ଜଳୁଛି ସାରା ଓଡିଶା,ଆହୁରି ୩ ଦିନ କଲବଲ କରିବ ତାତି

ଭୁବନେଶ୍ବର: ସାରା ଓଡ଼ିଶା ଜଳୁଛି। ତାତିର ତାଉରେ ଓଡ଼ିଶାବାସୀ ସିଜୁଛନ୍ତି। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨ ଦିନ ଯାଏ ସିଭିୟର ହିଟ୍ ୱେଭ୍‌କୁ ନେଇ ଝାରସୁଗୁଡା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଦିନର ତାପମାତ୍ରା ୪୬ ଡିଗ୍ରି ପାର କରିବାର ସମ୍ଭାବନା ରହିଛି […]

Read More Text.

ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। କୋର୍ଟ ପ୍ରତିଷ୍ଠା ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହିଳା କୋର୍ଟ ପ୍ରତିଷ୍ଠା ହେଲେ ବିରୋଧୀ ଅପରାଧରେ ତ୍ୱରିତ ନ୍ୟାୟ ମିଳିବା ସହ ଦଣ୍ଡ ବିଧାନ ହାର ବଢିବ। ପ୍ରାରମ୍ଭିକ ଭାବେ ୫ ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଏହା ବାଦ ୩୧୪ ବ୍ଲକରେ କୋର୍ଟ […]

Read More Text.

୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଲା ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଏକ ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୩ ବର୍ଷୀୟ ନାବାଳକ ପେଟରୁ ବାହାରିଛି ସାଇକେଲ ହାଣ୍ଡେଲର ପ୍ଲାଷ୍ଟିକ ମୁଠା। ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଏହି ନାବାଳକ ଦୁର୍ଘଟଣାର ଶିକାର ହେବା ଫଳରେ ସାଇକେଲ ହାଣ୍ଡେଲ ପେଟ ଭିତରେ ପଶିଯାଇଥିଲା। ପାଖରେ ଥିବା ସାଥୀ ପିଲାମାନେ ହାଣ୍ଡେଲଟି ଭିଡ଼ି ପେଟରୁ କାଢି ଦେଇଥିଲେ। ହେଲେ ହାଣ୍ଡେଲର ପ୍ଲାଷ୍ଟିକ ମୁଠାଟି ପେଟ ଭିତରେ ପଶି ରହିଥିଲା। ନିକଟ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯାଇଥିଲେ […]

Read More Text.

ପ୍ରଥମ ପର୍ଯ୍ୟାୟରେ ୨୦ ନୂଆ ଏନଏସି ଗଠନ ହେବ

ଭୁବନେଶ୍ବର: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଏନଏସି ଗଠନ ହେବ। ପୂର୍ବରୁ ନୂଆ ଏନଏସି ପାଇଁ ନିର୍ଦ୍ଧାରିତ […]

Read More Text.

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଛ‌ାତିଥରା ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ବଡ଼ ଖବର ଦେଇଛନ୍ତି। ଆକ୍ରମଣ ପରେ ଭୟରେ ଏକାଧିକ ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଛାଡ଼ୁଥିବା ସେ ଜଣାଇଛନ୍ତି। ଏହା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ ଭଡା ବୃଦ୍ଧି ନକରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛି ବୋଲି ସେ ସୂଚନା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଆକ୍ରମଣରେ […]

Read More Text.

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦାକଲା ଚାଇନା

ଶ୍ରୀନଗର,୨୩।୪: ପାକିସ୍ତାନ ପରେ ଏବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଚାଇନାର ପ୍ରତିକ୍ରିୟା ଆସିଛି। ନୂଆଦିଲ୍ଲୀରେ ଚାଇନାର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ବର୍ବର Terror Attackକୁ ନିନ୍ଦା କରିଛନ୍ତି। ଚାଇନା କହିଛି ଯେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ମର୍ମାହତ, ଆମେ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ। ଚାଇନା ରାଷ୍ଟ୍ରଦୂତ ଫେଇହୋଙ୍ଗ X ରେ ଲେଖିଛନ୍ତି, ‘ପହଲଗାମରେ ହୋଇଥିବା ଆକ୍ରମଣରେ ମୁଁ ମର୍ମାହତ ଏବଂ […]

Read More Text.

