ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ଗ୍ରାମର ମା’ କନକ ଦୁର୍ଗାଙ୍କ ପୀଠରେ ଶ୍ରଦ୍ଧା ଓ ଭକ୍ତିର ସହ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ହରିହାଟ ପୋଖରୀରୁ ଘଟୋତ୍ତଳନ କରି ବାଜା ବାଣ ରୋଷଣୀରେ ଗ୍ରାମ ପରିକ୍ରମା ପରେ ପୀଠରେ ସ୍ଥାପନ କରାଯିବା ସହ ନବମୀ ପୂଜା କରାଯାଇଥିଲା । ଏହି ପୂଜା ଷଷ୍ଠି ଠାରୁ ଆରମ୍ଭ ହୋଇ ୪ଦିନ ଧରି ଚାଲିଥିଲା । ଗୋ ପୂଜା, ସୂର୍ଯ୍ୟପୂଜା, ଷୋଡଶଉପଚାର ପୂଜା,ଚଣ୍ଡୀ ପାଠ, ମା’ଙ୍କ ପୂଜା ସମେତ ବିଭିନ୍ନ ଦେବଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦର୍ଶନ ପାଇଁ ସ୍ଥାନୀୟ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମୋହନ ଚନ୍ଦ୍ର ପଣ୍ଡା, ନଳିନୀ ପଣ୍ଡା କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ । ପୀତବାସ ଶତପଥି, ଭରତ ଚନ୍ଦ୍ର ପଣ୍ଡା ସମେତ ଏକାଧିକ ପଣ୍ଡିତ ଉପସ୍ଥିତ ରହି ସମସ୍ତ ପୂଜା କର୍ମ ସଂପାଦନ କରିଥିଲେ । ୪ ଦିନ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ସହଯୋଗ କରିଥିଲେ । ବିଶିଷ୍ଟ ପାଲାଗାୟକ ମଦନ ମୋହନ ପଣ୍ଡା ଓ ସାଥୀଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ପାଲା ପରିବେଷଣ କରାଯାଇଥିଲା ।
