Crk

୧୬ ଓ ୧୯ ବର୍ଷରୁ କମ ଜୁନିୟର ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୨୮ ରୁ ୦୩ ତାରିଖ ମଧ୍ୟରେ ନାମ ପଞ୍ଜିକରଣ

sports

ବାରିପଦା : ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧୬ ଓ ୧୯ ବର୍ଷରୁ କମ ଓ ସି ଏ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ଏଥିପାଇଁ ଇଛୁକ ଖେଳାଳି ମାନେ ଚଳିତ ମାସ ୨୮ ତାରିଖରୁ ଏପ୍ରିଲ ୩ ତାରିଖ ମଧ୍ୟରେ ବାରିପଦା ଷ୍ଟାଡିୟମ ଅଫିସରେ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ I ୧୬ ବର୍ଷରୁ କମ ଖେଳାଳିଙ୍କ ଜନ୍ମ ୦୧/୦୯/୨୦୦୯ ରୁ ୩୧/୦୮/୨୦୧୧ ମଧ୍ୟରେ ଏବଂ ୧୯ ବର୍ଷରୁ କମ ଖେଳାଳିଙ୍କ ଜନ୍ମ ୦୧/୦୯/୨୦୦୬ ରୁ ୦୧/୦୯/୨୦୦୯ ମଧ୍ୟରେ ହୋଇଥିବା ଆବଶ୍ୟକ I ପଞ୍ଜିକରଣ ସମୟରେ ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ, ମାଟ୍ରିକ ସାର୍ଟିଫିକେଟ ଵା ପଢ଼ୁଥିବା ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ପ୍ରମାଣ ପତ୍ର ଦାଖଲ କରିବାକୁ ହେବବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I