Photo1 For The News Of Sriram Nabami Sobhayatra(agarpara)

ଶ୍ରୀରାମ ନବମୀ ସମିତି ପକ୍ଷରୁ ଶୋଭାଯାତ୍ରା

Religion and Cult

ଆଗରପଡ଼ା :ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ଆଗରପଡ଼ା ବଜାର ସହ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଜୟ ଶ୍ରୀରାମ ଧୂନୀରେ ସମଗ୍ର ଅଂଚଳ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା । ରାମ, ସୀତା, ହନୁମାନଙ୍କ ବଡ଼ବଡ଼ ପ୍ରତିମୂର୍ତ୍ତୀ ସହ ଧର୍ମ ପତାକା, ଭକ୍ତମାନଙ୍କ ପୋଷାକ ପରିଧାନ ଚାରିଆଡ଼େ ଗେରୁଆମୟ ଦୃଶ୍ୟ ଝଟକୁଥିଲା । ରାଜ୍ୟ ବାହାରରୁ ଆସିଥିବା ଡିଜେ ଗୁଡ଼ିକରୁ ନିସୃତ ଶ୍ରୀରାମଙ୍କ ସଂପର୍କୀତ ସଙ୍ଗୀତର ତାଳେତାଳେ ଶ୍ରଦ୍ଧାଳୁମାନେ ନୃତ୍ୟ ମତୁଆଲା ହୋଇଥିଲେ । ଆଲୋକମାଳା ଓ ଆତସବାଜୀ ପରିବେଶକୁ ରଂଗୀନ କରିଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ପାଇଁ ପାନୀୟଜଳ ପ୍ରଦାନ ବ୍ୟବସ୍ଥା ହୋଇଥିଲା । ବିଟିପୁର, ଶ୍ରୀରାମପୁର, ପୁରୁଷଣ୍ଢ ତାରିଣୀ ଛକ,କୁଦମ ଛକି, ବଣିଆ ସାହୀ, କୁଆଁସମଢ଼ିଆ,ମୁଣ୍ଡଳୀ, ମହାନ୍ତିପଡ଼ା ଆଦି ସ୍ଥାନରୁ ଆସିଥିବା ଶୋଭାଯାତ୍ରୀ ଦଳ ଏଥିରେ ସାମିଲ ଥିଲେ । ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳ ନେତା ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା । ଶ୍ରୀରାମ ନବମୀ ସମିତି ସଭାପତି ତୃପ୍ତି ରଂଜନ ଦାଶ, ସଂପାଦକ ବାବୁରାମ ବେହେରା, ଉପଦେଷ୍ଟା ଜ୍ଞାନଚାନ୍ଦ ଗୁପ୍ତା, ଭାସ୍କର ଦାସ ପ୍ରମୁଖଙ୍କ ପରିଚାଳନାରେ ଶୋଭାଯାତ୍ରା ପରିକ୍ରମା କରିଥିଲା ।

Photo2 For The News Of Sriram Nabami Sobhayatra(agarpara)