ବାରିପଦା: ଓଡ଼ିଆ ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ୭୧ ତମ ସିନିୟର ଆନ୍ତଃ ଜିଲ୍ଲା ଉଭୟ ପୁରୁଷ ଓ ମହିଳା ଭଲିବଲ ଚାମ୍ପିୟାନସିପ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି I ମୟୁରଭଞ୍ଜ ଦଳ ପାଇଁ ଚୟନ ପ୍ରକ୍ରିୟା ବାରିପଦା ଷ୍ଟାଡିୟମ ପରିସରରେ ଚଳିତ ମାସ ୧୯ ତାରିଖ ଦିନ ଅନୁଷ୍ଠିତ ହେବ I ଇଛୁକ ଖେଳାଳି ମାନେ ନିଜର ଆଧାର କାର୍ଡ ଓ ଗୋଟିଏ ପାସ ପାର୍ଟ ଫୋଟୋ ଦାଖଲ କରି ୧୮ ତାରିଖ ଦିନ ବାରିପଦା ଷ୍ଟାଡିୟମ ଅଫିସରେ ନିଜନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୦ ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ I
