ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୧୦ମ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ସ୍ପୋର୍ଟସ କ୍ଲବ ନବଜ୍ୟୋତି ଯୁବକ ସଙ୍ଘକୁ ୬-୦ ଗୋଲରେ ପରାସ୍ତ କରିଥିଲା I ଶାନ୍ତିନିକେତନ ତରଫରୁ ଦୁଃଖିଶ୍ୟାମ ସୋରେନ ୩ଟି, ସହଦେଵ ସୋରେନ ୨ଟି ଓ ରାମଚରଣ ଟୁଡୁ ଗୋଟିଏ ଗୋଲ ସ୍କୋର କରିଥିଵା ବେଳେ ନବଜ୍ୟୋତିର ରାଇସେନ ହେମ୍ବ୍ରମ ଏକ ମାତ୍ର ଗୋଲ ଦେଇଥିଲେ I ୨ୟ ମ୍ୟାଚରେ ଫିଉଚର ଷ୍ଟାର ସ୍ପୋର୍ଟସ ଇଣ୍ଡିପେଣ୍ଡେଣ୍ଟ ସ୍ପୋର୍ଟସକୁ ୧-୦ ଗୋଲରେ ପରାସ୍ତ କରିଥିଲା I ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ଶାନ୍ତନୁ କୁମାର ନାୟକ, ଯୁଗ ସେଙ୍ଗେଲ ସୋରେନ ଓ ଅମ୍ବିକା ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ୧ମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ଅଭିନେତା ରତ୍ନାକର ବେହେରା ଓ ବରିଷ୍ଠ କ୍ରୀଡ଼ାବିତ ନବ କୁମାର ସାହୁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଅଶୋକ ପଟ୍ଟନାୟକ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା କାଲି ଏକ ମାତ୍ର ମ୍ୟାଚ ଅପରାହ୍ନ ୪ଟା ରେ ଶିମିଳିପାଳ ସ୍ପୋର୍ଟସ ଓ ରଘୁନାଥ ଏମ ଜି ସି ମଧ୍ୟରେ ଖେଳ ଅନୁଷ୍ଠିତ ହେବ I