ଭାରତର ଚେତାବନୀ ପରେ ପାକ୍ ଥରହର, ଡାକିଲା ରୁଦ୍ଧଦ୍ଵାର ବୈଠକ

ନୂଆଦିଲ୍ଲୀ:  ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚେତାବନୀ ଦେବା ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଭାରତର ପାଲଟା ଜବାବ ଆଶଙ୍କାରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ରୁଦ୍ଧଦ୍ଵାର ବୈଠକ ଡକାଇ ବାୟୁସେନା ଏବଂ ନୌସେନାକୁ ସଜାଗ ରହିବାକୁ ସତର୍କ କରାଇଛି। ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ପ୍ରଥମ ବିବୃତି ଜାରି କରାଯାଇ ଏହି ଘଟଣାରେ ତା’ର ସମ୍ପୃକ୍ତି ନାହିଁ ବୋଲି କହିଛି। […]

Read More Text.

ପାକିସ୍ତାନ ସହ ଖେଳିବା ନେଇ ବିସିସିଆଇର ପ୍ରତିକ୍ରିୟା : ଆମ ସରକାର ଯାହା କହିବେ ଆମେ ସେଇଆ କରିବୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ନ୍ୟାୟ ମାଗୁଛନ୍ତି। ଏହି ଛାତିଥରା ଆକ୍ରମଣର ଦାୟିତ୍ୱ ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା (ଏଲ୍‌ଇଟି) ଆତଙ୍କବାଦୀ ଗୋଷ୍ଠୀର ଅଂଶ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ୍) ନେଇଛି। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ଲହରୀ ଖେଳିଯାଇଥିବା ବେଳେ କ୍ରିକେଟ ଜଗତରେ ଏହାର ପ୍ରଭାବ ପଡ଼ିଛି। ଏହି ଘଟଣା ପରେ ବିସିସିଆଇ ପାକିସ୍ତାନ ପ୍ରତି ନିଜର କ୍ରୋଧ ପ୍ରକାଶ କରିଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ଆତଙ୍କବାଦୀ […]

Read More Text.

ପହଲଗାମ ଘଟଣାରେ ଆମେ ସରକାରଙ୍କ ସହ ଅଛୁ – କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ଟୁଇଟରରେ ପୋଷ୍ଟ କରି କହିଛନ୍ତି ଯେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ। ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଏହି ଆକ୍ରମଣ ଆମ ଦେଶର ଏକତା ଏବଂ ଅଖଣ୍ଡତା ଉପରେ ଏକ କାପୁରୁଷୋଚିତ ଆକ୍ରମଣ। ୨୦୦୦ ମସିହାରେ […]

Read More Text.

ପହଲଗାମ୍ ହମ୍‌ଲା: ୧୦ ଲକ୍ଷ ସହାୟତା ଘୋଷଣା, ୩ ଆତଙ୍କୀଙ୍କ ସ୍କେଚ୍‌ ଜାରି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣା। ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଛି। ଏପରିକି ଆକ୍ରମଣକାରୀ ୩ ଆତଙ୍କୀଙ୍କ ସ୍କେଚ୍‌ ମଧ୍ୟ ଜାରି କରାଯାଇଛି। ୩ ଜଣ ଆତଙ୍କବାଦୀ ହେଲେ ଅସିଫ୍ ଫୌଜି, ସୁଲେମାନ୍ ଶା ଏବଂ ଅବୁ ତଲ୍ଲାର । ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ୍‌ ବୈଠକ ଅନୁଷ୍ଠିତ ହେବ। ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦୀ। ଏହି […]

Read More Text.