Photo For The News Of Tillo Sriram Nabami

ଟିଲୋ ଠାରେ ଶ୍ରୀରାମ ନବମୀ ପାଳିତ

Religion and Cult

ଆଗରପଡ଼ା :ବନ୍ତ ବ୍ଲକ ଟିଲୋସ୍ଥିତ ରାମ ନବମୀ ମଣ୍ଡପ ଠାରେ ୪୯ତମ ଶ୍ରୀରାମ ନବମୀ ଶ୍ରଦ୍ଧା ଭକ୍ତିର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ କଳସ ଶୋଭାଯାତ୍ରାରେ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ଭାସ୍କର ଚନ୍ଦ୍ର ଶତପଥୀ ଙ୍କସହ ସହଯୋଗୀ ଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତିକୁ ଷୋଡ଼ଶ ଉପଚାରରେ ପୂଜା ର୍ଚ୍ଚନା ସହ ଉକ୍ତ ସ୍ଥାନରେ ଶ୍ରୀରାମ ଚରିତ ମାନସ, ସହସ୍ରନାମ ପାଠ ସହ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀରାମ ନବମୀ ପୂଜା କମିଟିର ବରିଷ୍ଠ ସଭ୍ୟ ଅର୍ଜ୍ଜୁନ ଚରଣ ପଣ୍ଡା, ସରପଂଚ ସଂଗ୍ରାମ କେଶରୀ ଜେନା,ପଙ୍କଜିନୀ ଲେଙ୍କା, ବିଦ୍ୟାଧର ଲେଙ୍କା,ଦେବନ୍ଦ୍ରେ ନାଥ ସାହୁ,କାଳନ୍ଦୀ ଚରଣ ବେହେରା,ଜଗବନ୍ଧୁ ଖୁଂଟିଆ,ଗଦାଧର ଲେଙ୍କା,ଧନେଶ୍ୱର ଜେନା,କ୍ଷୀରୋଦ ରାଉତ,ହରିହର ଜେନା,ଶଶୀଭୂଷଣ ଖିଲାର,ସଂଜୟ ସାମଲ,ମନୋରଂଜନ ସାହୁ,ପବିତ୍ର ପୃଷ୍ଟି,ବିନୋଦ ସାମଲ, ଉତମଜେନା ପ୍ରେମାନଂ ଜେନା,ଅର୍ଜୁନ ପଢ଼ିଆରୀ ,ଦୋଳଗୋବିନ୍ଦ ଲେଙ୍କା ପ୍ରମୁଖ ଙ୍କସହ ଟିଲୋପଂଚାୟତର ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ । କମିଟି ସଭାପତି ମାଧବାନନ୍ଦ ବିଶ୍ୱାଳ, ସଂପାଦକ ମଧୁସୂଦନ ସାମଲଙ୍କ ସହ ତିନିଗୋଟି ଗ୍ରାମର ବ୍ୟକ୍ତିବିଶେଷ ଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଶାନ୍ତିଶୃଂଖଳାର ଅନୁଷ୍ଠିତ ହୋଇଥିଲା । ଏହା ଚାରିି ଦିନ ଧରି ଅନୁଷ୍ଠିତ ହେବା ସହ ନାମୀ ଦାମୀ ପାଲା ଗାୟକ ଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ ହୋଇଥିଲା । ଏହି ପରି ମଧ୍ୟ ରମାମଚନ୍ଦ୍ରପୁର ପଂଚାୟତର ନିମାପଡ଼ା ସ୍ଥିତ କପାଳି କ୍ଷେତ୍ରରେ ଅଧିସ୍ଥିତ ଶ୍ରୀରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଭ୍ରାତା ଲଷ୍ମଣ,ମା’ ସୀତା ଓ ଭକ୍ତ ରାଜ ହନୁମାନ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନାକରାଯାଇଥିଲା । ଉକ୍ତ ସ୍ଥାନରେ ଶ୍ରୀରାମଙ୍କ ସହସ୍ର ନାମ ପାଠ ହୋଇଥିଲା । ଉକ୍ତ ସ୍ଥାନରେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।