Photo For The News Of Ganijang Sriram Nabami

ଗଣିଜାଙ୍ଗରେ ରାମନବମୀ ପୂଜା

Religion and Cult

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ କାଳୀପଡିଆରେ ରାମନବମୀ ପୂଜା ଧୁମ ଧାମରେ ପାଳିତ ହେଉଅଛି । ୩ ତାରିଖରୁ ଆରମ୍ଭ ହୋଇଥିବା ପୂଜା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ରାମନବମୀ ପୂଜା ପାଇଁ ଭଦ୍ରକ ଜିଲ୍ଲା ଉତ୍ସବ ମୁଖରିତ ଥିବା ବେଳେ ଗଣିଜାଙ୍ଗରେ ମଧ୍ୟ ବଜାର ଓ ଗ୍ରାମ ସବୁ ଗେରୁଆମୟ ହୋଇପଡିଛି । ଶିଳ୍ପୀଙ୍କ ଦ୍ୱାରା ରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ପୂର୍ବକ ପୂଜା ପାଉଛି ମଣ୍ଡପରେ । ପ୍ରାରମ୍ଭରେ ୧୦୮ ଗୋଟି କଳସ ପୁରୁଣା ହରିହାଟରୁ ପୁଷ୍କରିଣୀରୁ ଘଟଉତ୍ତୋଳନ ପୂର୍ବକ ବାଜା ବାଣ ରୋଷଣୀରେ ଗ୍ରାମ ବଜାର ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ରାମଚନ୍ଦ୍ର ପାଣିଗ୍ରାହୀ, ସତ୍ୟବ୍ରତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ଯତୀନ୍ଦ୍ର ପଣ୍ଡା, ଦେବାଶିଷ ନାୟକ, ରାମଚନ୍ଦ୍ର ବାରିକଉପସ୍ଥିତ ରହି ଗୋପୂଜା, ସୂର୍ଯ୍ୟ ପୂଜା, ଷୋଡଶଉପଚାର ପୂଜା, ରାମ ଅଭିଷେକ, ହନୁମାନ ପୂଜା, ଯଂଜ୍ଞ ପୂଜା ସମେତ ସମସ୍ତ ପୂଜା ବିଧି ଯଥା ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ । ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀରାମ କମିଟି ଗଣିଜାଙ୍ଗର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।