରୁଥିବା ରଞ୍ଜନ କୁମାର ମୁଣ୍ଡା, ଉର୍ମିଳା ପଣ୍ଡା, ଗଗନ ଦାଶ, ସତ୍ୟବ୍ରତ ଦେହୁରୀ, […]

Read More Text.

ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଅଣିଜୋ ପଂଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନରିପୁରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିକ୍ରମ କେଶରୀ ପାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଏବିଓ ପ୍ରମୋଦ ପଣ୍ଡା,ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ତ୍ରିପାଠୀ,ସମ୍ମାନୀତ ଅତିଥି ଏବିଓ ଭାଗିରଥି ପାତ୍ର,ସରପଂଚ ମାଳତୀଲତା ପୃଷ୍ଟି,ସମିତି ସଭ୍ୟା ଅତସ୍ମିତା ରାଉତ,ପୂର୍ବତନ ସିଆରସିସି ମନୋଜ ରାଉଳ,ଜଗତ୍ ଜୀବନ ଜେନା,ଏନପିଏସ ସଂଘ ସଭାପତି ସୁକାନ୍ତ ବେହେରା,ସିଆରସିସି ଅକ୍ଷୟ ସାହୁ,ଗୋପିନାଥଜୀଉ ଉଚ୍ଚପ୍ରାଥମିକ […]

Read More Text.

ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ

ଆଗରପଡ଼ା :ଆଗରପଡ଼ା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଶନିବାର ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱେଚ୍ଛାସେବୀମାନେ ଆଗରପଡ଼ା ବସ୍‌ଷ୍ଟାଣ୍ଡ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଗରପଡ଼ା କଲେଜ ଛକ ନିମଟରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ସଫେଇ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ପାଖାପାଖି ୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ପ୍ରକାଶ ରାଉତ ଓ ଏନ୍‌ସିସି ମୁଖ୍ୟ ଜଗନ୍ନାଥ ଦାସ ନେତୃତ୍ୱ ନେଇଥିଲେ ।

Read More Text.

ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଦିଲ୍ଲୀର ସପିଏନ୍ସ

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ୨୯ତମ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିଲ୍ଲୀ ସପିଏନ୍ସ ୭ ରନରେ ବାଙ୍ଗାଲୁରର କାନାଡ଼ା ବ୍ୟାଙ୍କକୁ ପରାସ୍ତ କରିଛି । ସପିଏନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଶିବା ସିଂ ୫୧ଟି […]

Read More Text.

କଂଗ୍ରେସ ସାଂସଦଙ୍କ ପତ୍ନୀଙ୍କୁ ନେଇ ଆସାମରେ ରାଜନୈତିକ ଝଡ଼: ଆଇଏସଆଇ ଲିଙ୍କ୍ ଅଭିଯୋଗ ଅଣିଲେ ହିମନ୍ତ

ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୋରହାଟର କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏବଂ ତାଙ୍କ ପତ୍ନୀଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ତାଙ୍କର ଅଭିଯୋଗକୁ ଦୋହରାଇ ହିମନ୍ତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ୨୦୧୫ ମସିହାରେ, ଭାରତରେ ପାକିସ୍ତାନ ହାଇକମିସନର ଅବଦୁଲ ବାସିତ ପ୍ରଥମ ଥର ପାଇଁ ସାଂସଦ ଗୌରବ ଗୋଗୋଇ ଏବଂ ତାଙ୍କ ଷ୍ଟାର୍ଟଅପ୍ ପଲିସି ଫର୍ ୟୁଥ୍ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବା ପାଇଁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ନିମନ୍ତ୍ରଣ […]

Read More Text.

କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

କଟକ: ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ନାହିଁ । ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ଥିବେ ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ […]

Read More Text.