ବାରିପଦା: ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ, ସୁନାପୋଷି ଓ ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ, ଅସନବଣି ଓ ମହୁଲଡିହ ଏବଂ ବାଦାମପାହାଡ଼ ଥାନା ଅନ୍ତର୍ଗତ ସାତପଉଟିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୬୮୫ ଲିଟର ଦେଶୀ ରନ୍ଧା ମଦ ଏବଂ ୦୨ ଗୋଟି ମୋଟର ସାଇକେଲ *(ଓଡି-୧୧ଜେ-୫୬୬୨, ଓଡି-୧୧ଡବ୍ଲୁ -୪୮୯୯)* ଜବତ କରାଯାଇଛି l ଘଟଣା ସ୍ଥଳରୁ ପିଠାକୁଟୁଣି ଗ୍ରାମର ବାଇଧର ମାହାଲି, ମହୁଲଡିହ ଗ୍ରାମର ସାଉଁରି କିସ୍କୁ, ଦାଣ୍ଡବୋଷ ଗ୍ରାମର ସାରା ଟୁଡୁ, ଅସନବଣି ଗ୍ରାମର ଝାନା ମାର୍ଣ୍ଡି, ଚାନ୍ଦିଖମଣ ଗ୍ରାମର ରାମଦାସ ହାଁସଦା ଓ ତାମଳବନ୍ଧ ଗ୍ରାମର ରଘୁନାଥ ହେମ୍ରମ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ଦେଶୀ ରନ୍ଧା ମଦ, ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଳବ କୁମାର ମଲ୍ଲିକ, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ସତ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।
