ବଜ୍ରପାତରୁ ଅଗ୍ନିକାଣ୍ଡ, ପଶୁ ଜୀବନ୍ତ ଦଗ୍ଧ

ଆଗରପଡ଼ା :ଗତ ଶୁକ୍ରବାର ରାତିରୁ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି । ବଡ଼ଗଛମାନ ଉପୁଡ଼ି ପଡ଼ି ରାସ୍ତା ଉପରେ ପଡ଼ିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଗରପଡ଼ା-ଆନନ୍ଦପୁର ରାସ୍ତା କାନପୁର ଚେକଗେଟ୍ ନିକଟସ୍ଥ ରାସ୍ତା ଉପରେ ବଡ଼ଗଛ ଉପୁଡ଼ି ପଡ଼ିଥିଲା ଯଦ୍ଦ୍ୱାରା ଏଠାରୁ ହଦଗଡ଼, ବଉଳା, ଆନନ୍ଦପୁର ଆଦି ସ୍ଥାନକୁ ଯାନବାହନ ଚଳାଚଳ ବ୍ୟାହତ ହୋଇ ପଡ଼ିଥିଲା । ଗଛକାଟି ରାସ୍ତା […]

Read More Text.

ବଦଳିଲା ବନ୍ତ ତହସିଲ କାର୍ଯ୍ୟାଳୟ ରୂପରେଖ, କର୍ମଚାରୀ ଅଭାବ ପୂରଣ ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲର ପ୍ରତିଷ୍ଠାକୁ ଇତି ମଧ୍ୟରେ ୨୮ ବର୍ଷ ପୂରିବା ସହ ନୂତନ ଗୃହ ନିର୍ମାଣର ଶୁଭ ଉଦ୍‌ଘାଟନକୁ ୧୫ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଏହାର ରୂପରେଖରେ କୌଣସି ପରିବର୍ତ୍ତନ ହୋଇପାରୁନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟର ନବକଳେବର ହେଉଥିବାରୁ ବହୁ ବର୍ଶ ପରେ ଏହାର ରୂପରେଖରେ ପରିବର୍ତ୍ତନ ହୋଇଛି । କିନ୍ତୁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏହାର ଅଭାବ ପୂରଣକୁ […]

Read More Text.

ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ଏକ କ୍ରୀଡା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ନୀତୀଶ ସାବ୍‌ଧାନ ସ୍ଥିତିରେ ରହିବା ପରିବର୍ତ୍ତେ ଏପଟ ସେପଟ ହେଉଥିବା ଦେଖାଯାଇଛି। ଜାତୀୟ ସଙ୍ଗୀତକୁ ନୀତୀଶ ଅସମ୍ମାନ କରିବା ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହାକୁ ନେଇ ବିରୋଧୀ ଆରଜେଡି ନୀତୀଶଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ନୀତୀଶ ମାନସିକସ୍ଥିତିକୁ […]

Read More Text.

ଗତିଶୀଳ ବିବିଧତା ଭାରତର ଭାଷାଗତ ପରମ୍ପରାର ସୌନ୍ଦର୍ଯ୍ୟ – ରାଜ୍ୟପାଳ

ଭୁବନେଶ୍ୱର: ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରଂପରାର ସୌନ୍ଦର୍ଯ୍ୟ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌‌ପାଟି କହିଛନ୍ତି। ଭୁବନେଶ୍ୱରଠାରେ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସୃଜନଶୀଳତା କ୍ଷେତ୍ରରେ ଭାରତ କେବେ ଭାଷା ପ୍ରତି ଅସହିଷ୍ଣୁ ଏବଂ ସଂକୀର୍ଣ୍ଣର୍ ମନୋଭାବ ରଖିନାହିଁ। ଆମର ସଭ୍ୟତା ସର୍ବଦା ବୌଦ୍ଧିକ ସ୍ୱାଧୀନତାକୁ ଗ୍ରହଣ କରିଛି ଏବଂ ସାଂସ୍କୃତିକ ବିବିଧତାକୁ ସ୍ୱୀକାର […]

Read More Text.

ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍‌‌, ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ଏନେଇ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ। ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌‌ ବାରବାଟୀରେ ଖେଳାଯିବ। ଏହି ଟି-ଟ୍ବେଣ୍ଟି ସିରିଜ୍ ଡିସେମ୍ବର ୯ରୁ […]

Read More Text.

ବିଶ୍ୱସ୍ତରୀୟ ହେବ ରାସ୍ତା, ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ

ଭୁବନେଶ୍ବର  : ରାଜ୍ୟରେ ଉନ୍ନତ ଓ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ – ୨୦୨୫କୁ ଅନୁମୋଦନ କରିଛନ୍ତି। ଏଥିରେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରାଯିବା ସହ ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରାଯିବ।

Read More Text.

ମହାନଦୀ ଜଳ ବିବାଦ ହେବ ସମାଧାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ସାକ୍ଷାତ

ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଭାଷା […]

Read More Text.

୨୦୨୫ ପାଇଁ ସାହିତ୍ୟ ଭାରତୀ ସମ୍ମାନ ପାଇବେ ସାହିତ୍ୟିକ ଶୈଳଜ ରବି

ଭୁବନେଶ୍ବର : ଚଳିତ ବର୍ଷର ସମ୍ମାନ ଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ। ସେହିପରି ବିଶିଷ୍ଟ ଡାକ୍ତର ଫାଲଗୁନୀ ରାୟଙ୍କୁ ଗଂଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ […]

Read More Text.

ବାଂଲାଦେଶ ଛାତ୍ର ଆନ୍ଦୋଳନରେ ଲାଗିଛି ବିଦେଶୀ ପାଣ୍ଠି, କ୍ରିପ୍ଟୋରେ ଶତାଧିକ କୋଟିର ନିବେଶ

ନୂଆଦିଲ୍ଲୀ : ବାଂଲାଦେଶରେ ଘଟିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ଫଳରେ ଶେଖ ହାସିନାଙ୍କ ସରକାର ଭାଙ୍ଗିଯାଇଥିଲା। ତେବେ ଏହି ଆନ୍ଦୋଳନ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଛାତ୍ର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ବହୁ ପରିମାଣର ବିଦେଶୀ ପାଣ୍ଠି ବିନିଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏଥିପାଇଁ ବର୍ତ୍ତମାନର ଅନ୍ତରୀଣ ସରକାରରେ ଥିବା ଅନେକ ନେତାଙ୍କୁ କୋଟି କୋଟି ଟଙ୍କା ମିଳିଥିବା କୁହାଯାଉଛି। କାରଣ ଆନ୍ଦୋଳନ ପୂର୍ବରୁ ଯେଉଁ ନେତାମାନଙ୍କ ପାଖରେ ପର୍ଯ୍ୟାପ୍ତ […]

Read More Text.

୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା ମନୋନୀତ

ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ଛତିଶଗଡ଼ର ପ୍ରଥମ ଲେଖକ ହେବେ। ଏହି ଭାଷାର ଅନ୍ୟତମ ଶ୍ରେଷ୍ଠ ସମସାମୟିକ ଲେଖକ ଭାବେ ବିବେଚିତ ୮୮ ବର୍ଷୀୟ କ୍ଷୁଦ୍ରଗଳ୍ପ ଲେଖକ, କବି ଓ ପ୍ରବନ୍ଧକାର ହେଉଛନ୍ତି ଦ୍ୱାଦଶ ହିନ୍ଦୀ ଲେଖକ ଯିଏ ଏହି ପୁରସ୍କାର ପାଇବେ। ଏହି ପୁରସ୍କାର ସହିତ ନଗଦ ୧୧ […]

Read More Text.