ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆଞ୍ଚଳିକ ବଣ୍ଟନ ଏବଂ ପ୍ରଜାତି ବିବିଧତାକୁ ଗୁରୁତ୍ୱ ଦେଇ, ଚଳିତ ବର୍ଷ ଜାନୁଆରୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଣନା ଆରମ୍ଭ ହେବା ପରେ ଏହି ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ରାଜନଗର ବନ ବିଭାଗ ସର୍ବାଧିକ ୫୦୫ ଡଲଫିନ୍ ସଂଖ୍ୟା ରେକର୍ଡ କରିଛି, ତା’ପରେ ଚିଲିକା […]

Read More Text.

କୁଆଡେ ଗଲା ମହିଳାଙ୍କୁ ୨୫୦୦ ଟଙ୍କା ଓ ମାଗଣା ଗ୍ୟାସ୍ ? ଦିଲ୍ଲୀ ସରକାରଙ୍କୁ ଆତିଶୀଙ୍କ ନିଶାନା

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ସରକାରଙ୍କୁ ପୁଣି ଘେରିଲା ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ନିଶାନା କରିଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା କଥା ରଖି ପାରୁନି, ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବିଜେପି କହି ଦିଲ୍ଲୀର ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଆତିଶୀ । ଦିଲ୍ଲୀବାସୀଙ୍କୁ ମୋଦୀ ଏବଂ ବିଜେପି ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲା । ହେଲେ […]

Read More Text.

ତାରଣାରେ ସାଗୁନ ବାହା ଦୋସନ୍ ପାଳିତ

ବାରିପଦା – ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୋଇଯାଇଥିଲେ ତାରଣା ବାହା ଦୋସନରେ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ଦୋସନ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ ପାଳନ କରାଯାଇଥାଏ ବାହା ପର୍ବ । ଫଗୁଣ ମାସରେ ଚନ୍ଦ୍ର ଦର୍ଶନର ପଞ୍ଚମ ତିଥିରୁ ଆରମ୍ଭ […]

Read More Text.

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପ୍ରୋତ୍ସାହନରେ ବାମନଘାଟୀ ଉପଖଣ୍ଡ ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଲକ୍ଷ୍ୟ ପୂରଣ ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ଉପଖଣ୍ଡ ପ୍ରଶାସନ ତରଫରୁ “ଏସପାଇଆର ରାଇରଙ୍ଗପୁର “(Aspire Rairangpur ) ଏକ ଅଭିନଵ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କେବଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଗୋଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକା ଅଂଚଳର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ତଥା ଦ୍ୱାଦଶ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଦ୍ୱାଦଶ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ସହିତ ପରିଷଦର ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ପରୀକ୍ଷା ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ହିସାବରେ ଆମର ସ୍ୱାଭିମାନ ବୋଧ […]

Read More Text.

ନିର୍ବାଚନ ପ୍ରକ୍ରିୟାକୁ ମଜବୁତ କରିବାକୁ ନିର୍ବାଚନ କମିଶନଙ୍କ ଦଳୀୟ ସଭାପତି ଏବଂ ନେତାମାନଙ୍କୁ ଆମନ୍ତ୍ରଣ

ବାରିପଦା: ଭାରତୀୟ ନିର୍ବାଚନ କମିଶନ ଇଆରଓ , ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ନିର୍ବାଚନ ସମ୍ବନ୍ଧିୟ ଯେକୌଣସି ସମାଧାନ ହୋଇନଥିବା ସମସ୍ୟା ପାଇଁ ୩୦ଏପ୍ରିଲ ୨୦୨୫ ସୁଦ୍ଧା ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଙ୍କଠାରୁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି । ନିର୍ବାଚନ କମିଶନ ତରଫରୁ ରାଜନୈତିକ ଦଳଗୁଡ଼ିକୁ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ, କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ପରସ୍ପର ସୁବିଧାଜନକ […]

Read More Text.

ବାରିପଦା ଠାରେ “ଲକ୍ଷପତି ଦିଦି ” ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବାରିପଦା : ଆଜି ବାରିପଦା ର ଛଉ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶା ଜୀବିକା ମିଶନ, ମୟୁରଭଞ୍ଜ ଆନୁକୂଲ୍ୟରେ “ଲକ୍ଷପତି ଦିଦି ” ସମ୍ପର୍କିତ ଏକ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇ ଅନ୍ୟାନ୍ୟ  ନିମନ୍ତ୍ରିତ ପଦାଧିକାରୀ ମାନଙ୍କ ସହିତ ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ […]

Read More Text.

କାନ୍ତକବି ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ

ଆଗରପଡ଼ା :ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ କାନ୍ତ କବି ସାହିତ୍ୟ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କବୟିତ୍ରୀ ମାନେ ଯୋଗଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅଡ଼ାଳପଙ୍କ ଗ୍ରାମର ଶ୍ରୀଯୁକ୍ତ ସଂଜୟ ସନ୍ଧିବିଗ୍ରହଙ୍କୁ ଉତ୍କଷର ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସାହିତ୍ୟ ସୁରଭି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସମ୍ମାନୀୟ […]

Read More Text.

ବିଦ୍ୟୁତ ଖୁଣ୍ଟ କାର୍ଯ୍ୟ ନିମ୍ନ ମାନର, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅଭିଯୋଗ ଆଣିଲେ ଉପଭୋକ୍ତା

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନସ୍ଥ ନିଳୋକ ପଂଚାୟତ ସମେତ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟ ପକାଇବା କାର୍ଯ୍ୟ ନିମ୍ନ ମାନ ହେଉଥିବା ଏବଂ ସଂପୃକ୍ତ ଠିକାଦାର ଉକ୍ତ ନିମ୍ନମାନର କାମ କରି କୋଟି କୋଟି ଟଙ୍କା ଆତ୍ମସାତ କରିବା ଅଭିଯୋଗ ଆଣିଲେ ଉପଭୋକ୍ତା । ଉକ୍ତ ସମସ୍ୟା ବିଷୟରେ ବିଭାଗୀୟ ଜୁନିଅର ମ୍ୟାନେଜରଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ ଏହା ଉପରେ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ […]

Read More Text.

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ବିରୋଧୀ ଓ ଶାସକ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀ ଓ ଶାସକ ବିଧାୟକଙ୍କ ହାତାହାତି ଦୃଶ୍ୟ ମଧ୍ୟ ଆଜି ଦେଖିବାକୁ ମିଳିଥିଲା। […]

Read More Text.