କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି। ‘ବାଇ-ଲ’ ଅନୁସାରେ ଅପରାଧ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ଶିକ୍ଷକ ଅଭିଭାବକ ସାକ୍ଷାତକାର

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ଶିକ୍ଷକ ଅଭିଭାବକ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ଓ ଗୃହୀତ ହୋଇଥିଲା । ଏହି ବୈଠକରେ ବିଭାଗୀୟ ପ୍ରଫେସର ଡ. […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ପୁରାତନ ଛାତ୍ର ସମ୍ମିଳନୀ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଂସଦର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନର ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ । ଏହି ପୁରାତନ ଛାତ୍ର ସଂସଦ ବୈଠକରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ଓ ଗୃହୀତ ହୋଇଥିଲା । ଏହି […]

Read More Text.

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାମନ୍ତ୍ରୀଙ୍କ ବାଙ୍ଗରିପୋଷୀ ଓ ବିଶୋଇ ବ୍ଲକର କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

ପ୍ରଭାବିତ ଲୋକଙ୍କୁ ଅତିଶୀଘ୍ର ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବାରିପଦା: ଆଜି ମାନ୍ୟବର ରାଜସ୍ବ ଓ ଵିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗତ ୨୦-୦୩-୨୦୨୫ ରିଖ ପ୍ରବଳ କୁଆପଥର ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବାଙ୍ଗରିପୋଷୀ ବ୍ଲକର ସୋରାସପୋଷି, ହାଣଦା, ମହୁଲବରେଇ, ସିଲପୁଞ୍ଜି, ମଣଦା ଆଦି ଗାଁ ଏବଂ ବିଶୋଇ ବ୍ଲକର ଖଡମବେଡା, ପୁଣ୍ଡିଦା,କେଶରଗଡିଆ,ସାରସପଡା, ମୂଷାମାରି, ଯୋଡ଼ିଆ ଇତ୍ୟାଦି କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ସେଦିନ ପ୍ରକୃତିର ଏହି […]

Read More Text.

ପ୍ରଧାନ ପାଣିନାଳ ଉପର ବେଆଇନ୍ ସ୍ଥାୟୀ ପକ୍କାଘର ଗୃହ ନିର୍ମାଣ ପ୍ରସଙ୍ଗ, ଅଭିଯୋଗର ୮ମାସ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଆଗରପଡ଼ା :ନୂତନ ସରାକର ଆସିବା ପରେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଳକରେ ଜବର ଦଖଲରେ ଥିବା ବିଭିନ୍ନ ଜାଗାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ଅଭିଯୋଗକୁ ୮ମାସ ବିତିଯିବା ପରେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିବା ତାର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ମାଇନର କେନାଲରୁ ବାହାରିଥିବା ଆଉଟ୍‌ଲେଟର […]

Read More Text.

କୋମାରେ ବନ୍ତ ବ୍ଳକ ଶିକ୍ଷା ବିଭାଗ, ଡେପୁଟେସନ କର୍ମଚାରୀଙ୍କ ଭରସାରେ ଚାଇିଛି କାର୍ଯ୍ୟାଳୟ

ବର୍ଷେ ହେବ ବିଇଓ ପଦବୀ ଖାଲି ପଡ଼ିଛି ଆଗରପଡ଼ା :ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରାଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାଗୁଡ଼ିକ ଫଳପ୍ରଦ ହୋଇ ପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖୁବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ । ବିଭିନ୍ନ ଦୃଷ୍ଟି କୋଣରୁ ଉକ୍ତ ଶିକ୍ଷା ବିଭାଗ ବର୍ତ୍ତମାନ ଜୋମାରେ […]

Read More Text.

ହିଂସା ମାମଲାରେ ସମ୍ଭଲ ଜାମା ମସଜିଦ ମୁଖ୍ୟ ଗିରଫ

ସମ୍ଭଲ : ୟୁପିର ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଗିରଫଦାରୀ ହୋଇଛି। ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ ଗିରଫ କରାଯାଇଛି। ସମ୍ଭଲ ପୁଲିସର ସୂଚନା ଅନୁଯାୟୀ, ୨୪ ନଭେମ୍ବର ୨୦୨୪ରେ ଘଟିଥିବା ହିଂସା ଘଟଣାରେ ଜଫର ଅଲିଙ୍କୁ ଗିରଫ କରାଯାଇଛି। ପଚରାଉଚରା ପରେ ଗିରଫ କରାଯାଇଥିଲା। ଜାଫରଙ୍କୁ ଖୁବ୍‌ଶୀଘ୍ର ଚନ୍ଦୌସି କୋର୍ଟରେ ହାଜର କରାଯିବ। ଆଜି ରବିବାର ଅପରାହ୍ନରେ ପୁଲିସ ସଦର ଜାଫର ଅଲିଙ୍କୁ ହେପାଜତକୁ ନେଇଛି। ତାଙ୍କୁ ତାଙ୍କ ଘରୁ ଉଠାଇ […]

Read More Text.

ଆମେରିକାରେ ଭାରତୀୟ ବଂଶୋଦ୍ଭବ ବାପା-ଝିଅଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅକୁ ଗୁଳି କରି ହତ୍ୟା କରାଯାଇଛି। ଏକ ତେଜରାତି ଦୋକାନରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ସେହି ତେଜରାତି ଦୋକାନରେ କାମ କରୁଥିଲେ। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅର ହତ୍ୟା ଖବର ଶୁଣି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କ ମଧ୍ୟରେ ଶୋକର […]

Read More Text.

ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତ ୨୦ ତାରିଖରେ ବିଜାପୁର ପୁଲିସ ୨୬ ଜଣ ନକ୍ସଲଙ୍କୁ ମାରିବା ପରେ ସଂଗଠନରେ ହଡକମ୍ପ ମଚିଥିଲା। ନକ୍ସଲ ମୃତ୍ୟୁକୁ ଭୟ କରିବା ସହ ସଂଗଠନ ଛାଡିବା ପାଇଁ ଆଗେଇ ଆସିଥିଲେ। ନକ୍ସଲ ସଂଗଠନରେ ନର୍ଯାତନା ଏବଂ ପୁଲିସର ଘନ ଘନ ଚଢାଉରେ ନକ୍ସଲଙ୍କର ମୃତ୍ୟୁ ଅନ୍ୟ ନକ୍ସଲମାନଙ୍କୁ ଭୟଭିତ କରାଇଛି। ଆନ୍ଧ୍ର ଓଡିଶା ବଡର ଡିଭିଜନ ଏବଂ ତେଲେଙ୍ଗାନା […]

Read More Text.

ପାକିସ୍ତାନରେ ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ : ପାକିସ୍ତାନରେ ଚିନି ମୂଲ୍ୟ ନିୟମିତ ବ୍ୟବଧାନରେ ବଢିଚାଲିଛି। ଚିନିର ବିକ୍ରି ମୂଲ୍ୟ ଉପରେ ସରକାର କଟକଣା ଲାଗୁ କରିଥିଲେ ସୁଦ୍ଧା ଏହା ପ୍ରଭାବଶୂନ୍ୟ ପ୍ରମାଣିତ ହୋଇଛି। ଖୋଲା ବଜାରରେ ଚିନି କିଲୋ ପିଛା ସର୍ବାଧିକ ୧୩୦ ଟଙ୍କାରେ ବିକ୍ରି କରାଯିବ ବୋଲି ନିର୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ପାକିସ୍ତାନ ମାର୍କେଟରେ ଏହା କିଲୋ ପିଛା ୧୮୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚିନିର ବିକ୍ରି ମୂଲ୍ୟ ଉପରେ […]

Read More Text.